ଆଜ୍ୱାଇନ ଖାଇବା ଦ୍ଵାରା ମିଳିଥାଏ ଏହି ଚମତ୍କାରୀ ଫାଇଦା, ଯାହା ଆପଣ କେବେ ବି ଶୁଣି ନଥିବେ ! Health Tips

ରସୋଇ ଘରେ ଥିବା ଜୁଆଣୀରେ ଭଲ ହୋଇ ପାରେ ଅନେକ ରୋଗ । ଆସନ୍ତୁ ଜାଣିବା କଣ କଣ ବେମାରି ଭଲ ହୋଇ ପାରେ । କଫ, କାଶ, ପେଟ ଦୋଷ ଆଦୀରୁ ମୁକ୍ତି ମିଳି ଥାଏ । ଜୁଆଣୀରେ “ଆଣ୍ଟି ଆକ୍ସିଡେଣ୍ଟ”, “ଆଣ୍ଟି ବ୍ୟକ୍ଟେରିଆଲ” ଥାଏ । ଏଥି ପାଇଁ ଜୁଆଣୀକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଏ । ଏହା ଦୋକାନରେ ସହଜରେ ମିଳିଯାଏ।ଜୁଆଣୀ ପାଚନ ତନ୍ତ୍ର କୁ ମଜ୍ବୂତ କରାଇ ଥାଏ । ପେଟ ଖରାପ ହେଲେ କିଛି ବି ଖାଇଲେ ହଜମ ହୋଇ ନଥାଏ । କେତେକ ସମୟରେ ଅନେକ ଯନ୍ତ୍ରଣା ଅନୁଭୂତ ହୁଏ ।

ଜୁଆଣୀ ପେଟ ପାଇଁ ଭଲ ଏହାକୁ ଖାଇବା ଦ୍ଵାରା ଖାଇବା ଜଲ୍ଦି ହଜମ ହୋଇ ଯାଏ । ଯାହାକୁ ବି ପେଟର ସମସ୍ଯା ଥାଏ । ସେମାନେ ଏହାକୁ ଚୋବାଇକି ଖାଇ ପାରିବେ ନହେଲେ ଏହାକୁ ଗୁଣ୍ଡ କରିକି ସକାଳୁ ଖାଲି ପେଟରେ ମଧ୍ୟ ଖାଇ ପାରିବେ। ଏହାକୁ ଗରମ ପାଣିରେ ପିବା ଦ୍ଵାରା ଆପଣାକୁ ଅଧିକ ଲାଭ ମିଳି ପାରିବ।

କଫରେ ଅନେକ ଲୋକ ଥାନ୍ତି । ଏହି ଲୋକମାନେ ଅନେକ ପ୍ରକାରର ଔଷଧ ବ୍ୟବହାର କରିଥାନ୍ତି । ମାତ୍ର ସେଥିରୁ ତାଙ୍କୁ ଅଧିକ ଲାଭ ମିଳି ନଥାଏ । କଫ  ଥିଲେ ଯଦି ଜୁଆଣୀ ଖାଇବେ ତେବେ ଏହା କଫକୁ କମ କରାଇବାରେ ସାହାଜ୍ଯ କରେ । ୧୦ ଗ୍ରାମ ଜୁଆଣୀ ସାହ ୩ଟି ତ୍ରିଫଳା ଓ କିଛି ଲୁଣ ସ୍ଵାଦ ଅନୁସାରେ ମିଶେଇ ଖାନ୍ତୁ । ଏହାକୁ ରାତିରେ ଶୋଇବା ଆଗରୁ ଉଷୁମ ପାଣି ରେ ଖାଇକି ସୋଇବେ । କିଛି ଦିନ ଭିତରେ ଆପଣ ନିଜେ ହିଁ ଜାଣି ପାରିବେ ଆପଣ କେମିତି ଅନୁଭବ କରୁଛନ୍ତି ନିଜକୁ ସୁସ୍ଥ ।

ବଦହଜମି ପାଇଁ ଏହା ଏକ ଭଲ ଉପୟ କି ଆପଣ ଜୁଆଣୀ କୁ କିଛି ପାଣିରେ ପକାଇ ତାକୁ କିଛି ସମୟ ପାଇଁ ଫୁଟେଇବେ ଓ ଏହାକୁ ଥଣ୍ଡା କରିବା ପାଇଁ ଛାଡି ଦେବେ । ପାଣି ଥଣ୍ଡା ହେବ ପରେ ଆପଣ ଚାହିଲେ ଏଥିରେ କିଛି ଲୁଣ ମିଶାଇ ଏହାକୁ ସେବନ କରି ପାରିବେ ଯଦି ଏହା ଆପଣାକୁ ବଦହଜମିରୁ ମୂକ୍ତି ଦେବା । ବଦହଜମିରେ ଅନେକ ଥର ଲୋକମାନେ ଅଧିକ କଷ୍ଟ ପାନ୍ତି । ଏହି ଉପଚାର କରନ୍ତୁ ଦେଖିବେ ଆପଣ ସୁସ୍ଥ ଅନୁଭବ କରିବେ ।


ଜୁଆଣୀ ଏସିଡ଼ିଟି କୁ ମଧ୍ୟ ଭଲ କରିଥାଏ । ଯାହାକୁ ଏସିଡ଼ିଟି ସେମାନେ ଜୁଆଣୀ କୁ ଜୀରା ସହ ମିଶାଇ ପାଣିରେ ଫୁଟାଇ ଥଣ୍ଡା କରି ପିଲେ ଏସିଡ଼ିଟି ରୁ ମୁକ୍ତି ମିଳିବ । କିମ୍ବା ଯଦି ଆପଣ ଯଦି ଚାହାନ୍ତି  ତାକୁ ଗୁଣ୍ଡ କରି ଖାଇ ପାରିବେ । ଏହାକୁ ଆପଣ ଦହିରେ ମିଶେଇକି ପିଲେ ମଧ୍ୟ ଏଥିରୁ ମୁକ୍ତି ମିଳି ପାରିବ।

ଜୁଆଣୀ ମାଢି ଦରଜରୁ ମୁକ୍ତି ଦେଇ ଥାଏ । ଯଦି ଆପଣଙ୍କ ମାଢିରେ ଦରଜ ଅଛି ତେବେ ଆପଣ ଜୁଆଣି ଗୁଣ୍ଡାକୁ ନିଜ ପାଟିରେ ପକାଇ କିଛି ସମୟ ରୁହନ୍ତୁ । କିଛି ସମୟ ପରେ କୁଲି କରି ନିଅନ୍ତୁ । ଦେଖିବେ ଏହା କରିବା ଦ୍ଵାରା ଆପଣଙ୍କ ମାଢି ମଜବୁତ ହେବ ସହ ଦରଜ ହେବା ବି କମି ଜିବ ।

ପେଟ ଯଦି କାଟୁ ଥାଏ ତେବେ ଆପଣ  ଜୁଆଣୀ କୁ ଗୁଣ୍ଡ କରି ସେଥିରେ କିଛି କର୍ପୁର ମିଶାଇ  ଖାନ୍ତୁ ଦେଖିବେ ପେଟ କାଟିବା କିଛି ସମୟରେ କମିଯିବ । ଯଦି ଆପଙ୍କୁ ଆମର ଏହି ବିବରଣୀ ଭଲ ଲାଗେ ତେବେ ଲାଇକ ଗୋଟେ କରନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।