ଓଡିଶାରେ ଆସନ୍ତା ଦୁଇ ଦିନ ଏହି ସବୁ ଜିଲ୍ଲାରେ ହେବ ପ୍ରବଳ ମାତ୍ରାରେ ବର୍ଷା

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେଉଛି, ଯାହାର ପ୍ରଭାବ ଦ୍ଵାରା ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭାରି ବର୍ଷା ହେବାର ସମ୍ଭାବନା ଅଛି । ସ୍ଥାନୀୟ ମୌସମ ବିଭାଗରୁ ମିଳିଥିବା ସୂଚନା ଅନୁସାରେ ୧୦ ଓ ୧୧ ଜୁନକୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭାରି ବର୍ଷା ହେବ । ୧୦ ଜୁନରୁ ରାଜ୍ୟର ୮ଟି ଜିଲ୍ଲା ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ପୁରୀ ଏବଂ ଜଗତସିଂହପୁରରେ ଭାରି ବର୍ଷା ହେବାର ସମ୍ଭାବନା ଅଛି ।

ଏମିତିରେ ମୌସମ ବିଭାଗ ଏହି ଜିଲ୍ଲା ପାଇଁ ୟେଲୋ ୱାର୍ନିଙ୍ଗ ଜାରି କରି ଦେଇଛନ୍ତି । ଅନ୍ୟ ପଟେ ୧୧ ଜୁନକୁ ବର୍ଷା ଆହୁରି ଅଧିକ ହେବ । ୧୧ ଜୁନକୁ ୧୦ଟି ଜିଲ୍ଲାରେ ବର୍ଷାର ସମ୍ଭାବନା ଅଛି । ଏହି ୧୦ଟି ଜିଲ୍ଲାରେ କୋରାପୁଟ, ମାଲକାନଗିରୀ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ବଲାଙ୍ଗୀର, କନ୍ଧମାଳ, ଗଞ୍ଜାମ, ପୁରୀ ଓ ବୌଦ୍ଧ ସାମିଲ ଅଛି ।

ଏହି ଜିଲ୍ଲାରେ ବର୍ଷାର ମାତ୍ରାକୁ ଅନୁମାନ କରି ୧୧ ଜୁନ ପାଇଁ ଅରେଞ୍ଜ ୱାର୍ନିଙ୍ଗ ଜାରି କରା ଯାଇଛି । ଏହି ସମୟରେ ବର୍ଷାର ପରିମାଣ ୬୪ ମିମି ରୁ ୨୦୪ ମିମି ପର୍ଯ୍ୟନ୍ତ ରହିବ । ଏତିକି ନୁହେଁ ୯ ଜୁନକୁ ମଧ୍ୟ ରାଜ୍ୟରେ କାଳବୈଶାଖୀ ବର୍ଷା ହୋଇଥିଲା । କାଳବୈଶାଖ ପ୍ରଭାବରେ ରାଜ୍ୟର ଉତ୍ତର ତଟବର୍ତ୍ତୀ ସହିତ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଗଞ୍ଜାମ, କନ୍ଧମାଳ, ଗଜପତି, କୋରାପୁଟ, ମାଲକାନଗିରୀ, ରାୟଗଡା ଓ ନବରଙ୍ଗପୁର ଜିଲ୍ଲାରେ ଅଧିକ ପବନ ସହିତ ବର୍ଷା ହୋଇଛି ।

ଅନ୍ୟ ପଟେ ଆସନ୍ତା ୧୧ ଓ ୧୨ ତାରଖ ସୁଧା ଓଡିଶା, ପଶ୍ଚିମବଙ୍ଗ ଓ ଆସାମରେ ମୌସୁମୀର ପ୍ରଭାବ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ସାରା ଓଡିଶାରେ ବର୍ଷା ହେବ ।