ଜଏଣ୍ଟ ପେନ୍ ଏକଦମ ଠିକ ହୋଇଯିବ, ଥରେ ସେବନ କରି ଦେଖନ୍ତୁ ଆପଣଙ୍କ ଆଣ୍ଠୁରେ ଏମିତି ଗ୍ରୀସ ବଢିଯିବ ଯେ ଘୋଡା ଭଳି ଦୌଡିବାକୁ ଲାଗିବେ

ଆଣ୍ଠୁଗଣ୍ଠିରୁ ଗ୍ରୀସ କମିଯିବା ଫଳରେ ଅନେକ ପ୍ରକାରର ଜଏଣ୍ଟ ସମସ୍ଯା ଦେଖାଦିଏ । ଆଣ୍ଠୁଗଣ୍ଠି ଫୁଲିବା ଓ ବ୍ୟଥା ହେବା, ଉଠିବା ବସିବାରେ ସମସ୍ଯା ହେବା ଆଦି ଦେଖାଦିଏ । କାରଣ ଜଏଣ୍ଟ ର ଗ୍ରୀସ କମିଗଲେ ଆଣ୍ଠୁର ଦୁଇ ହାଡ ପରସ୍ପର ସହ ଘଷି ହୁଏ । ଯଦି ଆପଣଙ୍କ ଆଣ୍ଠୁରେ ଏଭଳି କିଛି ସମସ୍ଯା ଦେଖାଦେଉଛି ତେବେ ଏହି ଘରୋଇ ଉପଚାର ଦ୍ଵାରା ଆପଣ ତାହା ଠିକ କରିପାରିବେ । ତେବେ ଚାଲନ୍ତୁ ଜାଣିବା ଆଣ୍ଠୁରେ ଗ୍ରୀସ ବଢାଇବାର ଏହି ସହଜ ଉପାୟ ।

ଅନେକ କାରଣରୁ ଆମ ଆଣ୍ଠୁରୁ ଗ୍ରୀସ କମିଯାଏ । ବୟସ ବଢିବା ଯୋଗୁଁ, ଅଧିକ ସମୟ ବସି ରହିବା ବା ଅଧିକ ଠିଆ ହେବା ଦ୍ଵାରା, ଆଣ୍ଠୁରେ ଅଧିକ ଚାପ ପଡିବା ଦ୍ଵାରା, ଡାଇବେଟିସ ଏବଂ ଅଧିକ ଖଟା ଖାଇବା ଦ୍ଵାରା ମଧ୍ୟ ଆମ ଆଣ୍ଠୁରୁ ଗ୍ରୀସ କମିବାକୁ ଲାଗେ । ଆୟୁର୍ବେଦ ଅନୁସାରେ ଠିଆ ହୋଇ ପାଣି ପିଉଥିବା ଲୋକଙ୍କ ଆଣ୍ଠୁରୁ ମଧ୍ୟ ଗ୍ରୀସ କମିଯାଏ । ତେବେ ଆପଣ ଚାହିଁଲେ ଏହି ଘରୋଇ ଉପଚାର ଦ୍ଵାରା ଆଣ୍ଠୁର ଗ୍ରୀସ ବଢାଇ ପାରିବେ ।

ଏଥିପାଇଁ ଆପଣଙ୍କୁ ଆବଶ୍ୟକ ହେବ ହରଶୃଙ୍ଗାର ପତ୍ର ବା ପାରିଜାତ ଗଛର ପତ୍ର । ଏହି ଗଛର ପତ୍ର ପ୍ରାକୃତିକ ପେନକିଲର ଭାବେ କାମ କରିଥାଏ । 8-10ଟି ହରଶୃଙ୍ଗାର ପତ୍ର ନେଇ ଏହାକୁ ଭଲଭାବେ ଧୋଇ ଦିଅନ୍ତୁ ଓ ତା’ପରେ ଏକ ହେମଦସ୍ତାରେ ଭଲ ଭାବେ କୁଟି ଦିଅନ୍ତୁ ।

ଏବେ ଏକ ପାତ୍ରରେ ଏକ ଗ୍ଳାସ ପାଣି ଗରମ କରନ୍ତୁ ଓ ସେଥିରେ ଏହି ପତ୍ରର ପେଷ୍ଟ ପକାଇ ଦିଅନ୍ତୁ । ଏହି ରିମେଡିର ପ୍ରଭାବକୁ ଆହୁରି ବୃଦ୍ଧି କରିବା ପାଇଁ ଆପଣ ଚାହିଁଲେ ଏଥିରେ ଅଳ୍ପ ଶୁଣ୍ଠି ଗୁଣ୍ଡ ପକାଇ ପାରିବେ କିମ୍ବା ଖଣ୍ଡେ କଞ୍ଚା ଅଦା ମଧ୍ୟ ପକାନ୍ତୁ । ଏହି ପାଣିକୁ ଭଲଭାବେ ଫୁଟାନ୍ତୁ ଓ ତା’ପରେ ଗ୍ଯାସ ବନ୍ଦ କରି ଏହାକୁ କିଛି ସମୟ ଘୋଡାଇ ରଖନ୍ତୁ ।

ଅଳ୍ପ ଉଷୁମ ଥିବା ବେଳେ ଆପଣ ଏହି ପାଣିକୁ ସେବନ କରିପାରିବେ । ଏହି ଡ୍ରିଙ୍କକୁ ସକାଳୁ ସକାଳୁ ଖାଲି ପେଟରେ ସେବନ କରିବାକୁ ହେବ । ଏହାଛଡା ଆପଣ ଅଖରୋଟ ମଧ୍ୟ ଖାଇବା ଆବଶ୍ୟକ । ଏଥିରୁ ଆମକୁ ଓମେଗା-3 ଫ୍ୟାଟି ଏସିଡ, ଭିଟାମିନ-ଡି3 ଓ ବହୁତ ଗୁଡିଏ ଭିଟାମିନ ଏବଂ ମିନେରାଲ୍ସ ମିଳିଥାଏ ।

ଏହି ସମସ୍ତ ଜିନିଷ ଆପଣଙ୍କ ଜଏଣ୍ଟକୁ ହେଲଦି ବନେଇବା ପାଇଁ ଏବଂ ଜଏଣ୍ଟ ଗ୍ରୀସ ବଢେଇବା ପାଇଁ ଲାଭକାରୀ ହୋଇଥାଏ । ପ୍ରତିଦିନ ରାତିରେ 3 ରୁ 4ଟି ଅଖରୋଟ ପାଣିରେ ଭିଜେଇ ରଖିଦିଅନ୍ତୁ ଓ ସକାଳେ ଏହାକୁ ଖାଲି ପାଟିରେ ଚୋବେଇ ଚୋବେଇ ଖାଆନ୍ତୁ । କେବଳ ଏକ ମାସ ଏଭଳି ପ୍ରୟୋଗ କଲେ ଦେଖିବେ ଆପଣଙ୍କୁ ଆଶ୍ଚର୍ଯ୍ୟକାରୀ ଫାଇଦା ମିଳିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।