ଆଣ୍ଡାମାନ ସାଗରରେ ମୁଣ୍ଡ ଟେକିଲାଣି ବାତ୍ୟା ! 8 ରେ ଛୁଇଁବ ସ୍ଥଳଭାଗ, ସତର୍କ ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ

ବଙ୍ଗୋପସାଗରରେ ପୁଣି ଦାନା ବାନ୍ଧୁଛି ବାତ୍ୟା ! 8 ତାରିଖରେ ସ୍ଥଳଭାଗରେ ମାଡ ହେବ କି ବାତ୍ୟା ! ପୁଣି ଥରେ ବାତ୍ୟାକୁ ନେଇ ଛାନିଆ ହେଲେଣି ଉପକୂଳିଆ ଲୋକେ । ଆଜ୍ଞା ହଁ, ପୁଣି ଆସୁଛି ବାତ୍ୟା । ସମ୍ଭାବ୍ୟ ବାତ୍ୟା ଆସନ୍ତା 8 ତାରିଖରେ ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିବା ପରେ ଲୋକେ ଏବେ ବାତ୍ୟାକୁ ନେଇ ଛାନିଆ ହେଲେଣି । ଖାଲି ସେତିକି ନୁହେଁ ବରଂ ବାତ୍ୟାଟି କେବେ ଓ କେଉଁଠି ମାଡ ହେବ ଏହାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଲାଣି ।

ଦକ୍ଷିଣ ଆଣ୍ଡାମାନ ସାଗରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ସିଭିୟର ସାଇକ୍ଳୋନିକ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଏହା ଆସନ୍ତା ଡିସେମ୍ବର 8 ତାରିଖ ସୁଦ୍ଧା ଉତ୍ତର ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ବଙ୍ଗୋପସାଗରରେ ଘନୀଭୂତ ହୋଇପାରେ । ପରେ ଏହା ପଶ୍ଚିମ ଏବଂ ଉତ୍ତର- ପଶ୍ଚିମ ଦିଗକୁ ଗତି କରତି ଡିସେମ୍ବର 6 ତାରିଖ ସନ୍ଧ୍ୟା ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଉପକୂଳରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ।

ଏହାପରେ ସୃଷ୍ଟ ଅବପାତ ବାତ୍ୟାର ରୂପ ନେଇ ଆସନ୍ତା 8 ତାରିଖ ସୁଦ୍ଧା ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଯଦି ବାତ୍ୟା ହୁଏ ତେବେ ଏହା ଉତ୍ତର ତାମିଲନାଡୁ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଓଡିଶା ଉପରେ ଏହି ବାତ୍ୟାର ପ୍ରଭାବ କଣ ରହିବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଏହାକୁ ନେଇ ଆଶଙ୍କାରେ ଅଛନ୍ତି ଲୋକେ ।

ଏହି ବାତ୍ୟାର ପ୍ରଭାବରେ ତାମିଲନାଡୁର 7 ଜିଲ୍ଲା, ପୁଡୁଚେରୀ, କରାଇକାଲ ଏବଂ ଦକ୍ଷିଣ ଆନ୍ଧ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଡିସେମ୍ବର 7 ତାରିଖ ସନ୍ଧ୍ୟାରୁ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି । 8 ତାରିଖ ଦିନ ମଧ୍ୟ ପ୍ରବଳ ବର୍ଷା ଲାଗି ରହିବା ନେଇ ସୂଚନା ରହିଛି । ସେହିପରି ଡିସେମ୍ବର 4 ତାରିଖରୁ 6 ତାରିଖ ଯାଏଁ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ସ୍ୱଳ୍ପରୁ ମାଧ୍ୟମ ଧରଣର ବର୍ଷା ହୋଇପାରେ ।

ଡିସେମ୍ବର 8 ତାରିଖ ଯାଏଁ ଆଣ୍ଡାମାନ ସାଗର ଓ ବଙ୍ଗୋପସାଗରକୁ ନ ଯିବା ପାଇଁ ମତ୍ସଜୀବୀ ମାନଙ୍କୁ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ । ତେବେ ଓଡିଶା ଉପରେ ବାତ୍ୟାର ସିଧାସଳଖ କୌଣସି ପ୍ରଭାବ ପଡିବ ନାହିଁ ବୋଲି ଅନୁମାନ କରାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।