ଆଫଗାନଙ୍କ ପାଇଁ ଅଶାର କିରଣ ପାଲଟିଛନ୍ତି ସାଲିମା, ତାଲିବାନକୁ କଡା ଟକ୍କର ଦେବ ସାଲିମାଙ୍କ ଫୌଜ, ତାଙ୍କ ସେନାରେ ନାହାନ୍ତି ସୈନିକ, ଅଛନ୍ତି ସାଧାରଣ ଲୋକ..ଦେଖନ୍ତୁ Video

ଆଫଗାନିସ୍ତାନର ଅଧାରୁ ଅଧିକ ଅଞ୍ଚଳ ଏବେ ତା-ଲି-ବା-ନ ମାନଙ୍କ କବଜାରେ । ଫେରିଗଲା ଆମେରିକା ସେନା ଆଉ ଥକି ଗଲେଣି ଆଫଗାନ ସୈନିକ । ହେଲେ ଏବେ ତା-ଲି-ବା-ନ-ଙ୍କ ମୁକାବିଲା କରିବା ପାଇଁ ସାଲିମାଙ୍କ ଫୌଜ ଆସିଛି ସାମନାକୁ । ସାଲିମାଙ୍କ ଫୌଜ ଏବେ ତା-ଲି-ବା-ନ-ଙ୍କ ମୁଣ୍ଡବ୍ୟଥା ବଢାଇଛି । ସାଲିମାଙ୍କ ଫୌଜରେ ସାମିଲ ହୋଇଛନ୍ତି କୃଷକ, ଶ୍ରମିକ ଓ ଯବାନ । ମାଟି ପାଇଁ ଜୀବନ ଦେବାକୁ ପ୍ରସ୍ତୁତ, ହେଲେ ତା-ଲି-ବା-ନ ଆଗରେ ମୁଣ୍ଡ ନୂଆଁଇବେ ନାହିଁ ସାଲିମା ।

ଆଫଗାନିସ୍ଥାନରୁ ଆମେରିକୀୟ ସେନା ଏବେ ମଇଦାନ ଛାଡି ଚାଲି ଯାଇଛି ଓ ଆଫଗାନିସ୍ତାନର ସୈନିକ ମଧ୍ୟ ଥକିବାକୁ ଲାଗିଲେଣି । ବଡରୁ ବଡ ଫୌଜ କମାଣ୍ଡ ଏବେ ହାତ ଟେକି ସାରିଲେଣି । ଆଉ ଅନ୍ୟପଟେ ତା-ଲି-ବା-ନ ଆଫଗାନର ଗୋଟିଏ ପରେ ଗୋଟିଏ ଅଞ୍ଚଳ ନିଜ କବଜାକୁ ନେଇ ସାରିଲାଣି । ଆଫଗାନର ଅଧାରୁ ଅଧିକ ଅଞ୍ଚଳ ଏବେ ତା-ଲି-ବା-ନ-ଙ୍କ କବଜାରେ ଏବଂ ଏଥିରେ ଅନେକଙ୍କ ଜୀବନ ମଧ୍ୟ ଯାଇ ସାରିଲାଣି ।

ଏପରି ପରିସ୍ଥିତିରେ ଆଫଗାନର ଜଣେ ସାହାସୀ ମହିଳା, ଯିଏ କି ଆଫଗାନର ଗୋଟିଏ ସହରର ମାଜିଷ୍ଟ୍ରେଟ ସାଲିମ ମଞ୍ଜରି, ଅଣ୍ଟା ଭିଡିଛନ୍ତି ତାଲିବାନ ସହ ଲ-ଢି-ବା-କୁ । ସାଲିମା ମଞ୍ଜରୀଙ୍କ ନାଁ ଶୁଣିଲେ ତା-ଲି-ବା-ନ-ର ମଧ୍ୟ ଛାତି ଥରେ । ତା-ଲି-ବା-ନ ଆଗରେ ମୁଣ୍ଡ ନୂଆଁଇବା ଲୋକ ନୁହନ୍ତି ସେ । ସାଲିମା ତା-ଲି-ବା-ନ ସହ ଲ-ଢେ-ଇ କରିବାକୁ କେବଳ ସ୍ଥିର କରିନାହାନ୍ତି, ବରଂ ଚାଷୀ, ଶ୍ରମିକ ଓ ଯବାନ ଆଦିଙ୍କୁ ନେଇ ଗଠନ କରିଛନ୍ତି ଏକ ସ୍ଵତନ୍ତ୍ର ଫୌଜ । ଆଫଗାନର ଏପରି ଦୁର୍ଦିନରେ ଅଶାର କିରଣ ସାଜିଛନ୍ତି ସାଲିମା ।

ତେବେ ସାଲିମାଙ୍କ ଫୌଜରେ ଅଛନ୍ତି ପ୍ରାୟ ୬୦୦ରୁ ଅଧିକ ଲୋକ । ଯେଉଁମାନଙ୍କ ପାଖରେ ଅଛି ଅସୀମ ସାହାସ ଓ ବୀରତ୍ଵପଣିଆ । ଯୁ-ଦ୍ଧରେ ପରାସ୍ତ ହେଲେ ହିଂ-ସ୍ର ତା-ଲି-ବା-ନ ତାଙ୍କୁ କିପରି ମୃ-ତ୍ୟୁ-ଦ-ଣ୍ଡ ଦେବ ଜାଣିଥିଲେ ମଧ୍ୟ ସେସବୁକୁ ଭୟ କରିନାହାନ୍ତି ସାଲିମା । ଘରଘର ବୁଲି ଲୋକଙ୍କୁ ଫୌଜରେ ସାମିଲ ହୋଇ ଆଫଗାନ ଠାରୁ ତା-ଲି-ବା-ନ-କୁ ବଞ୍ଚାଇବାର ପ୍ରତିଶୃତି ଦେଉଛନ୍ତି ସାଲିମା । ଏହି ମହିଳାଙ୍କ ଏପରି ଅଦ୍ଭୁତ ସାହାସ ଦେଖି ଆପଣ ଭାବୁଥିବେ ଏହି ସାଲିମା କିଏ !

୧୯୮୦ରେ ଆଫଗାନି ସାଲିମାଙ୍କ ଜନ୍ମ ଜଣେ ରେ-ଫ୍ୟୁ-ଜି ଭାବେ ଇରାନରେ ହୋଇଥିଲା । ସେ ଇରାନରେ ବଡ ହୋଇ ତେହେରାନ ୟୁନିଭର୍ସିଟିରୁ ପାଠପଢା ଶେଷ କରିଥିଲେ । ଏହାପରେ ସେ ନିଜ ସ୍ଵାମୀ ଓ ପିଲାଙ୍କ ସହ ଖୁସିରେ ଇରାନରେ ରହି ପାରିଥାନ୍ତେ । କିନ୍ତୁ ସାଲିମା ନିଜ ଦେଶକୁ ଆସି ଦେଶ ପାଇଁ କିଛି କାମ କରିବାକୁ ସ୍ଥିର କରିଥିଲେ । ଆପଣଙ୍କୁ ସାଲିମାଙ୍କ ଏହି ସାହସିକତା କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।