ମିଳିଲା ଆଦିତ୍ୟଙ୍କ ସାକ୍ଷୀ, ବସ୍ତି ମହିଳା କହିଲେ ମୁଁ ସବୁ ଦେଖିଛି,କଣ ଘଟିଥିଲା ସେଦିନ ରାତିରେ…

ସମାଜ ସେବୀ ଆଦିତ୍ୟ ଦାଶ ଙ୍କ ମୃତ୍ୟୁ କୁ ମାସେ ପୁରିଲାଣି କିନ୍ତୁ ଏପର୍ଯ୍ୟନ୍ତ ପ୍ରଥମ ପାହାଚ ଚଢ଼ିପାରିଲା ନାହିଁ ପୋଲିସ୍ । ଜିଆରପି ପୋଲିସ କୌଣସି ଟେର ପାଉ ନଥିବା ରୁ କେସ ଉଚ୍ଚସ୍ତରୀୟ କ୍ରାଇମବ୍ରାଞ୍ଚ ଙ୍କୁ ହସ୍ତାନ୍ତର କରାଯାଇଥିଲା । ଏବେ କ୍ରାଇମ ବ୍ରାଞ୍ଚ ତଦନ୍ତରେ ଆସୁଛି ଟୁଇଷ୍ଟ ଉପରେଟୁଇଷ୍ଟ । ଏବେ ଆଦିତ୍ୟଙ୍କ ସାକ୍ଷୀ ଙ୍କ ବୟାନ ଆସିଛି ଯାହା କି କେସ ଟିକୁ ଭିନ୍ନ ମୋଡ଼ ଦେବାରେ ଲାଗିଛି ।

ସାମ୍ନା କୁ ଆସିଲେ ଆଦିତ୍ୟଙ୍କ ସାକ୍ଷୀ । କହିଲେ କିଛି ବଡ଼ କଥା । ଫିଟିଗଲା କି କେସ ର ଗୁମର? କଣ ଘଟିଥିଲା ସେଦିନ ରାତିରେ! ରେଳଧାରଣ ରେ ଆତ୍ମହତ୍ୟା କରିଥିଲେ ଆଦିତ୍ୟ? ନା ତାଙ୍କୁ ହତ୍ୟା କରାଯାଇଥିଲା? ଆଦିତ୍ୟ ଙ୍କ ସହିତ କଣ ଟ୍ରାକ ଉପରେ ସେଦିନ ଥିଲେ ବିଦ୍ୟାଶ୍ରୀ । କାହିଁକି କେବଳ ଆଦିତ୍ୟ ଙ୍କ ମୁଣ୍ଡ ପଛରେ ମାଡ଼ ହେଲା? ଟ୍ରେନ ଲୋକ ପାଇଲଟ ତ ମନା କରୁଛନ୍ତି ସେଦିନ କୌଣସି ଦୁର୍ଘଟଣା ଘଟିନାହିଁ । ତେବେ ଏହା ତ ହତ୍ୟାକାଣ୍ଡ ବୋଲି ପ୍ରମାଣିତ ହେଉଛି । ତେବେ ଜିଆର୍ପି ପୋଲିସ କଣ ଲୁଚେଇବାକୁ ଚେଷ୍ଟା କରୁଥିଲା । କଣ ପ୍ରମାଣ ନଷ୍ଟ କରିଦେଇଛି କି ଜିଆର୍ପି ପୋଲିସ? କ୍ରାଇମ ବ୍ରାଞ୍ଚ ତଦନ୍ତ କଣ କରୁଛି? କେତେ ବାଟ ଗଲା ଆଦିତ୍ୟ ଙ୍କ ମୃତ୍ୟୁ ମାମଲାର ତଦନ୍ତ?

ଏକ ଘରୋଇ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, “ଗତ ୬ ତାରିଖ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ପାଖାପାଖି ଶ୍ରୀଲିଙ୍ଗରାଜ ଷ୍ଟେସନ ନିକଟରେ ଆଦିତ୍ୟ ବସିଥିବା ନେଇ କାରଗିଲ ବସ୍ତିର ୨ ମହିଳା ଦେଖିଥିଲେ । ଆଦିତ୍ୟ ଙ୍କ ସହିତ ସେହି ମହିଳା ଦୁଇଜଣ କଥା ମଧ୍ୟ ହୋଇଥିଲେ । ସେମାନେ ଏପରିକି କାହିଁକି ଏଠାରେ ବସିଛ ବୋଲି ଆଦିତ୍ୟଙ୍କୁ ପଚାରିଥିଲେ ବୋଲି ମାମାଲି ସ୍ୱାଇଁ ବୋଲି ଜଣେ ମହିଳା ପୁଲିସକୁ ବୟାନ ଦେଇଛନ୍ତି । କାରଗିଲ ବସ୍ତିର ଆଉ ଜଣେ ମହିଳା ଆଦିତ୍ୟ ଟ୍ରେନ୍ ସାମ୍ନାରେ ଛିଡ଼ା ହୋଇଥିବା ଦେଖିଛନ୍ତି । ଆଦିତ୍ୟ ଟ୍ରେନ କୁ ଅପେକ୍ଷା କରିଥିଲେ ।

ଏବେ ନିକଟରେ ଏହି ମହିଳା ଖୁଲାସା କରିଛନ୍ତି । ଉକ୍ତ ମହିଳାଙ୍କ ସମ୍ପର୍କରେ ସୂଚନା ପାଇବା ପରେ ରେଳବାଇ ପୁଲିସ ଗୁରୁବାର ରାତିରେ ତାଙ୍କୁ ପଚରାଉଚରା କରିଛି । ଏସବୁ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଦିତ୍ୟ ଆତ୍ମହତ୍ୟା କରିଥିବା ରେଳବାଇ ପୁଲିସ ଜାଣିବାକୁ ପାଇଛି । ତେଣୁ ଏବେ ମାମଲାର ତଦନ୍ତ ଦାଇତ୍ୱ ଜିଆର୍ପି ପୋଲିସ ଠାରୁ ନେଇ କ୍ରାଇମବ୍ରାଞ୍ଚ କୁ ହସ୍ତାନ୍ତର କରା ଯାଇଛି । ତେବେ ଏହି ପ୍ରତ୍ୟକ୍ଷଦର୍ଶୀ ଙ୍କ ନାମ ହେଉଛି ମମାଲି ସ୍ୱାଇଁ ସେ କୁଆଡେ ଆଦିତ୍ୟ ଙ୍କୁ ଟ୍ରେନର ଅପେକ୍ଷା କରିଥିବାର ନିଜ ଆଖିରେ ଦେଖିଛନ୍ତି ।

ପ୍ରତ୍ୟକ୍ଷଦର୍ଶୀ ମାମାଲି ଙ୍କ ବୟାନ-“ଆଦିତ୍ୟ ପ୍ରାୟ ସାଢ଼େ ୭ଟା ପାଖାପାଖି ସମୟରେ ଟ୍ରେନକୁ ଲିଙ୍ଗରାଜ ଷ୍ଟେସନ ପାଖେ ଅପେକ୍ଷା କରିଥିଲେ । ” ଏ କଥା ଏବେ ପୁଲିସର ତଦନ୍ତ ପ୍ରକ୍ରିୟାରେ ସନ୍ଦେହ ସୃଷ୍ଟି କରିବାକୁ ବାଧ୍ୟ କରୁଛି । କାରଣ ଆଦିତ୍ୟ ୬ ତାରିଖ ୧୯.୧୪ ରେ ଅର୍ଥାତ୍ ସନ୍ଧ୍ୟା ୭.୧୪ ବେଳେ ନିଜ ଫେସବୁକରେ ଶେଷ ଷ୍ଟାଟସ୍ “ମୃତ୍ୟୁ ଯେବେ ଆସେ ଧୀରେ ଧୀରେ ଆସେ” ଅପଡେଟ୍ କରିଥିଲେ । କଣ ଏହା ବିଦ୍ୟାଶ୍ରୀ ଲେଖିଥିଲେ?

ଅନ୍ୟପଟେ ସାଢ଼େ ସାତଟା ବେଳେ ପ୍ରତ୍ୟକ୍ଷଦର୍ଶୀ ତାଙ୍କୁ ଟ୍ରେନକୁ ଅପେକ୍ଷା କରିଥିବା ଦେଖିଥିଲେ । ଆଦିତ୍ୟଙ୍କ ଘରଠାରୁ (ଏକାମ୍ର ଭିଲା ପାଖରେ) ଲିଙ୍ଗରାଜ ରେଳଷ୍ଟେସନ ପ୍ରାୟ ୨ କି.ମିରୁ ଅଧିକଅଟେ । ତେବେ ଏହି ବସ୍ତି ମହିଳା ଏତେ ଡେରିରେ କାହିଁକି ସାକ୍ଷୀ ବନିଛନ୍ତି? ଆଗରୁ ତାଙ୍କୁ ଭୟ ଲାଗୁଥିଲା ନା ସେ ଏହି କଥା କହିବା ପାଇଁ ଟଙ୍କା ନେଇଛନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତ ରେ ଆଗକୁ ସତ୍ୟତା କଣ ନିଶ୍ଚୟ ଜଣାପଡ଼ିବ ବୋଲି ସମସ୍ତେ ଆଶା କରୁଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।