ଏରୋପ୍ଲେନ କେତେ ମାଇଲେଜ ଦେଇଥାଏ, ଜାଣନ୍ତୁ ଏହାର ପ୍ରତି କିଲୋମିଟରରେ କେତେ ଲିଟର ଇନ୍ଧନ ଲାଗିଥାଏ

ଏରୋପ୍ଲେନ ସାହାର୍ଯ୍ୟରେ ଆପଣ ଗୋଟିଏ ଦେଶରୁ ଅନ୍ୟ ଏକ ଦେଶକୁ କିମ୍ବା ଅନ୍ୟ କୌଣସି ସ୍ଥାନକୁ ବହୁତ ଅଳ୍ପ ସମୟ ମଧ୍ୟରେ ପହଞ୍ଚି ଯାଆନ୍ତି । ଏହା ବସ ଓ କିମ୍ବା ଟ୍ରେନ ଅପେକ୍ଷା ବହୁତ ସୁବିଧାଜନକ ହୋଇଥାଏ । ଆପଣଙ୍କ ମଧ୍ୟରେ ପ୍ରାୟତଃ ଲୋକମାନେ ଏରୋପ୍ଲେନରେ ବସି ସାରିଥିବେ । କହିବାକୁ ଗଲେ ଏରୋପ୍ଲେନରେ ଟିକେଟ ସବୁଠୁ ଅଧିକ ହୋଇଥାଏ ।

ଏରୋପ୍ଲେନରେ ବସି ନିଜର ଗନ୍ତବ୍ୟ ସ୍ଥାନରେ ପହଞ୍ଚିବା ପାଇଁ ବିଭିନ୍ନ ପ୍ରକାରର ପ୍ରୋସେସ ଥାଏ ଯାହାର ମ୍ୟାନେଜମେଣ୍ଟ ବି ଦେଖିବାକୁ ପଡିଥାଏ । ଏହି ସବୁ ପାଇଁ ବି ଅଧିକ ଟଙ୍କା ଖର୍ଚ ହୋଇଥାଏ । କିନ୍ତୁ କହିବାକୁ ଗଲେ ଏରୋପ୍ଲେନରେ ଯାତ୍ରା କରିବା ପାଇଁ ଅଧିକ ଟଙ୍କା ଖର୍ଚ ହେବା ପଛରେ ସବୁଠୁ ବଡ କାରଣ ହେଉଛି ଏଥିରେ ଲାଗୁଥିବା ଇନ୍ଧନ ହୋଇଥାଏ ।

ଏରୋପ୍ଲେନରେ ଏକ ଭିନ୍ନ ପ୍ରକାରର ଇନ୍ଧନ ବ୍ୟବହାର ହୋଇଥାଏ । ସେଥିପାଇଁ ଏହା ସାମାନ୍ୟ ଇନ୍ଧନ ଅପେକ୍ଷା ମହଙ୍ଗା ହୋଇଥାଏ । ଏହା ଛଡା ଏତେ ବଡ ଜାହାଜକୁ ଉଡାଇବା ପାଇଁ ବହୁତ ଇନ୍ଧନ ବି ଖର୍ଚ ହୋଇଥାଏ । କହିବାକୁ ଗଲେ ଏରୋପ୍ଲେନ ଓ ସେଥିରେ ଥିବା ଯାତ୍ରୀ ଓ ଯାତ୍ରୀମାନଙ୍କର ଜିନିଷକୁ ବହୁତ ସମୟ ପର୍ଯ୍ୟନ୍ତ ଆକାଶରେ ଉଡାଇ ରଖିବା ପାଇଁ ବହୁତ ମାତ୍ରାରେ ଇନ୍ଧନ ବି ଦରକାର ହୋଇଥାଏ ।

ଏମିତିରେ ଆପଣ କେବେ ଚିନ୍ତା କରିଛନ୍ତି କି ଏକ ଏରୋପ୍ଲେନ କେତେ ମାଇଲେଜ ଦେଇଥାଏ । ଆଜି ଆମେ ଆପଣମାନଙ୍କୁ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଉଛୁ । ଏହି ପ୍ରଶ୍ନର ଉତ୍ତର ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଏହା ଅଟେ ଏରୋପ୍ଲେନର ମାଇଲେଜ

ବୋଇଙ୍ଗ ଏୟାର ଲାଇନ୍ସ ନିଜର ୱେବସାଇଟରେ ନିଜର ଜାହାଜ ଗୁଡିକର ମାଇଲେଜର ସୂଚନା ଦେଇ ରଖିଛନ୍ତି । ତାଙ୍କ ଅନୁସାରେ ଏକ ଏରୋପ୍ଲେନ ଜାହାଜ ଉଡିବାର ପ୍ରତି ସେକଣ୍ଡରେ ଚାରି ଲିଟର ଇନ୍ଧନ ଖର୍ଚ୍ଚ ହୋଇଥାଏ । ଯଦି ଏକ ଏରୋପ୍ଲେନ ୧୦ ଘଣ୍ଟା ଉଡିବ ତେବେ ଏରୋପ୍ଲେନରେ ୧.୫ ଲକ୍ଷ ଲିଟର ଇନ୍ଧନ ଖର୍ଚ୍ଚ ହୋଇଥାଏ ।

ଏରୋପ୍ଲେନ ଏକ କିଲୋମିଟର ଉଡିବା ପାଇଁ ପାଖାପାଖି ୧୨ ଲିଟର ଇନ୍ଧନ ଖର୍ଚ ହୋଇଥାଏ । ଏହାର ଅର୍ଥ ଏରୋପ୍ଲେନର ମାଇଲେଜ ୧୨ ଲିଟର ପ୍ରତି କିଲୋମିଟର ହୋଇଥାଏ । ଯାହାକି ବହୁତ ଅଧିକ ଅଟେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।