ସଞ୍ଜିବନୀ ବୁଟି ବି ଫେଲ ଏହା ଆଗରେ, ପୃଥିବୀର ଅମୃତ ଅଟେ, ଯଦି କେଉଁଠି ମିଳିଯାଏ ତ ଛାଡନ୍ତୁ ନାହିଁ

ଆମେ ଆଜି ଆପଣଙ୍କୁ ଏକ ଏମିତି ଗଛ ବିଷୟରେ କହିବାକୁ ଯାଉଛୁ ଯାହା ପ୍ରାୟତଃ ଆପଣଙ୍କୁ ମନ୍ଦିର ଗୁଡିକ ବାହାରେ ମିଳିଯିବ । ଏହି ଗଛ ପୁରା ଭାରତରେ ପ୍ରସିଦ୍ଧ ଅଟେ । ଲୋକମାନେ ଏହାକୁ କନିଅର ଗଛ କୁହନ୍ତି । ଏହା ସବୁବେଳେ ସବୁଜତାରେ ପରିପୂର୍ଣ ରହିଥାଏ । ଏହାର ଫୁଲ ଭଗବାନଙ୍କ ନିକଟରେ ବି ଲାଗିଥାଏ । ଏହାର ଚାରି ପ୍ରକାରର ପ୍ରଜାତି ମିଳିଥାଏ । ଧଳା, ନାଲି, ଗୋଲାପି ଓ ହଳଦିଆ । ଏହାର ଫଳ ଓ ଫୁଲ ବିଷାକ୍ତ ହୋଇଥାଏ । କିନ୍ତୁ ବିଷାକ୍ତ ହେବା ସତ୍ତ୍ୱେ ବି ଆପଣ ଏହାର ବ୍ୟବହାର ଶରୀରର ବାହ୍ୟ ଅଂଶ ଗୁଡିକରେ କରି ପାରିବେ ।

ଚେହେରାକୁ ଠିକ କରିବା, ଧଳା ଚୁଟିକୁ କଳା କରିବା, ଘା’ ଯିଏ ବହୁତ ଦିନ ହେବ ଭଲ ହେଉ ନାହିଁ, ଚୁଟି ଝଡିବା ଇତ୍ୟାଦି କେତେକ ସମସ୍ୟା ପାଇଁ ଆପଣ ଏହାର ବ୍ୟବହାର କରି ପାରିବେ ।

୧. ଯଦି ଆପଣଙ୍କ ଶରୀରରେ କୌଣସି ଘା’ ବହୁତ ଦିନ ହେବ ଶୁଖୁନାହିଁ ତେବେ ଏଥିପାଇଁ ଆପଣ ଏହି କନିଅର ଗଛର ପତ୍ରକୁ ଶୁଖାଇ ଗ୍ରାଇଣ୍ଡିଙ୍ଗ କରି ସେଥିରେ ନଡିଆ ତେଲ ମିଶାଇ ଘା’ ରେ ଲଗାଇବା ଦ୍ଵାରା ଘା’ ଭଲ ହୋଇଯିବ ।

୨. ଯଦି ଆପଣଙ୍କୁ କୌଣସି ପ୍ରକାରର ଚର୍ମ ରୋଗ ଅଛି ତେବେ କନିଅର ର ମୂଳକୁ ସେଓ ର ଚୋପା ସହିତ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ ଓ ସେହି ପେସ୍ଟକୁ ଆପଣଙ୍କର ଯେଉଁଠି ଚର୍ମ ରୋଗ ହୋଇଛି ସେହି ସ୍ଥାନରେ ଲଗାଇ ଦିଅନ୍ତୁ । ଆପଣଙ୍କୁ କିଛି ଦିନ ମଧ୍ୟରେ ହିଁ ଆରାମ ମିଳିବ ।

୩. ଯଦି ଆପଣଙ୍କୁ ଆଣ୍ଠୁ ଗଣ୍ଠି ସମସ୍ୟା ଅଛି ତେବେ ଆପଣ କନିଅର ଗଛର ଫୁଲକୁ ପେଶି ତାହାକୁ ଅଲିଭ ଅଏଲ ରେ ମିଶାଇ ହାଲ୍କା ହାଲ୍କା ମସାଜ କରିବା ଦ୍ଵାରା ଆଣ୍ଠୁ ଗଣ୍ଠି ବିନ୍ଧାରେ ଆରାମ ମିଳିଥାଏ ।

୪. ଯଦି ଚେହେରାରେ କୌଣସି ପ୍ରକାରର ଦାଗ ଅଛି, କିମ୍ବା ବ୍ରଣ ଅଛି, ତେବେ ଧଳା କନିଅର ଫୁଲକୁ ପେଶି ତାକୁ ଚେହେରାରେ ଲଗାଇ ୧୦ ମିନିଟ ପରେ ଚେହେରାକୁ ଧୋଇ ଦିଅନ୍ତୁ ଓ ଏହାକୁ ସପ୍ତାହକୁ ୩ ଥର କରିବା ଦ୍ଵାରା ଚେହେରାର ସବୁ ସମସ୍ୟା ଦୂର ହୋଇଯାଏ ।

୫. ଯଦି ଆପଣଙ୍କୁ ଚୁଟି ସମ୍ବନ୍ଧିତ କୌଣସି ବି ସମସ୍ୟା ଅଛି ତେବେ ଆପଣ ଏଥିପାଇଁ କନିଅର ଗଛର ପତ୍ରକୁ ନଡିଆ ତେଲରେ ଗରମ କରି ଦିଅନ୍ତୁ । ଏହା ପରେ ଯେତେବେଳେ ପତ୍ର କଳା ହୋଇଯିବ ତେବେ ତେଲକୁ ଛାଣି ନିଅନ୍ତୁ ଏହାକୁ ଚୁଟିରେ ଲଗାଇବା ଦ୍ଵାରା ଚୁଟିର ସବୁ ସମସ୍ୟା ଶେଷ ହୋଇଯାଏ । ଏହାକୁ ସର୍ବଦା ରାତିରେ ଲଗାନ୍ତୁ ଓ ସକାଳେ ଧୋଇ ଦିଅନ୍ତୁ ।

୬. ଯଦି ଅଳ୍ପ ବୟସରେ ଆପଣଙ୍କ ଚୁଟି ଧଳା ହୋଇ ଯାଉଛି ତେବେ ହଳଦିଆ କନିଅର ଫୁଲକୁ ଗାଈ କ୍ଷୀରରେ ଗ୍ରାଇଡିଙ୍ଗ କରି ପେସ୍ଟ ପ୍ରସ୍ତୁତ କରି ନିଜ ଚୁଟିରେ ଲଗାନ୍ତୁ । ଏହାକୁ ଲଗାତାର କରିବା ଦ୍ଵାରା ଆପଣଙ୍କ ଚୁଟି କଳା ହେବାକୁ ଲାଗିବ ।

Source :  Muftgyan Guruji Youtube Channel