ଆମେରିକା ରେ ଚମକିଲେ ଓଡ଼ିଆ ପୁଅ, ଜାଣନ୍ତୁ ସେ କିଏ ଓ କେଉଁଠି ତାଙ୍କ ଘର

ଆମେରିକାରେ ଚମକିଲେ ଜଣେ ଓଡ଼ିଆ ପୁଅ । ଆମେରିକା ଗଟ ଟ୍ୟାଲେଣ୍ଟ ରେ ସଲସା ଏବଂ ହିପ ହପ କରି ଚର୍ଚ୍ଚାରେ ବର୍ତମାନ ଓଡ଼ିଆ ପୁଅ । ରିଆଲିଟି ଶୋ ଆମେରିକା ଗଟ ଟ୍ୟାଲେଣ୍ଟ ରେ କିମିଆ କରୁଛନ୍ତି ଓଡ଼ିଆ ପୁଅ, ଆଦିବାସୀ ଅତିଷ୍ଟିତ ରାଇଗଡା ଜିଲ୍ଲାର ସୁମନ୍ତ ନିଜର ଜଲ୍ୱା ଦେଖାଇ ସାରା ବିଶ୍ଵ କୁ ଚମକାଇ ଦେଇଛନ୍ତି ।

ସେ ଆମେରିକା ଗଟ ଟ୍ୟାଲେନ୍ତ ରେ ହିପ ହପ ଏବଂ ସଲାସା ଦେଖାଇ ଫିନାଲେ କୁ ଯାଇସାରିଚନ୍ତି । କୋଲକାତାର ତାଙ୍କ ପୁରୁଣା ପାଟନର ସୋନାଲି ଙ୍କ ସହିତ ପର୍ଫର୍ମ କରି ସୁମନ୍ଥ ସଫଳତା ପାଇ ଚାଲିଛନ୍ତି । ୨୦୧୨ ରେ ଇଣ୍ଡିଆ ଗଟ ଟ୍ୟାଲେନ୍ତ ରେ ଚମ୍ପିୟାନ ହେଇଥିଲା ସୁମନ୍ତ ଏବଂ ସୋନାଲି ଙ୍କ ଯୋଡ଼ି । ତା ପରଠାରୁ ଦୁହେଁ ପଛକୁ ଚାହିନାହାନ୍ତି ଏବଂ ଆଗକୁ ବଢ଼ି ଚାଲିଛନ୍ତି ।

ଅନ୍ତରଜାତୀୟ ସ୍ତରର ଟେଲିଭିଜନ ଚ୍ୟାନେଲ ରେ ପ୍ରସାରିତ ରିୟାଲିଟି ଶୋ ଆମେରିକା ଗଟ ଟ୍ୟାଲେନ୍ତ ରେ ଏବେ ଦୁହେଁ ଚର୍ଚ୍ଚାରେ । ସେମି ଫାଇନାଲ ରେ ଦକ୍ଷିଣ ଭାରତୀୟ ଗୀତ ଟପ ଲେଶି ପୋଦି ରେ ନୃତ୍ୟ କରି ବେଶ ପ୍ରଶଂସା ସାଉଁଳି ଥିଲେ । ଏପରିକି ବିଚାରିକ ମାନେ ସ୍ତାଣ୍ଡିଂ ଅୱେସନ ମଧ୍ୟ ଦେଇଥିଲେ । ଏବେ ତାଙ୍କର ଲକ୍ଷ ଫାଇନାଲ ଜିତି ଟାଇଟେଲ ହାସଲ କରିବେ ।

ସୁମନ୍ତ ଙ୍କ ନିଜ ଘର ରାଇଗଡ଼ା ହୋଇଥିବା ବେଳେ ସେମାନେ ଭୁବନେଶ୍ୱର ରେ ରୁହନ୍ତି । ବାପା ରେଳୱେ କର୍ମଚାରୀ । ପିଲାଟି ଦିନରୁ ନୃତ୍ୟ ପ୍ରତି ବେଶ ଆଗ୍ରହ ଥିଲା ସୁମନ୍ତ ଙ୍କ ର । ଥରେ ସେ କଲିକତାର ଗୋଟେ ଅଡିସନ ଦେବାକୁ ଯାଉଥିବା ବେଳେ ଗୁରୁ ବିଭାସ ଚୌଧୁରୀ ଙ୍କ ନଜରକୁ ଆସିଥିଲେ । ବିଭାଶ ଶିଷ୍ୟ କରିବାକୁ ଆଗ୍ରହ ଦର୍ଶାଇଥିଲେ ଏବଂ ସୁମନ୍ତ ଙ୍କ ବାପାଙ୍କୁ ଜଣାଇଥିଲେ ।

ଏହାପରେ ଆରମ୍ଭ ହୋଇଥିଲା ନୃତ୍ୟ ଶିକ୍ଷା । ସୁମନ୍ତ ଏବଂ ସୋନାଲି ସେଠାରେ ନିଜର ନୃତ୍ୟ ପାଇଁ ବେଶ ଚର୍ଚ୍ଚିତ । ବର୍ତମାନ ଆମେରିକା ଗଟ ଟ୍ୟାଳେଣ୍ଟ ରେ ଆଗକୁ ଯିବାକୁ ହେଲେ କେବଳ ଆମେରିକାରେ ରହୁଥିବା ବ୍ୟକ୍ତି ହିଁ ଭୋଟ କରିପାରିବେ । ଆମେରିକାରେ ରହୁଥିବା ସମସ୍ତ ପ୍ରବାସୀ ଓଡ଼ିଆ ଏବଂ ଭାରତୀୟ ମାନଙ୍କୁ ଭୋଟ କରିବାକୁ ପରିବାର ପକ୍ଷରୁ ନିବେଦନ କରାଯାଇଛି । ତେବେ ଆମର ଭଗବାନ ଙ୍କ ନିକଟରେ ଏତିକି ପର୍ଥନା ଯେ ସୁମନ୍ତ ଏବଂ ସୋନାଲି ଖୁବ ଆଗକୁ ବଢନ୍ତୁ ଏବଂ ନିଶ୍ଚିନ୍ତ ଜିତନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।