ଦେଖନ୍ତୁ Video- ଏହି ଅସହାୟ ଝିଅଟିକୁ ସହାୟତାର ହାତ ବଢେଇଲେ ସାଂସଦ Anubhab Mohanty, କହିଲେ କିଛି ଏମିତି ଶୁଣି ଆପଣ ବି ପ୍ରଶଂସା ନକରି ରହିପାରିବେନି

ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଦୁଖଦାୟକ କାହାଣୀ ନେଇ ଆସିଛୁ ଯାହା ଜଣେ ୨୨ ବର୍ଷୀୟ ଝିଅକୁ ନେଇ ଆଧାରିତ ଅଟେ । ମାର୍ସାଘାଇ ବ୍ଲକର ବରୋଇ ଗାଁରେ ୨୨ ବର୍ଷୀୟ ଝିଅ ପୂଜା ଦାସଙ୍କ କାହାଣୀ କିଛି ଦିନ ପୂର୍ବେ ସାମନାକୁ ଆସିଥିଲା । ପୂଜା ପିଲା ଦିନୁ ନିଜ ମାଙ୍କୁ ହ-ରା-ଇ-ଛ-ନ୍ତି ।

ତାଙ୍କ ବାପା ମାନସିକ ଭାରସାମ୍ୟ ହରାଇ କୁଆଡେ ଯାଇଛନ୍ତି ତାହାର କିଛି ପତା ନାହି । ଏଭଳି ପରିସ୍ଥିତିରେ ପୂଜା ଏକ ଭଙ୍ଗା ଘରେ ରହୁଛନ୍ତି ଯେଉଁଠି ଛାତ କଣା ହୋଇ ସୂର୍ଯ୍ୟ କିରଣ ପଡୁଛି ତ ରାତିରେ ଜହ୍ନ ଆଲୁଅ ଦେଖା ଯାଉଛି । ପୂଜା ନିଜର ଜୀବିକା ନିର୍ବାହ କରିବା ପାଇଁ ଘରେ ଘରେ ଭିକ ମାଗି ଚଳୁଥିବା ସହ ଦୁଇଟି ନିରୀହ କୁକୁରଙ୍କୁ ମଧ୍ୟ ନିଜ ପାଖରେ ରଖି ତାଙ୍କର ଲାଳନପାଳନ କରୁଛନ୍ତି । ସେ ତାଙ୍କ ଜୀବନ ସହ ଅନେକ ସଂଘର୍ଷ କରୁଛନ୍ତି । ପୂଜାଙ୍କର ଭବିଷ୍ୟତ ଅନ୍ଧାର ଥିବା ବେଳେ ବର୍ତ୍ତମାନ ଏକ ନୂଆ ଆଲୋକ ଦେଖା ଦେଇଛି ।

କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ପୂଜା ଦାସଙ୍କୁ ସବୁ ପ୍ରକାରର ଆର୍ଥିକ ସାହାଜ୍ଯ କରିବା ପାଇଁ ସହଯୋଗର ହାତ ବଢାଇଛନ୍ତି । ଅନୁଭବ ପୂଜାଙ୍କର ସେହି ଭଙ୍ଗା ଘରକୁ ଯାଇ ସେଠାରେ ତାଙ୍କର ପରିସ୍ଥିତି ବାବଦରେ ପଚାରି ବୁଝିଛନ୍ତି । ପୂଜାକୁ ଯେଉଁ ପରିସ୍ଥିତିରେ କୌଣସି ବି ଜିନିଷର ଆବଶ୍ୟକତା ପଡିଲେ ସେ ଫୋନ ବା ମ୍ଯାସେଜ କରି ଅନୁଭବଙ୍କୁ ଜଣାଇବେ ବୋଲି ଅନୁଭବ ତାଙ୍କୁ କହିଛନ୍ତି । ଏହା ଛଡା ପୂଜାଙ୍କୁ ନୂଆ ପକ୍କା ଘର ମିଳିବା ସହ ରାସନ କାର୍ଡ ଯୋଗାଇ ଦିଆଯିବ ବୋଲି ଅନୁଭବ ପ୍ରତିଶୃତି ଦେଇଛନ୍ତି ।

ଏହା ସହ ଅନୁଭବ କହିଛନ୍ତି ଯେ ପୂଜା ବିଏ କରିବା ସହ କମ୍ପୁଟର ଏଜୁକେସନରେ ଶିକ୍ଷା ଲାଭ କରିଛନ୍ତି । ତେଣୁ ତାଙ୍କର ଶିକ୍ଷାଗତ ଯୋଗ୍ୟତା ଦେଖି ତାଙ୍କୁ ବହୁତ ଜଲ୍ଦି ଚାକିରି ଯୋଗାଇ ଦିଆଯିବ ବୋଲି ଅନୁଭବ କହିଛନ୍ତି । “ଦରକାର ବେଳେ ମୋତେ ମ୍ଯାସେଜ କରି ଦେବ ମୁଁ ଆସି ପହଞ୍ଚି ଯିବି ଡରିବାର କିଛି ନାହି ତମ ଭାଇ ପାଖରେ ଅଛି” ଏପରି କିଛି କଥା ଅନୁଭବ ପୂଜାଙ୍କୁ କହିଛନ୍ତି । ସଂଘର୍ଷମୟ ଜୀବନରୁ ବାହରି ନୂଆ ଜୀବନ ଆରମ୍ଭ କରିବା ପାଇଁ ପୂଜାଙ୍କୁ ସାହାଜ୍ଯର ହାତ ବଢାଇଛନ୍ତି ଅନୁଭବ ମହାନ୍ତି ।

“ଅନୁଭବ ମୋ ଘର ବୁଲି ଯାଇଛନ୍ତି ଓ ମୋତେ ସାହାଜ୍ଯ କରିବେ” ବୋଲି ପୂଜା ବିଶ୍ଵାସ ରଖିଛନ୍ତି ବୋଲି ନିଜ ରାଏ ରେ କହିଛନ୍ତି । ଏହି ଖବର ସାମନାକୁ ଆସିବା ପରେ କିଛି ସ୍ଵେଛାସେବି ସଂଗଠନ ମଧ୍ୟ ପୂଜାଙ୍କୁ ସାହାଜ୍ଯ କରିବା ପାଇଁ ଚାଲିବା ପାଇଁ କିଛି ରାସନ ସାମଗ୍ରୀ ଓ ଆର୍ଥିକ ସାହାଜ୍ଯ ମଧ୍ୟ ଯୋଗାଇ ଦେଇଛନ୍ତି । ସ୍ଵେଚ୍ଛାସେବି ସଂଗଠନ ପକ୍ଷରୁ କୁହା ଯାଇଛି ଯେ ସେମାନେ ୨୦ ହଜାର ଟଙ୍କା ପୂଜାଙ୍କୁ ଆର୍ଥିକ ସାହାଜ୍ୟ କରିଛନ୍ତି ।

ଏହା ସହ ଯେତେ ଜଲ୍ଦି ସମ୍ଭବ ତାଙ୍କର ଘର କାମ ଆରମ୍ଭ କରିବାକୁ ପ୍ରୟାସ କରୁଛନ୍ତି । ବର୍ତ୍ତମାନ ପୂଜାଙ୍କୁ ସାହାଜ୍ଯ କରିବା ପାଇଁ ବିଭିନ୍ନ ବିଭାଗରୁ ସାହାଜ୍ଯ ମିଳୁଛି ଯାହା ଦ୍ଵାରା ସେ ଆଉ ଭୋକିଲା ରହିବେ ନାହି କି ଭଙ୍ଗା ଘରେ ରହିବେ ନାହି କି ତାଙ୍କର ଭଗବାନ ମଧ୍ୟ ଭୋକିଲା ରହିବେ ନାହି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।