ଆକାଶରୁ ଖସିଲା ଏମିତି ଜିନିଷ, ଯାହାକୁ ପାଇ ଏହି ଯୁବକ ହେଇଗଲେ କୋଟିପତି

ଆଜିକା ସମୟରେ ଧନୀ ହେବାକୁ କିଏ ନା ଚାହେଁ । ଏଥିପାଇଁ ଲୋକ କଠିନ ପରିଶ୍ରମ କରି ନିଜର ଆର୍ଥିକ ଅବସ୍ଥାକୁ ଦୃଢ଼ କରିଥାନ୍ତି । କିନ୍ତୁ କଥାରେ ଅଛି ନାହିଁ ତ ନାହିଁ କିଛିନାହିଁ କିନ୍ତୁ ଯଦି ଈଶ୍ୱର ଦିଅନ୍ତି ଛପର ଫାଡ଼ି ଦିଅନ୍ତି । ସେହି ଭଳି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ଯ କରିଦେଇଛି । ଇଣ୍ଡୋନେସିଆ ର ୩୩ ବର୍ଷର ଯୁବକ ଜସୁଆ ହୁତଂଲୁଙ୍ଗ ଚାହୁଁ ଚାହୁଁ ୧୦ କୋଟି ଟଙ୍କା ର ମାଲିକ ହୋଇଯାଇଛନ୍ତି ।

ଜସୁଆ କେବେ ମଧ୍ୟ ଚିନ୍ତା କରିନଥିଲେ କି ସେ ଘରେ ଥିବା ସମୟରେ ତାଙ୍କ ସହିତ ଏମିତି କିଛି ଘଟଣା ଘଟିବ ଯାହା ତାଙ୍କୁ ଆଖି ପିଛୁଳାକେ କୋଟିପତି କରିଦେବ । ଜସୁଆ ଙ୍କ ସହ ଯାହାବି ହୋଇଛି ସେଥିପାଇଁ ସେ ବହୁତ ଖୁସି ଅଛନ୍ତି । ତେବେ ଘଟଣା କଣ ଚାଲନ୍ତୁ ଜାଣିବା । ଯେତେବେଳେ ଜସୁଆ ଘରେ ଥିଲେ ସେତେବେଳେ ଆକାଶରୁ ଏକ ମୂଲ୍ୟବାନ ଧାତୁ ତାଙ୍କ ଘର ଉପରେ ଖସିପଡ଼ିଥିଲା ।

ଏହି ପଥରଟିକୁ ଦେଖିବା ପରେ ଜଣାପଡ଼ିଥିଲା କୁ ଏହା ୪୫ କୋଟି ବର୍ଷ ପୁରାତନ ଦୁର୍ଲଭ ଉଲ୍କା ପିଣ୍ଡ ଥିଲା । ଜସୁଆ ଉତ୍ତର କୋଲାଙ୍ଗ ରେ ଥିବା ତାଙ୍କ ଘର ପାଖରେ କାମ କରୁଥିଲେ, ଏହି ସମୟରେ ଆକାଶରୁ ବହୁ ବର୍ଷ ପୁରୁଣା ଉଲ୍କା ପିଣ୍ଡ ଖସିଥିଲା । ଆକାଶରୁ ଖସିଥିବା ଏହି ପଥର ର ଓଜନ ୨ ଦଶମିକ ୧ କିଲୋଗ୍ରାମ ଅଟେ ।

ଏହି ପଥର ଯେତେବେଳେ ଜସୁଆ ଙ୍କ ଘର ଉପରେ ପଡିଥିଲା ତାଙ୍କ ଛାତ ଭାଙ୍ଗିଯିବା ସହ ଏକ ଛିଦ୍ର ହୋଇଥିଲା ଛାତରେ । କେବଳ ଏତିକି ନୁହେଁ ଏହି ପଥରଟି ଛାତ ଭାଙ୍ଗିବା ସହ ଚଟାଣରେ ୧୫ ସେଣ୍ଟିମିଟର ଧସି ହୋଇଥିଲା । ପୁରା ଘଟଣା ଦେଖି ଜସୁଆ ମଧ୍ୟ କିଛି ବୁଝିପାରିନଥିଲେ ଏବଂ ଆଶ୍ଚର୍ୟ୍ଯ ହୋଇଯାଇଥିଲେ । କିନ୍ତୁ ପରେ ଏହି ମୂଲ୍ୟବାନ ଧାତୁ ବିଷୟରେ ଜାଣିପାରିଥିଲେ ଜସୁଆ ।

ଆକାଶରୁ ଖସିଥିବା ଏହି ଧାତୁ ଜସୁଆ ଙ୍କ ଆର୍ଥିକ ସ୍ଥିତି କୁ ରକ୍ଷା କରିଛି । ଏହି ବହୁ ପୁରାତନ ଉଲ୍କା ପିଣ୍ଡ ପାଇଁ ଜସୁଆ ଙ୍କୁ ୧୦ କୋଟି ଟଙ୍କା ମିଳିଥିବାରୁ ସୂଚନା ମିଳିଛି । ଜସୁଆ କହିଛନ୍ତି କି ସେ ଯେତେବେଳେ ଏହି ପଥରକୁ ଉଠାଇଥିଲେ ସେତେବେଳେ ଏହା ବହୁତ ଗରମ ଥିଲା ଏବଂ ଏହା ଆଂଶିକ ରୂପରେ ଭାଙ୍ଗିଥିଲା । ଉଳ୍କା ପିଣ୍ଡ ପଡ଼ିବା ସମୟରେ ବହୁତ ଜୋରେ ଶବ୍ଦ ହୋଇଥିଲା ଏବଂ ଘରର ସବୁ ଜିନିଷ ଏହି ଶବ୍ଦରେ ତଳେ ପଡିଯାଇଥିଲା ।

ଏବଂ ଜସୁଆ ଭାଙ୍ଗିଯାଇଥିବା ଛାତକୁ ଦେଖି ସନ୍ଦେହ କରିଥିଲେ କି ଏହି ପଥର ଆକାଶରୁ ଖସିଛି । ତାଙ୍କୁ ମିଳିଥିବା ଉଲ୍କା ପିଣ୍ଡ ବହୁତ ଦୁର୍ଲଭ ପ୍ରଜାତିର ବୋଲି ଗଣନା କରାଯାଇଛି । ଏହାର ପ୍ରତି ଗ୍ରାମର ମୂଲ୍ୟ ହେଉଛି ୮୫୭ ଡଲାର । ଜସୁଆ ଏହି ଘଟଣା ପରେ ଯେତିକି ଆଶ୍ଚର୍ୟ୍ଯ ସେତିକି ଖୁସି ମଧ୍ୟ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।