ଅଧିକ ଋଣଭାର ଯୋଗୁଁ ଚିନ୍ତିତ ରହୁଛନ୍ତି କି ? ଜାଣନ୍ତୁ Astrologer Pragyan Tripathy ଙ୍କ ଠାରୁ ଋଣ ମୁକ୍ତିର କିଛି ସହଜ ଉପାୟ

ଅନେକ ସମୟରେ ସମସ୍ଯାରେ ବା ଲୋଭରେ ପଡି ଆମେ ଋଣ କରି ଦେଇଥାଉ । କିନ୍ତୁ ପରେ ଏହା ଆମକୁ ମାନସିକ ଭାବେ ଖୁବ କଷ୍ଟ ଦେଇଥାଏ ଓ ରାତିରେ ନିଦ ମଧ୍ୟ ଆସେନାହିଁ । ଫଳରେ ଆମେ ସେଥିରୁ ମୁକୁଳିବା ପାଇଁ ଚେଷ୍ଟା କରିଥାଉ । ହେଲେ ଆମ ଆୟ ଠାରୁ ଋଣଭାର ଅଧିକ ହେବା କାରଣରୁ ଆମେ କଷ୍ଟରେ ଚଳିଥାଉ । ଆମ ଜାତକର ଷଷ୍ଠ ସ୍ଥାନ ହେଉଛି ଋଣର ଜାଗା । ତେବେ ଋଣକୁ ନେଇ ଆସନ୍ତୁ ଜାଣିବା ଜ୍ୟୋତିର୍ବିଦ ପ୍ରଜ୍ଞା ତ୍ରିପାଠୀଙ୍କ କିଛି ଟିପ୍ସ ।

ଆମ ଜାତକର ଷଷ୍ଠ ସ୍ଥାନ ଏକ ଶୁଭ ଜାଗା ନୁହେଁ । କିନ୍ତୁ ଲଗ୍ନ ହେଉଛି ଏକ କେନ୍ଦ୍ର ଏବଂ କୋଣ । ଆମ ମସ୍ତକରୁ ତଳିପା ପର୍ଯ୍ୟନ୍ତ ହେଉଛନ୍ତି ଲଗ୍ନ । ଏହି ଲଗ୍ନ ଷଷ୍ଠ ସ୍ଥାନରେ ଅବସ୍ଥାନ କଲେ ବ୍ୟକ୍ତି ଋଣ ବା ଲୋନ୍ କରିବା ପ୍ରତି ଅଧିକ ଆକର୍ଷିତ ହୁଅନ୍ତି । ଏମାନେ ସାଙ୍ଗେ ସାଙ୍ଗେ କିଛି ନା କିଛି ଋଣ ନେଇଯାନ୍ତି । କିନ୍ତୁ ଆପଣଙ୍କ ଜାତକରେ ଯଦି ଏହି ଯୋଗ ରହିଛି ତେବେ ଆପଣ ଋଣ କରିବା ବିଲକୁଲ ମଧ୍ୟ ଉଚିତ ନୁହେଁ । କାରଣ ଏହା ସୁଝିବା ପାଇଁ ବହୁତ କଷ୍ଟ ହୋଇଥାଏ ।

ଯଦି ଆପଣ ଅତି ଆବଶ୍ୟକ ହେଉଛି ତେବେ ଯେତିକି ଆପଣ ସମ୍ଭାଳି ପାରିବେ ସେତିକି ଋଣ କରିବେ । ନଚେତ ଲଗ୍ନ ଯେତେ ଟାଣିଲେ ମଧ୍ୟ ଋଣ କରିବା ଉଚିତ ନୁହେଁ । ଏହାଛଡା ଆପଣ ମଙ୍ଗଳବାର ଦିନ କେବେବି ଋଣ ନେବେ ନାହିଁ । ବୁଧବାରରେ ଋଣ ନେବା ଉଚିତ ହୋଇଥାଏ । କିନ୍ତୁ ମଙ୍ଗଳବାର ଦିନ କରିଥିବା ଲୋନ ସହଜରେ ସୁଝି ହୁଏନାହିଁ ।

କିନ୍ତୁ ଏହାର ଓଲଟା ଆପଣ ନେଇଥିବା ଲୋନକୁ ସବୁବେଳେ ମଙ୍ଗଳବାର ଦିନ ସୁଝିବାକୁ ଚେଷ୍ଟା କରନ୍ତୁ, ଦେଖିବେ ଶୀଘ୍ର ଋଣ ମୁକ୍ତ ହୋଇଯିବେ । ଯଦି ଆପଣ ବହୁତ ଋଣରେ ବୁଡି ରହିଛନ୍ତି ତେବେ ଲକ୍ଷ୍ମୀ ନୃସିଂହଙ୍କର ଋଣ ମୋଚନ ସ୍ତ୍ରୋତ୍ର ପ୍ରତିଦିନ ତିନିଥର ଲେଖାଏଁ ଶ୍ରଦ୍ଧାର ସହକାରେ ପାଠ କରନ୍ତୁ । ଦେଖିବା କେଉଁ ନା କେଉଁ ବାଟେ ଆପଣଙ୍କ ଋଣ ସୁଝି ହୋଇଯିବ । ଏହାସହ ଋଣ ମୁକ୍ତ ହେବା ପାଇଁ ଯେଉଁ ସ୍ଥାନରେ ମନ୍ଦିର ତିଆରି ହେଉଥିବ ସେଠାରେ ଆପଣ ମନ୍ଦିର ପାଇଁ ଇଟା ଦାନ ମଧ୍ୟ ମଧ୍ୟ କରିପାରିବେ ।

ସେହିପରି ମଙ୍ଗଳବାର ଦିନ ରାତିରେ ଶୋଇବା ସମୟରେ ଏକ ଇଟା ଆଣି ଦୁଇ ହାତରେ ଧରନ୍ତୁ ଓ ପ୍ରଭୁ ହନୁମାନଙ୍କୁ ସ୍ମରଣ କରି କୁହନ୍ତୁ କି, ପ୍ରଭୁ ଏହି ଏହି ଇଟାର ଓଜନ ଭଳି ଋଣର ଭାର ମୋ ଉପରେ ରହିଛି ତେଣୁ ମୋତେ ଋଣ ମୁକ୍ତ କରାନ୍ତୁ । ଏଭଳି ଭାବରେ ବାରମ୍ବାର କହିବେ ଏବଂ ଏହାକୁ ଏକ ଲାଲ କପଡାରେ ବାନ୍ଧି ଆପଣ ଶୋଉଥିବା ସ୍ଥାନରେ ମୁଣ୍ଡ ଉପରେ ରଖିଦିଅନ୍ତୁ ।

ସକାଳୁ ସ୍ନାନ ସାରିବା ପରେ ଆପଣ ସେହି ଇଟାକୁ ମନ୍ଦିରରେ ଦେଇଦିଅନ୍ତୁ କିମ୍ବା ହନୁମାନ ମନ୍ଦିର ପରିସର ମଧ୍ୟରେ ନେଇ ଏହି ଇଟାକୁ ରଖିପାରିବେ । ଅତିକମ୍ ରେ ୯ଟି ମଙ୍ଗଳବାର ଏଭଳି କରନ୍ତୁ । ଏହାଛଡା ଏକ ବର ପତ୍ରରେ ଆପଣଙ୍କ ନାମ, ଗୋତ୍ର ଓ ସମସ୍ଯା ଲେଖି ଏକ ଲାଲ ସୂତାରେ ଏହାକୁ ବାନ୍ଧି ଦେବେ ।

ଏହାପରେ ଏହି ପତ୍ରକୁ ନେଇ ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ । ଏହିସବୁ କରିଚାଲନ୍ତୁ ଦେଖିବେ ଶୀଘ୍ର ଋଣ ମୁକ୍ତ ହୋଇଯିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।