3 May 2022 ଅକ୍ଷୟ ତୃତୀୟା, ରାଶି ଅନୁସାରେ ଘରକୁ ନେଇ ଆସନ୍ତୁ ଏହି 1 ଜିନିଷ, ବଢିଥାଏ ଧନ ସମ୍ପତି

ଚଳିତ ବର୍ଷ ମଇ ମାସ ୩ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ପଡୁଛି । ଏହି ତିଥିକୁ ବହୁତ ଶୁଭ ବୋଲି ମାନା ଯାଏ । ଏହିଦିନ ଦାନଧର୍ମ କରିବା ଦ୍ଵାରା ଅଶେଷ ପୁଣ୍ୟ ପ୍ରାପ୍ତି ହୋଇଥାଏ । କୌଣସି କାର୍ଯ୍ୟର ଅନୁକୂଳ ପାଇଁ ଏହିଦିନ ଶ୍ରେଷ୍ଠ ହୋଇଥାଏ । ତେବେ ରାଶି ଅନୁସାରେ ଏହିଦିନ କିଛି ବିଶେଷ ଜିନିଷ କ୍ରୟ କରିବା ଦ୍ଵାରା ଦ୍ଵିଗୁଣା ପୁଣ୍ୟ ମିଳିଥାଏ । ତେବେ ଚାଲନ୍ତୁ ଜାଣିବା ଅକ୍ଷୟ ତୃତୀୟା ଦିନ ରାଶି ଅନୁସାରେ କେଉଁ ଜିନିଷ କିଣିବା ଦ୍ଵାରା ଶୁଭଫଳ ପ୍ରାପ୍ତି ହୋଇଥାଏ ।

ମେଷ ରାଶି । ଏହି ରାଶିର ଲୋକେ ଅକ୍ଷୟ ତୃତୀୟା ଦିନ ମଶୁରଡାଲି କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ଆପଣଙ୍କ ରାଶିରେ ସୂର୍ଯ୍ୟଙ୍କୁ ବଳବାନ କରିଥାଏ । ଏହିଦିନ ମଶୁରଡାଲି ଆଣିବା ଦ୍ଵାରା ମା ଲକ୍ଷ୍ମୀ ଖୁସି ହୋଇଥାନ୍ତି ଓ ଆପଣଙ୍କ ଭାଗ୍ଯର ତାଲା ଖୋଲିଥାଏ । ବୃଷ ରାଶି । ଆପଣଙ୍କ ଇଷ୍ଟଦେବ ସ୍ଵୟଂ ମା ଲକ୍ଷ୍ମୀ, ତେଣୁ ଏହିଦିନ ଚାଉଳ କିଣିବା ଆପଣଙ୍କ ପାଇଁ ଶୁଭ ହୋଇଥାଏ । ଏହାଦ୍ବାରା ଧନଦେବୀ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ ।

ମିଥୁନ ରାଶି । ଆପଣଙ୍କ ସ୍ଵାମୀ ବୁଧଦେବ ତେଣୁ ଆପଣ ସବୁଜ ମୁଗ କିଣିବା ଆପଣଙ୍କ ପାଇଁ ଶୁଭ ଅଟେ। ନଚେତ ଆପଣ ଧନିଆ କିମ୍ବା କପଡା ମଧ୍ୟ ପାରିବେ । ଯେଉଁ ଜିନିଷ ଘରକୁ ଆଣିବେ ତା’ ପରଦିନ ଏହାକୁ ଖାଇନେବେ ଦେଖିବେ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ନିଶ୍ଚୟ ହେବ ।

କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଚାଉଳ ଏବଂ କ୍ଷୀର କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ଖିରୀ ବନେଇ ଖାଇପାରିବେ, ଦେଖିବେ ଆପଣଙ୍କ ପାଇଁ ବହୁତ ଶୁଭ ହେବ । ସିଂହ ରାଶି । ସୂର୍ଯ୍ୟଦେବ ଆପଣଙ୍କ ସ୍ଵାମୀ ହୋଇଥିବାରୁ ଲାଲ ରଙ୍ଗର ଫଳ କିଣିବା ଆପଣଙ୍କ ପାଇଁ ଶୁଭ ଅଟେ । ଏହା ବ୍ଯତୀତ ତମ୍ବା ଜିନିଷ ମଧ୍ୟ କିଣିପାରିବେ । କନ୍ୟା ରାଶି । ଆପଣ ଏହିଦିନ ମୁଗଡାଲି କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାଦ୍ବାରା ଜୀବନରେ ସୁଖଶାନ୍ତି ବନି ରହିବ ।

ତୁଳା ରାଶି । ଆପଣଙ୍କ ସ୍ଵାମୀ ସ୍ଵୟଂ ଶୁକ୍ର ଅଟନ୍ତି, ତେଣୁ ଅକ୍ଷୟ ତୃତୀୟା ଦିନ ଚିନି ଏବଂ ଚାଉଳ ଘରକୁ କିଣି ଆଣନ୍ତୁ । ଦେଖିବେ ଘରେ ଖୁସି ଲାଗି ରହିବ । ବିଛା ରାଶି । ଆପଣ ଏହିଦିନ ଗୁଡ କିମ୍ବା ପାଣି କିଣିବା ଖୁବ ଶୁଭ ହୋଇଥାଏ । ଗୁଡକୁ ଭୋଗ ଲଗାଇ ମଧ୍ୟ ସେବନ କରିପାରିବେ ।

ଧନୁ ରାଶି । ଏହି ରାଶିର ସ୍ଵାମୀ ସ୍ଵୟଂ ଦେବଗୁରୁ ବୃହସ୍ପତି ଅଟନ୍ତି । ତେଣୁ ଆପଣ ଏହିଦିନ କଦଳୀ କିମ୍ବା ହଳଦିଆ ଚାଉଳ କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ଦେଖିବେ ବର୍ଷ ସାରା ଖୁସିର ବର୍ଷା ହେବ । ମକର ରାଶି । ଏହି ରାଶିର ବ୍ୟକ୍ତିବିଶେଷ ଅକ୍ଷୟ ତୃତୀୟା ଦିନ କଳା ରଙ୍ଗର ଡାଲି କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ଚାହିଁଲେ ଦହି ମଧ୍ୟ କିଣିପାରିବେ ଏହାଦ୍ବାରା ଦୁଇଗୁଣ ଲାଭ ହୋଇଥାଏ । ମାତା ଲକ୍ଷ୍ମୀଙ୍କ ଅଶେଷ କୃପା ସର୍ବଦା ଆପଣଙ୍କ ଉପରେ ରହିଥାଏ ।

କୁମ୍ଭ ରାଶି । ଆପଣ କଳା ତିଳ କିମ୍ବା ଯେକୌଣସି ରଙ୍ଗର କପଡା କିଣିବା ଶୁଭ ହୋଇଥାଏ । କିନ୍ତୁ କଳା ତିଳ କିଣି ଆଣି ପୂଜାରେ ବ୍ୟବହାର କରନ୍ତୁ ଦେଖିବେ ଆପଣଙ୍କ ଜୀବନରେ ନିଶ୍ଚୟ ଖୁସି ଆସିବ ।

ମୀନ ରାଶି । ଏହି ରାଶିର ଲୋକମାନେ ହଳଦୀ କିମ୍ବା ଚଣାଡାଲି କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାଦ୍ବାରା ଜୀବନରେ ଖୁସି ମିଳିଥାଏ ଓ ପୁଣ୍ୟ ମଧ୍ୟ ପ୍ରାପ୍ତି ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ