ପେଜ ନମ୍ବର ୧୩ର ରହସ୍ୟ, ସୁଶାନ୍ତଙ୍କ ଡାୟରି ଖୋଲିଲା ଅଙ୍କିତା ଲୋଖଣ୍ଡେ ଓ କ୍ରିତି ସନୋନଙ୍କ ରାଜ

ଗତ କିଛି ଦିନ ତଳେ ବଲିଉଡ ଫିଲ୍ମ ଜଗତର ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିଲେ । ସେ ଏମିତି କରିବାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ନାହିଁ । ପୋଲିସ ଏହାର ଯାଞ୍ଚ କରିବାରେ ମଧ୍ୟ ଲାଗିପଡିଛି । ଏକ ଖବର ଆସିଛି କି ପୋଲିସଙ୍କୁ ସୁଶାନ୍ତଙ୍କର ପାଞ୍ଚଟି ବ୍ୟକ୍ତିଗତ ଡାୟରି ମିଳିଛି । ଏହି ଡାୟରିରେ ଲେଖା ଯାଇଥିବା କଥାର ଯାଞ୍ଚ ପରେ ତାଙ୍କ ଆତ୍ମହତ୍ୟା ପଛରେ ଥିବା କାରଣ ଜାଣିବା ପାଇଁ ଚେଷ୍ଟା କରାଯାଉଛି ।

ସାମନାକୁ ଆସିଥିବା ମିଡିଆ ରିପୋର୍ଟ ଅନୁସାରେ ଦାବି କରାଯାଉଛି କି ସେ ବହିରେ ପଢୁଥିବା ଜରୁରୀ କଥାକୁ ସେହି ଡାୟରିରେ ଲେଖୁଥିଲେ ଏବଂ ସୁଶାନ୍ତଙ୍କ ଡାୟରି ଅନୁସାରେ କେତେକ ନିକଟୀୟ ବନ୍ଧୁଙ୍କୁ ମଧ୍ୟ ପଚରା ଉଚରା କରାଯାଇଛି । ସୁଶାନ୍ତ ସିଂହଙ୍କର ଏହି କେସରେ ପ୍ରଥମରୁ ହିଁ ତାଙ୍କ ପୂର୍ବ ଗର୍ଲଫ୍ରେଣ୍ଡ ରିୟା ଚକ୍ରବତୀଙ୍କୁ ମଧ୍ୟ ପଚରା ଉଚରା କରାଯାଇଛି । ତାଙ୍କ ରୁମରୁ ଯେଉଁ ଡାୟରି ଗୁଡିକ ମିଳିଛି ସେଥିରୁ ଏକ ଡାୟରିରେ ସେ ଅଙ୍କିତା ଏବଂ କ୍ରିତିଙ୍କ ବିଷୟରେ କିଛି ଲେଖିଛନ୍ତି ।

ସେହି ଡାୟରିରେ ପ୍ରଥମେ ଅଙ୍କିତାଙ୍କ ବିଷୟରେ ଲେଖିଛନ୍ତି କି ଅଙ୍କିତା ମୋର ବହୁତ ଭଲ ସାଙ୍ଗ ଅଟନ୍ତି ଏବଂ ସେ ମୋ ସହିତ ସେତବେଳେ ଠିଆ ହୋଇ ଥିଲେ ଯେତବେଳେ ମତେ ଏଠାରେ କେହି ଜାଣି ନଥିଲେ ଏବଂ ସପୋର୍ଟ ମଧ୍ୟ କରୁ ନଥିଲେ । ଜୀବନ ସାରା ତାଙ୍କ କଥା ମନେ ରଖିବି କି ସେ ମୋତେ ତାଙ୍କର ସାଙ୍ଗ କରିଥିଲେ ।

ଏହାପରେ ସେ କୃତି ସେନନଙ୍କ ବିଷୟରେ ଲେଖିଛନ୍ତି କି କୃତିଙ୍କ ସହିତ ମୁଁ ରାବ୍ତା ଫିଲ୍ମ କରିଛି । ସେ ଜଣେ ବହୁତ ଭଲ ଝିଅ ଅଟନ୍ତି ଏବଂ ଜଣେ ଭଲ ସାଙ୍ଗ ମଧ୍ୟ ଅଟନ୍ତି । ସେ ନିଜର ବନ୍ଧୁତ୍ଵ ବହୁତ ଭଲ ଭାବରେ ନିଭାଇ ଥାନ୍ତି ଏବଂ ତାଙ୍କ ଭିତରେ ଜମା ହେଲେ ବି ଗର୍ବ କି ଅହଂକାର ନାହିଁ । ଆମେ ଯେତବେଳେ ଦେଖା ହୋଇଥାଉ ସେତବେଳେ ତାଙ୍କ ଚେହେରାରେ ଏବଂ ମୋ ଚେହେରାରେ ହସ ସବୁବେଳେ ରହିଥାଏ ।

ସେ ତାଙ୍କ ଡାୟରିର ୧୩ ନମ୍ବର ପେଜରେ ଏହା ଲେଖିଛନ୍ତି । ବର୍ତ୍ତମାନ ସେ ଆମ ସହିତ ନାହାଁନ୍ତି କିନ୍ତୁ ତାଙ୍କର ସ୍ମୃତି ଆମ ସହିତ ରହିଛି ଏବଂ ସବୁବେଳେ ଆମ ସହିତ ରହିବ ।