ଆକସ୍ମିକ ଧନଲାଭ କରିବା ପାଇଁ କରନ୍ତୁ ଏହି ଉପାୟ- Ajira Anuchinta

ବାସ୍ତୁ ଶାସ୍ତ୍ର ଅନୁସାରେ ଏମିତି କିଛି ନୀତି ନିୟମ ରହିଛି ଯାହାକୁ ପାଳନ କରିଲେ ଆମ ଜୀବନର ସବୁ ଦୁଖ କଷ୍ଟ ଦୂର ହୋଇଥାଏ । ପ୍ରତେକ ମଣିଷ ଜୀବନରେ ପଇସାର ଅଭାବ ଦେଖାଯାଏ ଯାହାର ନିରାକରଣ ଅନେକ ଉପାୟ କରିଲେ ମଧ୍ୟ ମିଳି ନ ଥାଏ । ଆଜି ଆମେ ଆପଣ ମାନଙ୍କୁ କେଉଁ ଉପାୟ କରିଲେ ପଇସାର ଅଭାବ ରହି ନ ଥାଏ ସେହି ବିଷୟରେ କହିବାକୁ ଯାଉଛୁ ।ଜ୍ଯୋତିଷ ଶାସ୍ତ୍ର ଅନୁସାରେ  ପ୍ରତେକ ଦିନ ସକାଳୁ ସ୍ନାନ କରି ଓସ୍ତ ଗଛରେ ପାଣି ଦେବା ଦ୍ଵାରା ଓ ମାତା ଲକ୍ଷ୍ମୀଙ୍କର ମନ୍ତ୍ର ଜପ କରିବା ଫଳରେ ପଇସାର ଅଭାବ ରହି ନ ଥାଏ ।

ଘରେ ଯେଉଁ ଜାଗାରେ ଅଟା ରଖାଯାଏ ସେଥିରେ ୫ଟି ତୁଳସୀ ପାତ୍ର ରଖିବା ଉଚିତ । ଏହା ଛଡା ଶନିବାର ଦିନ ଅଟା ସହିତ କିଛି ଚଣା ଗୁଣ୍ଡ ମିଶାଇଲେ ଘରର ସମସ୍ତ ବାସ୍ତୁ ଦୋଷ ଦୂର ହେବା ସହ ପଇସାର ମଧ୍ୟ ଅଭାବ ରହି ନ ଥାଏ ।

ଗୋଟିଏ ନୋଟରେ ନାଲି ସୂତା ବାନ୍ଧି ପ୍ରଭୁ ରାଧା କୃଷ୍ଣଙ୍କ ମୂର୍ତ୍ତି ପଛ ପଟେ ଲୁଚାଇ ରଖିଲେ ଘରେ କେବେ ବି ପଇସାର ଅଭାବ ରହେ ନାହି । କୌଣସି ଗୋଟିଏ ଭଲ ଦିନରେ ଗୋଟେ ରେଶମ କପଡାରେ ଏକ ଉସିଟି ଗୋଟା ଚାଉଳ ବାନ୍ଧି ସେହି କପଡାକୁ ମା ଲକ୍ଷ୍ମୀଙ୍କ ପାଖରେ ପୂଜା କରି ପଇସା ରଖୁଥିବା ଜାଗାରେ ରଖିଲେ କେବେ ବି ପଇସାର ଅଭାବ ହୋଇନଥାଏ ।

କାଳୀ ମନ୍ଦିରରେ ମାନସିକ କରି ମାଙ୍କର ଆରାଧନା କରିଲେ ଘରର ଅଶୁଭ ଶକ୍ତି ଦୂର ହେବା ସହ ପଇସାର ଅଭାବ ରହେ ନାହି । ବ୍ୟବସାୟରେ ଉନ୍ନତି ବା ଅଧିକ ଲାଭ ହେବା ପାଇଁ ସକାଳୁ ୨ଟି ତୁଳସୀ ପାତ୍ର ଖାଇବା ଉଚିତ । ପ୍ରଭୁ ଗଣେଶଙ୍କୁ ପ୍ରତେକ ଦିନ ଦର୍ଶନ କରିଲେ ଆର୍ଥିକ ଲାଭ ହୋଇଥାଏ ।

ଧନ ଲାଭ ପାଇ ନଦୀରେ ୨ଟି ହଳଦି ଖଣ୍ଡ ପ୍ରବାହିତ କରିବା ଉଚିତ । କେବେ ବି କୌଣସି ଗଛକୁ କାଟିବା ଉଚିତ ନୁହେ ।  ଘରର ଚାରିପାଖରେ ଫୁଲ ଗଛ ଲଗାଇବା ସହ ପିଲା ମାନଙ୍କୁ କୌଣସି ମିଠା ଜାତୀୟ ଖାଦ୍ଯ ଖାଇବାକୁ ଦେଲେ ପଇସାର ଅଭାବ ରହେ ନାହି । ଆମେ ବ୍ୟବହାର କରୁ ନ ଥିବା କୌଣସି ଜୋତା ବା ଚପଲ ଓ ଅଳିଆ ଆବର୍ଜନାକୁ ଘରେ ରଖିବା ଉଚିତ ନୁହେ ।

ଘରେ ଧନ ପ୍ରାପ୍ତ ହେବା ପାଇଁ ଓ ପଇସାର ଅଭାବ ନ ରହିବା ପାଇଁ ସବୁ ଦିନ ଚନ୍ଦନ ଧୂପ ଲଗାଇବା ଉଚିତ ଓ ଘରର ନାରୀ ମାନଙ୍କଉ ସମାନ ଦେବା ଉଚିତ । ବର ଗଛ ପତ୍ରରେ ନିଜର ମନସ୍କାମନା ଲେଖି ନଦୀରେ ପ୍ରବାହିତ କରିଲେ ମନସ୍କାମନା ପୂରଣ ହେବା ସହ ପଇସାର ଅଭାବ ରହେ ନାହି । ପ୍ରାଚୀନ ଶିବ ମନ୍ଦିରରେ ରୁଦ୍ରାକ୍ଷ ଚଢାଇବା ଫଳରେ ଟଙ୍କା ପଇସାର ଆଗମନ ହୋଇଥାଏ । ଏହାଛଡା ୩ଟି ଝାଡୁ କିଣି ଦେବୀ ମନ୍ଦିରରେ ଦାନ କରିଲେ ପଇସାର ଅଭାବ ରହେ ନାହି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ