ସୁଶାନ୍ତଙ୍କ ମା’ଙ୍କ ଫଟୋ ହାତରେ ଧରି କାନ୍ଦି ପକାଇଲେ ଅଙ୍କିତା ଲୋଖଣ୍ଡେ, ଭଉଣୀ ସ୍ଵେତା କଲେ ଏମିତି କମେଣ୍ଟ

ସୁଶାନ୍ତ ସିଂହ ରାଜପୁତ ଙ୍କ ସୁଇସାଇଡ କେଶ୍ କୁ ନେଇ ବଢ଼ି ଚାଲିଛି ଫ୍ୟାନସ୍ ମାନଙ୍କ କ୍ରୋଧ । ସୁଶାନ୍ତ ଙ୍କ କେଶ୍ ଯାଞ୍ଚ୍ କରୁଥିବା ବେଳେ ପ୍ରତି ଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ପରିବାର ଲୋକ ଏବଂ ଫ୍ୟାନସ୍ ସୁଶାନ୍ତ ଙ୍କ ସୁଇସାଇଡ୍ ମାମଲା କୁ CBI ଯାଞ୍ଚ୍ ପାଇଁ ଦାବି କରିଥିିଲେ । ବର୍ତମାନ ଏହି ମାମଲା CBI ଙ୍କ ହାତରେ , ଆଶା କରାଯାଇଛି ଏହା ଦ୍ଵାରା ସୁଶାନ୍ତ ସିଂହ ରାଜପୁତ ଙ୍କ ପରିବାର ଲୋକ ଏବଂ ଫ୍ୟାନସ୍ ଙ୍କ ନ୍ୟାୟ ମିଳିବ ।

ସୋସିଆଲ ମିଡିଆ ରେ ସୁଶାନ୍ତ ଙ୍କ ଫୋଟୋ, ଭେଡିଓ, ଆଦି ଭାଇରାଲ୍ ହେବାରେ ଲାଗିଛି । ଗତ ଶୁକ୍ରବାର ଦିନ ଅଙ୍କିତା ଲୋଖଣ୍ଡେ଼ ସୁଶାନ୍ତ ସିଂହ ରାଜପୁତ ଙ୍କ ମା ଙ୍କ ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋ ରେ ଅଙ୍କିତା ଙ୍କ ଆଖି ରେ ଲୁହ ଆସିଥିବାର ଜଳ ଜଳ ଦେଖା ଯାଇଛି । ଏହି ଫଟୋ ଟି ଦେଖିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆଇଯିବ ।

ଅଙ୍କିତା ଲୋଖଣ୍ଡେ ସୁଶାନ୍ତ ସିଂହ ରାଜପୁତ ଙ୍କ ମା ଙ୍କ ଫଟୋ ହାତରେ ଧରି ନିଜ ଇଂଷ୍ଟାଗ୍ରାମ୍ ରେ ଫଟୋ ସେୟାର୍ କରିଛନ୍ତି । ଫଟୋ ସେୟାର କରି ଲେଖିଛନ୍ତି “ବିଶ୍ୱାସ କର ତୁମେ ଏକା ସହିତ ଅଛ ” । ଅଙ୍କିତା ଙ୍କ ଏହି ଇମୋଶନାଲ୍ ପୋଷ୍ଟ କୁ ଦେଖି ଭାବୁକ ହୋଇଛନ୍ତି ଫ୍ୟାନସ୍ ଏବଂ ଫ୍ୟାନସ୍ ଠୁଁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ଲଗାତାର ନିଜ ପ୍ରତିକ୍ରିୟା ଦେଇ ଚାଲିଛନ୍ତି । ଅଙ୍କିତା ନିଜର ଏକ ଇଣ୍ଟରଭ୍ୟୁ ରେ କହିଛନ୍ତି କି ସୁଶାନ୍ତ ଏମିତି ଏକ ବ୍ୟକ୍ତି ଥିଲେ ଯିଏ କି କେବେ ବି ସୁଇସାଇଡ କରିପାରିବେ ନାହିଁ ।

ଯେତେବେଳ ସେ ସୁଶାନ୍ତ ଙ୍କ ସହ ଥିଲେ ସେତେବେଳେ ମଧ୍ୟ୍ୟ ସେ ବହୁତ୍ ଖରାପ ସ୍ଥିତି କୁ ସମ୍ନା କରିଥିଲେ । ଅଙ୍କିତା ଙ୍କ ଏହି ପୋଷ୍ଟ ରେ ସୁଶାନ୍ତ ଙ୍କ ଭଉଣୀ ସ୍ୱେତା ସିଂ କ୍ରୀତି କମ୍ମେଣ୍ଟ କରିଛନ୍ତି କି ” ହଁ ଦୁହେଁ ଏକା ସାଥିରେ ଥିବେ,ମୁଁ ତୁମକୁ ଭଲ ପାଏ ତୁମେ ମଝବୁତ ରୁହ । ଆମକୁ ସେ ପର୍ଯ୍ୟନ୍ତ ଲଢ଼ିବାର ଅଛି ଯେ ପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି ।”

ଆପଣଙ୍କୁ କହି ଦେଉଛୁ କି ଜୁନ୍ ୧୪ ରେ ସୁଶାନ୍ତ ସିଂ ରାଜପୁତ୍ ନିଜ ଘରେ ଫାସୀ ଲଗାଇ ଆତ୍ମହତ୍ୟା କରିଥିଲେ । ଏମିତି ଏକ ବଡ଼ ପଦକ୍ଷେପ କାରଣରୁ ସମସ୍ତେ ଆଶ୍ଚର୍ଯ୍ୟ ହେଇ ଯାଇଥିଲେ । ସୁଶାନ୍ତ ଙ୍କ ମୃତ୍ୟୁ ଖବର ଶୁଣି ପରିବାର ଲୋକଙ୍କ ସହିତ ତାଙ୍କ ଫ୍ୟାନ ବହୁତ୍ ଦୁଃଖ ପ୍ରକାଶ କରିଥିଲେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।