ଅନୁଭବଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ବର୍ଷା ପ୍ରିୟଦର୍ଶିନୀ, କହିଲେ ମଦ୍ୟପାନ କରି…

ଅଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଓ ଅଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ଏକ ବହୁତ ବଡ ଖବର ଆସିଛି । ବର୍ଷା ତାଙ୍କ ସ୍ଵାମୀ ଅନୁଭାବଙ୍କ ବିପକ୍ଷରେ କୋର୍ଟ ରେ କେସ କରିଛନ୍ତି । ସେ ଅନୁଭବଙ୍କ ବିରୁଦ୍ଧରେ ଘରୋଇ ହିଂସା ବା ଡୋମେଷ୍ଟିକ ଭାୟୋଲାନ୍ସ କୁ ନେଇ କଟକ ର ସବ ଡିଭିଜନାଲ ଜୁଡିସିଆଲ ମାଜିଷ୍ଟ୍ରେଟ କୋର୍ଟ ରେ କେସ କରିଛନ୍ତି ।

ଏ ସବୁକୁ ନେଇ ଯେତେବେଳେ ମିଡିଆ ଅନୁଭବ ମହାନ୍ତି ଙ୍କୁ ପଚାରିବାକୁ ଗଲା ସେ କିଛି ମଧ୍ୟ ଉତ୍ତର ଦେଲେ ନାହିଁ ଓ ସେ କହିଲେ କି ତାଙ୍କୁ ଲିଗାଲ ନୋଟିସ ଆସିବା ପରେ ସେ ସମସ୍ତଙ୍କୁ ଜଣାଇବେ । ଏହି କେସ ଟି ଆଡଭୋକେଟ ଆରକେ ରଥ ରୁଜୁ କରିଥିଲେ ବର୍ଷା ପ୍ରିୟଦର୍ଶିନୀ ଙ୍କ ସପକ୍ଷରେ ଅଗଷ୍ଟ 7 ତାରିଖରେ । ଏହାର ଶୁଣାଣି ଆସନ୍ତା ସେପ୍ଟେମ୍ବର 7 ତାରିଖ ଦିନ ହେବ ।

ବର୍ଷା ପ୍ରିୟଦର୍ଶିନୀ ଅନୁଭବ ମହାନ୍ତି ଙ୍କୁ ନେଇ ବହୁତ ଗୁଡିଏ ଅଭିଯୋଗ ଆଣିଛନ୍ତି । ଏହାର ଡୀଟେଲସ ଏ ପର୍ଯ୍ୟନ୍ତ ପବ୍ଲିକ ପାଖରେ ପହଞ୍ଚିନି କିନ୍ତୁ କୁହାଯାଉଛି ଯେ ଅନୁଭବ ମହାନ୍ତି ତାଙ୍କ ଘରେ ମଦ୍ୟ ପାନ କରୁଥିଲେ ଆଉ ତାଙ୍କୁ ଶାରୀରିକ ମାନସିକ ଯନ୍ତ୍ରଣା ଦେଉଥିଲେ । ଆଉ ଏହା ସହିତ ଝିଅମାନଙ୍କ ସହିତ ମଧ୍ୟ ଅନୁବହବ ମହାନ୍ତି ଙ୍କ ସମ୍ପର୍କ ଥିଲା ବୋଲି ଅଭିଯୋଗ ଆଣିଛନ୍ତି ବର୍ଷା ପ୍ରିୟଦର୍ଶିନୀ ।

ବର୍ଷା ପ୍ରିୟଦର୍ଶିନୀ ଅନୁଭବ ମହାନ୍ତି ଙ୍କ ଠାରୁ ମଧ୍ୟ କ୍ଷତି ପୂରଣ ଦାବି କରିଛନ୍ତି ପାଖାପାଖି 13-15 କୋଟି ଟଙ୍କା । ଏଥିରୁ ଯାହା ଅନୁମାନ କରା ଯାଉଛି ଏ ଦୁଇ ଜଣ ବହୁତ ଜଲ୍ଦି ଅଲଗା ହୋଇଯିବେ ଓ ଏଥିପାଇଁ ବର୍ଷା ତାଙ୍କ ଠାରୁ କ୍ଷତି ପୂରଣ ଦାବି କରୁଛନ୍ତି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।