କେତେକ ରୋଗକୁ ସଙ୍ଗେ ସଙ୍ଗେ ଦୂର କରିଦିଏ ବେଲପତ୍ର, ପଢନ୍ତୁ ଏହା ସହିତ ଜଡିତ ଅନେକ ଲାଭ

ଶିବଲିଙ୍ଗ ଉପରେ ବେଲପତ୍ର ଚଢାଇବା ଦ୍ଵାରା ଭଗବାନ ଶିବ ପ୍ରସନ୍ନ ହୋଇ ଯାଆନ୍ତି । ଭଗବାନ ଶିବଙ୍କର ପୂଜା ଅର୍ଚନା କରିବା ସମୟରେ ବେଲପତ୍ରର ବ୍ୟବହାର ନିଶ୍ଚିତ ରୂପରେ କରା ଯାଇଥାଏ । ଶାସ୍ତ୍ର ଛଡା ଆୟୁର୍ବେଦରେ ବି ବେଲପତ୍ର ବହୁତ କାର୍ଯ୍ୟର ବୋଲି କୁହାଯାଇଛି ଓ ଆୟୁର୍ବେଦ ଅନୁସାରେ ଏହାର ପ୍ରୟୋଗ କରିବା ଦ୍ଵାରା ଅନେକ ରୋଗ କିଛି ସମୟ ମଧ୍ୟରେ ହିଁ ଭଲ ହୋଇଯାଏ । ତେବେ ଆସନ୍ତୁ ଜାଣିବା ବେଲପତ୍ର ସହ ଜଡିତ ଲାଭ ବିଷୟରେ ।

ବେଲପତ୍ର ସହ ଜଡିତ ସ୍ୱାସ୍ଥ୍ୟ ଲାଭ –

ରକ୍ତ ସଫା ହୋଇଥାଏ

ବେଲପତ୍ରର ସେବନ କରିବା ଦ୍ଵାରା ରକ୍ତ ସଫା ହୋଇଯାଏ । ଏଥିପାଇଁ ଆପଣ କିଛି ବେଲପତ୍ରକୁ ନେଇ ପାଣିରେ ପକାଇ ଦିଅନ୍ତୁ ଓ ପୁଣି ଏହି ପାଣିକୁ ଗରମ କରି ଛାଣି ଦିଅନ୍ତୁ । ପାଣିକୁ ଛାଣିବା ପରେ ଆପଣ ଏହି ପାଣିରେ ମହୁ ମିଶାଇ ଦିଅନ୍ତୁ । ଏହି ପାଣିକୁ ପିଇବା ଦ୍ଵାରା ଆପଣଙ୍କର ରକ୍ତ ଏକଦମ ସଫା ହୋଇଯିବ ।

ଧଳା ଦାଗକୁ ଭଲ କରିଦିଏ

ଆପଣ ବେଲପତ୍ରକୁ ପାଣିରେ ପକାଇ ତାହାକୁ ଗରମ କରି ଦିଅନ୍ତୁ । ଏହା ପରେ ଆପଣ ଏହି ପାଣିକୁ ଥଣ୍ଡା କରି ଏହା ଦ୍ଵାରା ନିଜ ଚେହେରାକୁ ଧୋଇ ଦିଅନ୍ତୁ କିମ୍ବା ଏହି ପାଣିର ସେବନ କରି ନିଅନ୍ତୁ । ଏହିଭଳି କରିବା ଦ୍ଵାରା ଆପଣଙ୍କର ଧଳା ଦାଗ ଏକଦମ ଭଲ ହୋଇଯିବ । କହିବାକୁ ଗଲେ ବେଲପତ୍ର ଭିତରେ ସୋରଲିନ ଓ କ୍ୟାରୋଟୀନ ନାମକ ତତ୍ୱ ମିଳିଥାଏ ଯାହାକି ଆପଣଙ୍କର ଧଳା ଦାଗକୁ ଦୂର କାରିବାର କାର୍ଯ୍ୟ କରିଥାଏ ।

କୁଣ୍ଡିଆକୁ କରିଥାଏ ଦୂର

ଶରୀରରେ ଯଦି କୁଣ୍ଡିଆ ହେଉଛି ତେବେ ଆପଣ ବେଲପତ୍ରର ପ୍ରୟୋଗ କରନ୍ତୁ । ଆପଣ କିଛି ବେଲପତ୍ରର ରସ ବାହାର କରି ସେଥିରେ ଜୀରା ପକାଇ ଦିଅନ୍ତୁ ଓ ସେହି ରସର ସେବନ କରନ୍ତୁ । ଏହି ରସ କୁଣ୍ଡିଆର ସମସ୍ୟାକୁ ଏକଦମ ଦୂର କରିଦେବ ।

ଉଙ୍କୁଣି ର ସମସ୍ୟାକୁ ଦୂର କରେ

ଚୁଟିରେ ଉଙ୍କୁଣି ର ସମସ୍ୟା ହେଲେ ଆପଣ ନିଜ ଚୁଟିରେ ବେଲ ଗଛର ଫଳ ପ୍ରୟୋଗ କରିପାରିବେ । ଆପଣ ବେଲର ଫଳ ନେଇ ତାହାର ଚୋପାକୁ ବାହାର କରି ତାକୁ ଗ୍ରାଇଡିଙ୍ଗ କରି ଦିଅନ୍ତୁ । ବର୍ତ୍ତମାନ ଏଥିରେ ତେଲ ଓ କର୍ପୂର ମିଶାଇ ଦିଅନ୍ତୁ । ଏହି ତିନୋଟି ଜିନିଷର ମିଶ୍ରଣ କରିବା ପରେ ଏହାକୁ ନିଜ ଚୁଟିରେ ଲଗାନ୍ତୁ । ଏହା ଦ୍ଵାରା ଆପଣଙ୍କର ଉଙ୍କୁଣି ସମସ୍ୟା ଦୂର ହୋଇଯିବ । ଏହାକୁ ସପ୍ତାହକୁ ତିନି ଥର ଲଗାନ୍ତୁ ।

ଚୁଟି ଉପୁଡିବା ବନ୍ଦ ହୋଇଯିବ

ଯେଉଁ ଲୋକମାନଙ୍କର ଚୁଟି ଉପୁଡି ଯାଉଛି ସେମାନେ ବେଲପତ୍ରର ପାଣିକୁ ନିଜ ଚୁଟିରେ ଲଗାନ୍ତୁ । ଆପଣ ପ୍ରଥମେ କିଛି ବେଲପତ୍ରକୁ ପାଣିରେ ପକାଇ ଏହାକୁ ଗରମ କରି ଦିଅନ୍ତୁ । ଏହା ପରେ ଏହା ଥଣ୍ଡା ହେବା ପରେ ଏହାକୁ ନିଜ ଚୁଟିରେ ଲଗାଇ ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କର ଚୁଟି ସଫା ବି ହୋଇଯିବ ଓ ଚୁଟି ଝଡିବା ବି ବନ୍ଦ ହୋଇଯିବ ।

ପାଟିର ଛାଲକୁ ଠିକ କରିଥାଏ

ପାଟିରେ ଛାଲ ହେଲେ ଆପଣ ବେଲର ଫଳକୁ ନେଇ ତାହାର ରସ ବାହାର କରି ଦିଅନ୍ତୁ ଓ ଏହା ପରେ ଏହାକୁ ପାଣିରେ ମିଶାଇ ତାହାକୁ ଗରମ କରି ଦିଅନ୍ତୁ । ଏହାକୁ ଥଣ୍ଡା କରି ଏହି ପାଣି ଦ୍ଵାରା କୁଳି କରନ୍ତୁ । ଏହା ଦ୍ଵାରା ଆପଣଙ୍କର ପାଟିର ଛାଲ ଭଲ ହୋଇଯିବ ।

ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।