Andrew Symonds ଙ୍କ ବ୍ୟତୀତ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଦୁନିଆର ଏହି 5 କିମ୍ବଦନ୍ତୀ କ୍ରିକେଟର, Tendulkar ଙ୍କୁ ଟକ୍କର ଦେଉଥିବା ଏହି ଭାରତୀୟ ଖେଳାଳି ବି ଏଥିରେ ଅଛନ୍ତି ସାମିଲ

ଗତ ଶନିବାର ଦିନ ରାତି ୧୧ଟା ସମୟରେ ଏକ କାର୍ ଦୁର୍ଘଟଣାରେ ଅଷ୍ଟ୍ରେଲିଆ କ୍ରିକେଟ ଦଳର ପ୍ରସିଦ୍ଧ ଅଲରାଉଣ୍ଡର ଆଣ୍ଡ୍ର୍ଯୁ ସାଇମଣ୍ଡସ ମୃତ୍ୟୁବରଣ କରିଛନ୍ତି । ଯାହାପରେ କ୍ରିକେଟ ଜଗତ ତଥା କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ସାଇମଣ୍ଡସଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ଦୁଇଥର ବିଶ୍ଵକପ୍ ବିଜୟୀ ହୋଇପାରିଛି । ତେବେ ସାଇମଣ୍ଡସଙ୍କ ବ୍ଯତୀତ ଆହୁରି କେତେକ ଖେଳାଳି ମଧ୍ୟ ଅଛନ୍ତି ଯେଉଁମାନେ ପୂର୍ବରୁ କାର୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ତେବେ ଚାଲନ୍ତୁ ଜାଣିବା ଏହି ଲିଷ୍ଟରେ କେଉଁ ଖେଳାଳି ଅଛନ୍ତି ।

ଲୌରୀ ୱିଲିୟମସ: ଲୌରୀ ୱିଲିୟମସ ୱେଷ୍ଟଇଣ୍ଡିଜର ଜଣେ ଅଲରାଉଣ୍ଡର ଥିଲେ । ଥରେ ସେ ନିଜ ସାନ ଭାଇଙ୍କ ସହ ଯାଉଥିବା ବେଳେ ଜାମାଇକାରେ ଏକ ବସ୍ ସହ ତାଙ୍କ କାର୍ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳେ ଲୌତି ୱିଲିୟମସଙ୍କୁ ମାତ୍ର ୩୩ ବର୍ଷ ବୟସ ହୋଇଥିଲା । ସେ ୱେଷ୍ଟଇଣ୍ଡିଜ ପାଇଁ ୧୫ଟି ଦିନିକିଆ ମ୍ଯାଚ ଖେଳିଥିଲେ ।

ବେନ୍ ହଲିଅକ୍: ବେନ୍ ହଲିଅକ୍ ୧୯ ବର୍ଷ ବୟସରେ ଇଂଲଣ୍ଡ କ୍ରିକେଟ ଦଳରୁ ଡେବ୍ୟୁ କରିଥିଲେ । ସେ ଇଂଲଣ୍ଡ ପାଇଁ ୨ଟି ଟେଷ୍ଟ ମ୍ଯାଚ ଓ ୨୦ଟି ଦିନିକିଆ ମ୍ଯାଚ ଖେଳିଛନ୍ତି । କିନ୍ତୁ ତାଙ୍କୁ ମାତ୍ର ୨୪ ବର୍ଷ ବୟସ ହୋଇଥିବା ବେଳେ ସେ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ । ତାଙ୍କ କାର୍ ନିୟନ୍ତ୍ରଣ ହରାଇ ଏକ କାନ୍ଥରେ ପିଟି ହୋଇଯିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ରନାକୋ ମୋର୍ଟନ: ୱେଷ୍ଟଇଣ୍ଡିଜର ଏହି ପୂର୍ବତନ ବ୍ୟାଟ୍ସମ୍ୟାନ ମଧ୍ୟ ମାତ୍ର ୩୩ ବର୍ଷ ବୟସରେ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ, ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ୱେଷ୍ଟଇଣ୍ଡିଜର ଏହି ପୂର୍ବତନ କ୍ରିକେଟର ୱେଷ୍ଟଇଣ୍ଡିଜ ପାଇଁ ସମୁଦାୟ ୧୫ଟି ଟେଷ୍ଟ ମ୍ଯାଚ ଓ ୫୬ଟି ଦିନିକିଆ ଖେଳିଥିଲେ । ଏହାସହ ରନାକୋ ମୋର୍ଟନ ୱେଷ୍ଟଇଣ୍ଡିଜ ପାଇଁ ୭ଟି ଟି-୨- ମ୍ଯାଚ ମଧ୍ୟ ଖେଳିଥିଲେ ।

ଟମ୍ ମେନାର୍ଡ: ଏହି ବ୍ରିଟିଶ କ୍ରିକେଟର ମଧ୍ୟ ମାତ୍ର ୨୩ ବର୍ଷ ବୟସରେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ତାଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହେବାର ପ୍ରକୃତ କାରଣ ସେ ଡ୍ରଗ୍ସ ଓ ମଦ୍ୟପାନ କରିଥିଲେ । ସେଥିପାଇଁ ତାଙ୍କୁ ପୋଲିସ ଗୋଡାଇଥିଲା । ପୋଲିସ ଠୁ ବଞ୍ଚିବା ପାଇଁ ଜୋରରେ ଗାଡି ଚଳେଇ ଯାଉଥିବା ବେଳେ ଏକ ଟ୍ରେନ ସହ ଧକ୍କା ହେବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି କୁହାଯାଏ । ସେ ତାଙ୍କ କ୍ଯାରିୟରରେ ୪୮ଟି ମ୍ଯାଚ ଏବଂ ୬୩ଟି ତାଲିକା ମ୍ଯାଚ ଖେଳିଛନ୍ତି ।

ଧ୍ରୁଭ ପାଣ୍ଡୋଭ: ଭାରତର ଏହି ଦକ୍ଷ ବାମହାତୀ ବ୍ୟାଟ୍ସମ୍ୟାନ ମାତ୍ର ୧୩ ବର୍ଷ ବୟସରେ ଡେବ୍ୟୁ କରିଥିଲେ । ପଞ୍ଜାବର ଏହି ଖେଳାଳିଙ୍କୁ ଭାରତୀୟ କ୍ରିକେଟ ଦଳର ଭବିଷ୍ୟତ ବୋଲି କୁହା ଯାଉଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ୧୯୯୨ରେ ସେ ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ମୃତ୍ୟୁ ବେଳେ ତାଙ୍କ ବୟସ ମାତ୍ର ୧୮ ବର୍ଷ ହୋଇଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।