ଅକ୍ଷୟ କୁମାରଙ୍କ ଏହି ସମ୍ପର୍କୀୟଙ୍କ ଦେହାନ୍ତ, ଏତେ କମ ବୟସରେ ଦୁନିଆରୁ ନେଲେ ବିଦାୟ

ଟିଭି ରେ ପ୍ରସାରିତ ହେଉଥିବା ଧାରାବାହିକ ‘ଘର ଘର କି’ ରେ ଅଭିନୟ କରିଥିବା ଅଭିନେତା ସଚିନ କୁମାର ବର୍ତ୍ତମାନ ଆଉ ଏ ଦୁନିଆରେ ନାହାଁନ୍ତି । ମେ ୧୫ ତାରିଖରେ ହୃତଘାତରେ ସଚିନ କୁମାରଙ୍କର ମୃତ୍ୟୁ ହୋଇଛି ଏବଂ ଏହି ଖବର କାରଣରୁ ଟିଭି ଓ ବଲିଉଡ ଜଗତରେ ଶୋକର ଛାୟା ଖେଳି ଯାଇଛି । ସଚିନ ବଲିଉଡ ଅଭିନେତା ଅକ୍ଷୟ କୁମାର ଙ୍କର ପିଉସୀ ପୁଅ ଭାଇ ଥିଲେ । ସଚିନ ଙ୍କ ମୃତ୍ୟୁ ଖବରରେ ସମସ୍ତେ ବହୁତ ଦୁଖଃରେ ଅଛନ୍ତି ।

ହୃଦଘାତ ରେ ହେଲା ଦେହାନ୍ତ

ସଚିନ ଙ୍କ ବୟସ ଅଧିକ ନଥିଲା ମାତ୍ର ୪୨ବର୍ଷ ବୟସରେ ତାଙ୍କର ହୃଦଘାତ ହେବା ଦ୍ଵାରା ସେ ମୃତ୍ୟୁ ବରଣ କଲେ । ତାଙ୍କର ମୃତ୍ୟୁ ଖବରକୁ ତାଙ୍କ ସାଙ୍ଗ ରାକେଶ ପାଲ ନିଶ୍ଚିନ୍ତ କରିଛନ୍ତି । ସେ ଗୋଟିଏ ୱେବସାଇଟ କୁ ଖବର ଦେବା ସହିତ କହିଛନ୍ତି କି ସଚିନ ଏବେ ଆଉ ଦୁନିଆରେ ନାହାଁନ୍ତି ଏବଂ ମୁଁ ତାଙ୍କୁ ଶେଷ ସମୟରେ ମଧ୍ୟ ଦେଖି ପାରିଲି ନାହିଁ କାରଣ ମୁଁ ଖବର ପାଇବା ବେଳକୁ ତାଙ୍କୁ ଅନ୍ତିମ ସଂସ୍କାର ପାଇଁ ନେଇଯାଇ ଥିଲେ ।

ସଚିନ ‘ଘର ଘର କି’ ଧାରାବାହିକ ରେ ନିଜର ପରିଚୟ ସୃଷ୍ଟି କରିଥିଲେ ଏବଂ ଏହାପରେ ସେ ଅନ୍ୟ ଧାରାବାହିକ ରେ ମଧ୍ୟ କାମ କରିଥିଲେ । କିନ୍ତୁ ସେ ଗତ କିଛି ବର୍ଷ ହେବ ଅଭିନୟ ଏବଂ ଛୋଟ ପରଦାରୁ ଦୂରେଇ ଯାଇଥିଲେ। କିଛି ଦିନ ପୂର୍ବରୁ ସଚିନ ଜଣେ ଫଟୋଗ୍ରାଫର ଭାବରେ କାମ କରୁଥିଲେ। ମେ ୧୩ ତାରିଖରେ ତାଙ୍କ ଜନ୍ମଦିନ ଥିଲା ଯାହାକୁ ସେ ନିଜ ପରିବାର ସହିତ ମନାଇ ଥିଲେ ।

ଘରର ବେଡ ଉପରୁ ସଚିନ ଙ୍କର ମୃତଦେହ ମିଳିଥିଲା

ରାକେଶ କହିଛନ୍ତି କି ଘରୁ ମିଳିଥିବା ସୂଚନା ଅନୁସାରେ ସଚିନ ରାତିରେ ଶୋଇବା ପାଇଁ ରୁମ କୁ ଯାଇଥିଲେ କିନ୍ତୁ ତାପର ଦିନ ସକାଳୁ କବାଟ ନ ଖୋଲିବାରୁ ଘର ଲୋକ ବ୍ୟସ୍ତ ହୋଇ ଅନ୍ୟ ଏକ ଚାବିରେ କବାଟ ଖୋଲିଥିଲେ ଏବଂ ସେମାନେ ସଚିନଙ୍କୁ ମୃତ ଅବସ୍ଥାରେ ଖଟରେ ଶୋଇଥିବାର ଦେଖିଲେ । ଏହାପରେ ଜଣାପଡିଲା କି ହୃତଘାତରେ ତାଙ୍କର ମୃତ୍ୟୁ ହୋଇଛି ।

ରାକେଶ କହିଛନ୍ତି କି ସଚିନ ଏବଂ ସେ ବହୁତ ପୁରୁଣା ସାଙ୍ଗ ଅଟନ୍ତି ଏବଂ ସେମାନେ ସାଙ୍ଗ ହୋଇ ମଧ୍ୟ ଅଭିନୟ ଦୁନିଆରେ ପାଦ ଦେଇଥିଲେ କିନ୍ତୁ ଗତ ୫ବର୍ଷ ହେବ ସେମାନଙ୍କର ଦେଖା ହୋଇନଥିଲା । ଆମେ ଦେଖାକରିବା ପାଇଁ ସବୁବେଳେ ଯୋଜାନା କରିଥାଉ କିନ୍ତୁ କୌଣସି କାରଣ ପାଇଁ ଆମେ ଦେଖାହୋଇ ପାରିନଥାଉ । ରାକେଶ କହିଛନ୍ତି ସଚିନ ଜଣେ ଭଲ ମଣିଷ ଥିଲେ ଯିଏ କି ସବୁ ବେଳେ ହସୁଥିଲେ ଏବଂ ଲୋକ ମାନଙ୍କୁ ମଧ୍ୟ ସାହାଯ୍ୟ କରୁଥିଲେ । ସଚିନ ଙ୍କର ଏମିତି ହଠାତ ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଦ କରିଦେଇଛି ।