ଅକ୍ଷୟ ତୃତୀୟା ଦିନ ସୁନା କିଣିବା ଦ୍ଵାରା ଘରେ ହୋଇଥାଏ ମା ଲକ୍ଷ୍ମୀଙ୍କର ପ୍ରବେଶ, ଏହି ଶୁଭ ମୂହୁର୍ତ୍ତରେ କିଣନ୍ତୁ ସୁନା ହେବ ଧନ ବର୍ଷା

ଅକ୍ଷୟ ତୃତୀୟାକୁ ହିନ୍ଦୁ ଧର୍ମରେ ବହୁତ ଶୁଭ ଦିନ ବୋଲି କୁହାଯାଏ । ଅକ୍ଷୟ ତୃତୀୟା ଦିନ ଲୋକମାନେ ସୁନା ନିଶ୍ଚିତ କିଣିଥାନ୍ତି । ଏହି ବର୍ଷ ଅକ୍ଷୟ ତୃତୀୟାର ୭ ମେ କୁ ଆସୁଛି । ଏହା ଛଡା ଅକ୍ଷୟ ତୃତୀୟା ଦିନ କୌଣସି ଶୁଭ କାର୍ଯ୍ୟ କରିବା ପାଇଁ ସବୁଠୁ ଉତ୍ତମ ଦିନ ହୋଇଥାଏ । ଅକ୍ଷୟ ତୃତୀୟା ଶବ୍ଦରେ ଅକ୍ଷୟର ଅର୍ଥ ‘ ଯାହା କେବେ ବି ଶେଷ ହୋଇ ନଥାଏ’ । ସେଥିପାଇଁ ଆପଣ ଏହି ଦିନରେ ଯାହା ବି ଘରକୁ ଆଣିବେ ସେଥିରେ ଉନ୍ନତି ହୋଇଥାଏ । ଅକ୍ଷୟ ତୃତୀୟାକୁ କେବଳ ହିନ୍ଦୁମାନେ ନୁହେଁ ଜୈନ ଧର୍ମର ଲୋକମାନେ ବି ପାଳନ କରିଥାନ୍ତି ।

୭ ମଇ ଦିନ ସୁନା କିଣିବାର ଶୁଭ ମୂହୁର୍ତ୍ତ ସକାଳ ୬:୨୬ ଟାରୁ ରାତି ୧୧ ଟା ପର୍ଯ୍ୟନ୍ତ ରହିବ । ଏହି ସମୟରେ ସୁନା କିଣି ପାରିବେ ।

ଅକ୍ଷୟ ତୃତୀୟା ଦିନ କାହିଁକି କ୍ରୟ କରାଯାଏ ସୁନା –

ମିଳିଥାଏ ଜୀବନସାରା ଲାଭ –

ଅକ୍ଷୟ ତୃତୀୟା ଦିନ ଆପଣ ଯାହା ବି କାର୍ଯ୍ୟ କରନ୍ତି ସେଥିରେ ଆପଣଙ୍କୁ ଉନ୍ନତି ମିଳିଥାଏ । ସେଥିପାଇଁ ଲୋକମାନେ ସେହି ଦିନରେ ସୁନା କ୍ରୟ କରନ୍ତି । ଯାହା ଦ୍ଵାରା ତାଙ୍କ ଘରେ କେବେ ବି ଟଙ୍କାର ଅସୁବିଧା ନ ହେଉ ଏବଂ ତାଙ୍କ ଘରେ ଟଙ୍କାର ଉନ୍ନତି ହେଉ ।

ଜୀବନରେ ଆସିଥାଏ ସମୃଦ୍ଧି –

ସମସ୍ତ ପ୍ରାକୃତିକ ଧାତୁ ମଧ୍ୟରେ ସୁନାକୁ ସବୁଠୁ ଉତ୍ତମ ଧାତୁ ବୋଲି କୁହାଯାଏ । ଘରେ ସୁନା ଆଣିବା ଦ୍ଵାରା ସମୃଦ୍ଧି ରହିଥାଏ । ସେଥିପାଇଁ ଅକ୍ଷୟ ତୃତୀୟା ଦିନ ସୁନା କ୍ରୟ କରାଯାଏ ।

ହୋଇଥାଏ ମାତା ଲକ୍ଷ୍ମୀଙ୍କର ପ୍ରବେଶ –

ଏହି ଦିନରେ ସୁନାକୁ ଘରେ ଆଣିବା ଦ୍ଵାରା ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କର ପ୍ରବେଶ ଘରେ ହୋଇଥାଏ । ଏମିତି କୁହାଯାଏ କି ସୁନା ରୂପରେ ମାତା ଲକ୍ଷ୍ମୀ ଏହି ଦିନରେ ଆପଣଙ୍କ ଘରେ ଆସିଥାନ୍ତି ଏବଂ ଆପଣଙ୍କ ଘରେ ଟଙ୍କାର ଉନ୍ନତି ହୋଇଥାଏ ।

ଅକ୍ଷୟ ତୃତୀୟା ସହ ଜଡିତ କାହାଣୀ –

ଏକ ପୁରୁଣା କଥା ଅନୁସାରେ ଭଗବାନ କୁବେର, ଯାହାଙ୍କୁ ଧନର ଦେବତା ବୋଲି କୁହାଯାଏ । ସେ ଭଗବାନ ଶିବଙ୍କୁ ପ୍ରାର୍ଥନା କରି ତାଙ୍କୁ ବହୁତ ଅଧିକ ସୁନା ମାଗିଥିଲେ । ଏବଂ ଭଗବାନ ଶିବ ତାଙ୍କୁ ବହୁତ ସୁନା ଦେଇଥିଲେ । ଯେଉଁ ଦିନ ଭଗବାନ ଶିବ କୁବେରଙ୍କୁ ସୁନା ଦେଲେ ସେହି ଦିନ ଅକ୍ଷୟ ତୃତୀୟା ଥିଲା । ସେଥିପାଇଁ ଅକ୍ଷୟ ତୃତୀୟା ଦିନ ସୁନା କିଣିବା ଶୁଭ ହୋଇଥାଏ ।

ଦାନ କରିବା ଦ୍ଵାରା ମିଳିଥାଏ ଲାଭ –

ସୁନା କିଣିବା ଛଡା ଏହି ଦିନରେ ଦାନ କରିବା ଦ୍ଵାରା ତାହା ଆମ ଜୀବନ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଅକ୍ଷୟ ତୃତୀୟା ଦିନ ସକାଳେ ସ୍ନାନ କରିବା ପରେ ଗରିବ ଲୋକମାନଙ୍କୁ କପଡା, ଖାଦ୍ୟ କିମ୍ବା ଟଙ୍କା ଦାନ କରନ୍ତୁ । ମଣିଷକୁ ସୁଖ, ସମୃଦ୍ଧି ଏବଂ ଧନ ପ୍ରାପ୍ତି ହୋଇଥାଏ ।