ପୁଲୱାମା ଆକ୍ରମଣ : ଅକ୍ଷୟ କୁମାର ସହିଦ ପରିବାରଙ୍କ ପାଇଁ କରିଲେ ଏମିତି ଅପିଲ, ସାହାର୍ଯ୍ୟ ପାଇଁ ଆଗକୁ ଆସିଲେ ଅନେକ ସେଲିବ୍ରିଟୀ

ପୁଲୱାମାରେ ସହିଦ ହୋଇଥିବା ଯବାନମାନଙ୍କର ପ୍ରତି  ଲୋକମାନଙ୍କ ମନରେ ଦୁଖ ସହିତ ପାକିସ୍ତାନ ପାଇଁ ରାଗ ବି ଅଛି । ସମସ୍ତେ ଟ୍ୱୀଟ କରି ନିଜର କ୍ରୋଧ ଯାହିର କରୁଛନ୍ତି । କିନ୍ତୁ ବର୍ତ୍ତମାନ ପୁରା ଦେଶର ସବୁଠୁ ବଡ ଦାୟୀତ୍ଵ ହେଉଛି କି ଏହି ସହିଦ ପରିବାରଙ୍କୁ ସାହାରା ଦେବାର ଅଛି । ସାଧାରଣ ଜନତାଙ୍କ ସହିତ କିଛି ସେଲିବ୍ରିଟୀମାନେ ବି ଆଗକୁ ଆସୁଛନ୍ତି । ଏହି ମାମଲାରେ ଅକ୍ଷୟ କୁମାର ବି ଏକ ଜବରଦସ୍ତ ଅପିଲ କରିଛନ୍ତି ।

ଅକ୍ଷୟ କରିଲେ ଅପିଲ

କହିଦେଉଛୁ ଯେ ଅକ୍ଷୟ କୁମାର କିଛି ସମୟ ପୂର୍ବରୁ ଭାରତ ସରକାରର ଗୃହ ମନ୍ତ୍ରାଳୟର ସହଯୋଗରେ ଭାରତ କି ବୀର ନାମରେ ଏକ ୱେବସାଇଟ ତିଆରି କରିଛନ୍ତି । ଏହା ସାହାର୍ଯ୍ୟରେ ଭାରତୀୟ ସୈନିକ ଏବଂ ସୁରକ୍ଷାକର୍ମୀଙ୍କର ପରିବାରକୁ ସାହାର୍ଯ୍ୟ କରାଯାଇ ପାରିବ । ବଲୀଉଡର ଖିଲାଡ଼ି କୁମାର ଟ୍ୱିଟର ଜରିଆରେ ଅପିଲ କରି ଲେଖିଛନ୍ତି କି ପୁଲୱାମା ଏକ ଏମିତି ଘଟଣା ଅଟେ ଯାହାକୁ ଆମେ କେବେ ବି ଭୁଲି ପାରିବା ନାହିଁ ।

ଆମ ସମସ୍ତଙ୍କ ମଧ୍ୟରେ ରାଗ ଅଛି ଏବଂ ଏହି ସମୟରେ କିଛି କରିବାର ଅଛି । ସେଥିପାଇଁ ବର୍ତ୍ତମାନ କରନ୍ତୁ, ପୁଲୱାମାର ସହିଦଙ୍କ ପାଇଁ ଦାନ କରନ୍ତୁ । ଅକ୍ଷୟ କୁମାର ଲୋକମାନଙ୍କୁ ଅପିଲ କରିଛନ୍ତି କି ପୁଲୱାମାର ସହିଦମାନଙ୍କ ପାଇଁ ଆମ ସମସ୍ତଙ୍କୁ ଆଗକୁ ଆସି ଦାନ କରିବା ଉଚିତ । ଏହା ସହିତ ସେ କହିଛନ୍ତି କି ସାହାର୍ଯ୍ୟ କରିବା ପାଇଁ ଏକ ଆଧିକାରିକ ୱେବସାଇଟରେ ଅଛି ଏବଂ ଅନ୍ୟ କୌଣସି ଫର୍ଜି ୱେବସାଇଟର ଶିକାର ହୁଅନ୍ତୁ ନାହିଁ ।

ବରୁଣ ଦେଖାଇଲେ ରାଗ

ବରୁଣ ବି ସହିଦଙ୍କୁ ଶ୍ରନ୍ଧାଜଳି ଦେଇ ତାଙ୍କର ଫଟୋକୁ ଶେୟାର କରି ନିଜର କ୍ରୋଧ ପ୍ରକାଶ କରିଛନ୍ତି । ବରୁଣ ଲେଖିଲେ କି ଜୟ ହିନ୍ଦ, ମୁଁ କେବେ ବି ହିଂସା ଉପରେ ବିଶ୍ଵାସ କରେ ନାହିଁ, କିନ୍ତୁ ଆମର ସୈନିକମାନେ ଅଧିକ ସମୟ ହେବ ଏହି ସମସ୍ୟାର ସାମନା କରୁଛନ୍ତି କାରଣ ତାଙ୍କ ସାମାନରେ ଯେଉଁ ଶତ୍ରୁ ଅଛନ୍ତି ସେମାନେ ଭୟବିତ ଅଟନ୍ତି । ଆତଙ୍କବାଦ ଆଜି ଏକ ଧନ୍ଦା ହୋଇଯାଇଛି । ଏହି ଆତଙ୍କ ବ୍ୟାପେରି ମାନଙ୍କର ଧନ୍ଦା ଚାଲିବାକୁ ଦେବୁ ନାହିଁ ।

କହିଦେଉଛୁ ଯେ ପୁଲୱାମା ଘଟଣା ପରେ ସେଲିବ୍ରିଟୀ ମାନେ ନିଜର ବହୁତ ସମର୍ଥନ ଦେଇଛନ୍ତି । ସହିଦ ବିଜୟ କୁମାର ମୌର୍ୟଙ୍କର ପରିଜନଙ୍କର ସାହାର୍ଯ୍ୟ କରିବା ପାଇଁ ପ୍ରସିଦ୍ଧ ଗାୟକ କୈଲାଶ ଖେର ବି ଅପିଲ କରିଛନ୍ତି । ୧୬ ଫେବ୍ରୁୟାରୀରେ ଦେବରିୟା ମହୋତ୍ସବରେ ସାମିଲ ହେବାକୁ ଆସିଥିଲେ କୈଲାଶ ଖେର ସହିଦ ପରିବାରଙ୍କୁ ୧୦ ଲକ୍ଷ ଟଙ୍କାର ସାହାର୍ଯ୍ୟ କରିବେ । ଅନ୍ୟ ପଟେ ଅମିତାଭ ବଚ୍ଚନ ବି ସହିଦ ପରିବାରଙ୍କୁ ୫ – ୫ ଲକ୍ଷ ଟଙ୍କା ଦେବେ ।

ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେନି ।