ଲଞ୍ଚ ହେଲା Airtel ର 3 ଟି ନୂଆ ଜବରଦସ୍ତ ପ୍ରିପେଡ ପ୍ଳାନ, ଜାଣନ୍ତୁ ଏଥିରେ କଣ ରହିଛି ଖାସ ଓ କଣ ରହିଛି ଫ୍ରି ?

ଭାରତରେ ଟେଲିକମ କମ୍ପାନୀ ମାନେ ମାର୍କେଟରେ ନିଜ ଚାହିଦା ବଜାୟ ରଖିବା ପାଇଁ ଗ୍ରାହକଙ୍କ ପାଇଁ ପ୍ରାୟତଃ ନୂଆ ନୂଆ ପ୍ଲାନ ନେଇ ଆସନ୍ତି । ଟେଲିକମ କମ୍ପାନୀ ମାନେ ଗ୍ରାହକ ଲାଭ କରିବା ମନଲୋଭା ରିଚାର୍ଜ ପ୍ଳାନ ସବୁ ଲଞ୍ଚ କରି ନିଜ ନିଜ ଭିତରେ ମଧ୍ୟ ପ୍ରତିଯୋଗୀତା ଜାରି ରଖନ୍ତି । କେଉଁ ଟେଲିକମ କମ୍ପାନୀ ରିଚାର୍ଜ ପ୍ଳାନ ସହ ଅନ୍ୟ କେଉଁ ସବସ୍କ୍ରିପସନ ଫ୍ରି ଦେଲାଣି ତ ଆଉ କିଏ ମାସିକ କିମ୍ବା ବାର୍ଷିକ ରିଚାର୍ଜ ପ୍ଳାନ ସହ ମୋବାଇଲ ଫୋନ ମଧ୍ୟ ଫ୍ରି ରେ ଦେବା କଥା ଆପଣ ଜାଣିଥିବେ ।

ତେବେ ଏୟାରଟେଲ ତା ଗ୍ରାହକ ମାନଙ୍କ ପାଇଁ ଏଥର ନୂଆ ରିଚାର୍ଜ ପ୍ଳାନ ମାର୍କେଟକୁ ଛାଡିଛି । ଏୟାରଟେଲ ପ୍ରିପେଡ ରିଚାର୍ଜ ପ୍ଲାନରେ ପରିବର୍ତ୍ତନ କରି ସେଥିରେ ଏକ ବର୍ଷର ଡିଜନୀ+ ହଟଷ୍ଟାର ସବସ୍କ୍ରିପସନ ମଧ୍ୟ ସାମିଲ କରି ଦେଇଛି । ଏହି ପରିବର୍ତ୍ତିତ ପ୍ଳାନ ଗୁଡିକର ମୂଲ୍ୟ ୪୯୯/- ଟଙ୍କାରୁ ଆରମ୍ଭ କରି ୨୭୯୮/- ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି । ଏହି ମୂଲ୍ୟ ଡିଜନୀ+ ହଟଷ୍ଟାର VIP ସବସ୍କ୍ରିପସନ ସହ ରହିଥିବା ପୁରୁଣା ପ୍ଳାନ ଗୁଡିକର ତୁଳନାରେ ସାମାନ୍ଯ ଅଧିକ ରହିଛି ।

ଏୟାରଟେଲର ୪୯୯/- ଟଙ୍କାର ରିଚାର୍ଜ ପ୍ଳାନ ସହ ପ୍ରତିଦିନ ୩ଜିବି ଡାଟା, ଅସୀମିତ କଲ୍ ଓ ପ୍ରତିଦିନ ୧୦୦ଟି SMS ଉପଲବ୍ଧ ରହିଥିବା ବେଳେ ଏହାର ବୈଧତା ୨୮ ଦିନ ପର୍ଯ୍ୟନ୍ତ ରହିଛି । ଏୟାରଟେଲର ୪୪୮/- ଟଙ୍କାର ପ୍ଳାନ ଜାଗାରେ ଏହି ନୂଆ ପ୍ଳାନକୁ ରଖାଯାଇଛି । ପୁରୁଣା ପ୍ଳାନଟି ଡିଜନୀ+ ହଟଷ୍ଟାର ସବସ୍କ୍ରିପସନ ସହ ଆସୁଥିଲା ।

ସେହିପରି ୬୯୯/- ଟଙ୍କାର ରିଚାର୍ଜ ପ୍ଲାନରେ ଦୈନିକ ୨ଜିବି ଡାଟା, ଅସୀମିତ ଭଏସ କଲ୍ ଏବଂ ୧୦୦ଟି SMS ସହ ଏହାର ବୈଧତା ୫୬ ଦିନ ରଖାଯାଇଛି । ପୂର୍ବରୁ ୫୯୯/- ଟଙ୍କାରେ ଏହି ପ୍ଳାନଟି ଗ୍ରାହକ ମାନଙ୍କ ପାଇଁ ଉପଲବ୍ଧ ଥିଲା । ୨୭୯୮/- ଟଙ୍କାର ପ୍ଳାନରେ ଗ୍ରାହକଙ୍କୁ ଦୈନିକ ୨ଜିବି ଡାଟା, ଅସୀମିତ ଭଏସ କଲ୍ ଓ ୧୦୦ଟି SMS ସହ ଏହାର ବୈଧତା ୩୬୫ ଦିନର ରହିଛି । ଏହାକୁ ୨୬୯୮/- ପ୍ଲାନ ଜାଗାରେ ଛଡ଼ାଯାଇଛି ।

ଏହି ପ୍ଳାନ ସହ ଏକ ବର୍ଷର ଡିଜନୀ+ ହଟଷ୍ଟାର ସବସ୍କ୍ରିପସନ ମଧ୍ୟ ଫ୍ରି ରହିଛି । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।