ଅଯୋଧ୍ୟାରେ ଓଡିଶା କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଓଡିଶାରେ ପ୍ରଭୁ ରାମଙ୍କ ଗୀତ କୁ ନେଇ ମୋଦୀ କରିଲେ ପ୍ରଶଂସା । ଓଡିଶାରୁ ଅଯୋଧ୍ୟାକୁ ଗଲା ଏମିତି ଜିନିଷ । ହଁ ଦର୍ଶକ ବନ୍ଧୁ ଅଯୋଧ୍ୟା ପାଇଁ କେଉଁ ରାଜ୍ୟ କଣ କରିଛି ତାହା ଯେତିକି ବଡ କଥା ତା ଠାରୁ ବଡ କଥା ହେଉଛି ଓଡ଼ିଶାକୁ ନେଇ ଏବେ ଅଯୋଧ୍ୟା ରେ ଚର୍ଚ୍ଚା ଜୋର ଧରିଛି । ପ୍ରଭୁ ରାମଙ୍କ ମୂର୍ତ୍ତି ସ୍ଥାପନ ସାରିଛି ଅଯୋଧ୍ୟାରେ । କିନ୍ତୁ ପ୍ରତିଷ୍ଠା ପୂର୍ବରୁ ପ୍ରଭୁ ରାମଙ୍କ ମୂର୍ତ୍ତି କେମିତି ଜୀବନ୍ତ ହେବେ ଓ ସାଧାରଣ ଭକ୍ତ ମାନେ ସଜିତ ହୋଇଥିବେ ତାହାକୁ ନେଇ ଚିନ୍ତାରେ କରିଥିଲା ଓଡିଶା ।
ଆଉ ଓଡିଶାର ଏଭଳି ପଦକ୍ଷେପ ପରେ ଏବେ ସମସ୍ତେ ଓଡିଆକୁ ପ୍ରଶଂସା କରୁଛନ୍ତି ଅଯୋଧ୍ୟାରେ । ଆଉ ମାତ୍ର ଦୁଇ ଦିନ ପରେ ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ଭାବି ରାମ ମନ୍ଦିରରେ ବିରାଜମାନ ହେବେ ପ୍ରଭୁ ରାମଚନ୍ଦ୍ର । ସାରା ବିଶ୍ଵ ପ୍ରଭୁ ରାମଙ୍କ ଆଗମନର ଦ୍ରୁଶ୍ଯ ଦେଖିବ । ଆଉ ସେଥିପାଇଁ ଦେଶର ସବୁ କୋଣ ଅନୁକୋଣ ରେ ଏବେ ଉଶ୍ଚାହର ମାହୋଲ ଦେଖିବାକୁ ମିଳିଛି ।
ପ୍ରଭୁ ରାମଙ୍କ ଭକ୍ତିରେ ଏବେ ଦେଶବାସୀ ନାଚି ଉଠିଛନ୍ତି । ଆଉ ସେହି ଭକ୍ତିର ଏ ପ୍ରଭୁ ରାମଲାଲା ଙ୍କ ପାଇଁ ଅନେକ ଦିବ୍ୟ ଜିନିଷମାନ ଅଯୋଧ୍ୟା ନଗରୀକୁ ପଠା ଯାଉଛି । ବିଭିନ୍ନ ରାଜ୍ୟ ବିଭିନ୍ନ ସାମଗ୍ରୀ ପହଞ୍ଚାଉ ଥିବା ବେଳେ ଓଡିଶା ରୁ ରାମଲାଲା ଙ୍କ ପାଇଁ ଅହିସା ଶିଳ୍କ ଖଣ୍ଡୁଆ ପାଟ ପ୍ରସ୍ତୁତ କରା ଯାଇଛି । ବ୍ରତ ଓ ବିଧି ପାଳନ ପୂର୍ବକ ନୂଆପାଟଣା କଟକ ର ତନ୍ତ ଶିଳ୍ପୀ ଏହି ଖଣ୍ଡୁଆ ପାଟ ବସ୍ତ୍ର ପ୍ରସ୍ତୁତ କରିଛନ୍ତି ।
ମୁଖ୍ୟ କାରିଗର ଅର୍ଜୁନ ପାଲ ଙ୍କ ନେତୃତ୍ବରେ 11 ଜଣ କାରିଗର ମିଶି ଏଭଳି ପ୍ରସ୍ତୁତ କରିଛନ୍ତି ଖଣ୍ଡୁଆ ପାଟ । ଖଣ୍ଡୁଆ ପାଟ ପାଇଁ ନୂଆପାଟଣା ଅନେକ ପ୍ରସିଦ୍ଧି ଲାଭ କରିଛି । ଆଉ ଏଭଳି ସ୍ଥିତିରେ ପ୍ରଭୁ ରାମ ଙ୍କ ପାଇଁ ଏଭଳି ଖଣ୍ଡୁଆ ପାଟ ପ୍ରସ୍ତୁତ କରି ଓଡିଶା ପଠାଇଛି ଅଯୋଧ୍ୟାକୁ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଯେବେ ନରେନ୍ଦ୍ର ମୋଦୀ ଓଡିଶାର ସୁପ୍ରସିଦ୍ଧ ଗାୟିକା ନମୀତା ଅଗ୍ରୱାଲ ଙ୍କୁ ପ୍ରଶଂସା କରିଛନ୍ତି ତାହାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।
ଆଉ ସେ ନିଜେ ସେୟାର କରି ଲେଖିଛନ୍ତି କି ଅତି ସୁନ୍ଦର ଭାବେ ପ୍ରଭୁ ରାମ ଙ୍କ ଗୀତ କୁ ଏଭଳି ଓଡିଶାରେ ପ୍ରସ୍ତୁତ କରା ଯାଇଛି । ଆଉ ଓଡିଶା କୁ ପ୍ରଶାସ କରିଛନ୍ତି ମୋଦୀ । ତେବେ ଏଭଳି ଭାବେ ଓଡିଶାରେ ଖଣ୍ଡୁଆ ପାଟ ଓ ପ୍ରଭୁ ରାମ ଙ୍କ ଭଜନ ଗୀତ ଭାଇରାଲ ହେବା ପରେ ଏବେ ଅଯୋଧ୍ୟାରେ ଓଡ଼ିଶାକୁ ପ୍ରଶଂସା କରୁଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।