ଅନେକ ଦିନରୁ ଦୁନିଆ ଛାଡି ଯାଇ ସାରିଛନ୍ତି Bollywood ର ଏହି ସବୁ ଷ୍ଟାର, ହେଲେ ଆଜିବି ଲୋକେ ଭାବନ୍ତି ଏମାନଙ୍କୁ ଜୀବିତ

ବଲୀଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁତ ଅଭିନେତା ଓ ଅଭିନେତ୍ରୀ ଆଜି ଏହି ଦୁନିଆରେ ନାହାନ୍ତି । କିନ୍ତୁ ତାଙ୍କର ଅଭିନୀତ କିରଦାର ଗୁଡିକ ଆଜି ବି ଲୋକମାନଙ୍କ ହୃଦୟରେ ଜୀବିତ ଅଛି । ଆଜି ଆମେ ଆପଣଙ୍କୁ ବଲୀଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ସେହି କଳାକାରମାନଙ୍କ ବିଷୟରେ କହିବୁ ଯେଉଁମାନଙ୍କୁ ଆଜି ବି କିଛି ଦର୍ଶକମାନେ ଭାବୁଛନ୍ତି କି ସେମାନେ ଜୀବିତ ଅଛନ୍ତି । କିନ୍ତୁ ଏହି କଳାକାରମାନେ ବହୁତ ଆଗରୁ ହିଁ ଆମ ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି ।

ରଜାକ ଖାନ

ରଜାକ ଖାନ ବଲୀଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣା ଶୁଣା କମେଡିୟାନ ଅଟନ୍ତି । ଯିଏ ବାଦଶାହା, ନୋ ଏଣ୍ଟ୍ରି ଓ ହଙ୍ଗାମା ଭଳି ସୁପରହିଟ ଫିଲ୍ମରେ କାମ କରିଛନ୍ତି । ତାଙ୍କର ଅଭିନୟ ଲୋକମାନଙ୍କୁ ବହୁତ ପସନ୍ଦ ଆସୁଥିଲା । କିନ୍ତୁ ବହୁତ କମ ଲୋକମାନେ ଜାଣିଛନ୍ତି କି କମେଡିୟାନ ରଜାକ ଖାନଙ୍କ ନିଧନ ୧ ଜୁନ ୨୦୧୬ରେ ହୃଦଘାତ କାରଣରୁ ହୋଇଯାଇଛି ।

ନରେନ୍ଦ୍ର ଝା

ବଲୀଉଡ ଅଭିନେତା ନରେନ୍ଦ୍ର ଝା ହାଇଦର ଓ କାବିଲ ଭଳି ବହୁତ ସୁପରହିଟ ଫିଲ୍ମରେ କାମ କରିଛନ୍ତି । କିନ୍ତୁ ହୃଦଘାତ କାରଣରୁ ତାଙ୍କର ଅଚାନକ ନିଧନ ହୋଇଗଲା । ନରେନ୍ଦ୍ର ଝା ୧୪ ଏପ୍ରିଲ ୨୦୧୮ରେ ଏହି ଦୁନିଆକୁ ଅଳବିଦା କହିଥିଲେ । ସେହି ସମୟରେ ସେ ମାତ୍ର ୫୬ ବର୍ଷର ଥିଲେ ।

ଲକ୍ଷ୍ମୀକାନ୍ତ ବର୍ଡେ

ବଲୀଉଡରେ ଯେତେବେଳେ କମେଡିର କଥା ଆସିଥାଏ ତେବେ ଗୋଟିଏ ନାଁ ସମସ୍ତଙ୍କର ମୁହଁରେ ଆସିଥାଏ । ତାହା ହେଉଛି ଲକ୍ଷ୍ମୀକାନ୍ତ ବର୍ଡେ । ଲକ୍ଷ୍ମୀକାନ୍ତ ବର୍ଡେ ମେନେ ପ୍ୟାର କିୟା, ହମ ଆପକେ ହେ କୌନ ଭଳି ଫିଲ୍ମରେ ନଜର ଆସିସାରିଛନ୍ତି । ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ କେବଳ ନିଜର କମେଡି ଦ୍ଵାରା ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ । କିନ୍ତୁ ୧୬ ଡିସେମ୍ବର ୨୦୦୪କୁ କିଡନୀରେ ରୋଗ କାରଣରୁ ତାଙ୍କର ମୃତ୍ୟୁ ହୋଇଗଲା । କିନ୍ତୁ ଆଜି ବି କେତେକ ଲୋକମାନେ ଲକ୍ଷ୍ମୀକାନ୍ତ ବର୍ଡେଙ୍କୁ ଜୀବିତ ବୋଲି ଚିନ୍ତା କରନ୍ତି ।

ସଦାଶିବ ଅମରାପୁରକର

ବଲୀଉଡରେ କମେଡି ଓ ଖଳନାୟକ ରୂପରେ ନଜର ଆସୁଥିବା ସଦାଶିବ ଅମରାପୁରକରଙ୍କୁ ଆଜି ବି ଲୋକମାନେ ମନେ ରଖିଛନ୍ତି । ସେ ନିଜର କ୍ୟାରିୟରରେ ବିଭିନ୍ନ ପ୍ରକାରର କିରଦାରରେ ନଜର ଆସିଛନ୍ତି ଓ ସବୁ କିରଦାରରେ ସେ ଦର୍ଶକମାନଙ୍କର ହୃଦୟ ଜିତିଛନ୍ତି । କିନ୍ତୁ ୨୦୧୪ରେ ଫୁସଫୁସ ଜନିତ ରୋଗ କାରଣରୁ ତାଙ୍କର ମୃତ୍ୟୁ ହୋଇଗଲା ।

ଦେବେନ ବର୍ମା

ଅଭିନେତା ଓ କାମେଡିୟାନ ଦେବେନ ବର୍ମାଙ୍କୁ ସମସ୍ତେ ଇଷ୍କ, ଅନ୍ଦାଜ ଅପନା ଅପନା ଓ ଦିଲ ତୋ ପାଗଳ ହେ ଭଳି ଫିଲ୍ମରେ ଦେଖିଥିବେ । ତାଙ୍କର କମେଡିର ସମସ୍ତେ ଦିବାନା ଅଟନ୍ତି । କିନ୍ତୁ ୨୦୧୪ରେ କିଡନୀ ଖରାପ କାରଣରୁ ସେ ଏହି ଦୁନିଆକୁ ଛାଡି ଚାଲିଯାଇଛନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଦେଶଦୁନିଆ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।