ଅଧିକ ଗରମ ହୋଇ ପୁରୁଣା ଟିଭି ହେଲା ବିସ୍ଫୋରଣ, ଗୋଟିଏ ପରିବାରର ତିନିଜଣ ଜଳିଗଲେ!

ଘରେ ପୁରୁଣା ଟିଭି ଅଛି ଯଦି ସାବଧାନତା ସହ ନିଶ୍ଚୟ ପଢ଼ନ୍ତୁ ଏହି ଖବର । ଏହି ଖବର ଆପଣଙ୍କ ମୁଣ୍ଡ ଦୋହଲାଇ ଦେବ ଘଟଣା ଏପରି ଘଟିଛି ବରଗଡ଼ ଜିଲ୍ଲାର ପଦ୍ମ ପୁର ଗାଁ ରେ । ସ୍ୱାମୀ,ସ୍ତ୍ରୀ ଏବଂ ତିନି ବର୍ଷର ଝିଅ ଦୁଇ ପହରେ ଟିଭି ଦେଖୁଥିଲେ । ଟିଭି ଫାଟିବାର କାରଣ ଆମେ ଆପଣଙ୍କୁ ନିମ୍ନ ରେ କାରଣ ସହ ବୁଝାଇବୁ । ଟିଭି ଫାଟି ବିସ୍ଫୋରଣ ହେଲା । ଗୋଟିଏ ପରିବାର ୩ ଜଣ ସଦସ୍ୟ ପୋଡିଯାଇଛନ୍ତି । ବରଗଡ ପଦ୍ମପୁର ବ୍ଲକ ଅନ୍ତରଲା ଗାଁରୁ ଏଭଳି ଦୁଃଖଦ ଖବର ଆସିଛି ।

ଘଟଣା ଟି ଏଭଳି ଘଟିଥିଲା ଯେ ଏହି ପରିବାର ରେ ତିନିଜଣ ଟିଭି ଦେଖୁଥିଲେ ହଟାତ ଲାଇନ କଟି ଯାଇଥିଲା । ଏହି ପରିବାର ଟିଭି କୁ ବନ୍ଦ କରି ନଥିଲେ । ଏବଂ ଲାଇନ ଆସିବାର ଅପେକ୍ଷା କରିଥିଲେ । ହଟାତ ଲାଇନ ଅଧିକ ଭୋଲ୍ଟେଜ ସହିତ ଆସିଲା ଯେଉଁ ବିଜୁଳି ପ୍ରବାହ କୁ ପୁରୁଣା ଟିଭି ସହ୍ୟ କରି ପାରି ନଥାଏ । ଏଣୁ ଏହି ଟିଭି ଟି ବୋମା ଭଳି ବିସ୍ଫୋରଣ ହୋଇଥିଲା । ଯେଉଁଥିରେ କି ସ୍ୱାମୀ ସ୍ତ୍ରୀ ଏବଂ ପିଲା ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛନ୍ତି ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସ୍ୱାମୀ, ସ୍ତ୍ରୀ ଓ ତିନି ବର୍ଷର ଶିଶୁ ଗୁରୁତର ଆହତ ହୋଇଛନ୍ତି ।

ସେମାନଙ୍କୁ ପ୍ରଥମେ ପଦ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହାପରେ ତିନି ଜଣଙ୍କୁ ବରଗଡ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ବିସ୍ଫୋରଣରେ ଘରର କିଛି ଆସବାବପତ୍ର ପୋଡି ଯାଇଥିବା ଜଣାପଡିଛି ।

ଟିଭି କାହିଁକି ଫାଟିଥାଏ? ବୈଜ୍ଞାନିକ କାରଣ ।

ପୁରୁଣା ୨୫ – ୩୦ ବର୍ଷ କିମ୍ବା ତା ଠାରୁ ଅଧିକ ବର୍ଷ ପୁରୁଣା ଟିଭି ହିଁ ବିସ୍ଫୋରଣ ହୋଇଥାଏ । କିମ୍ବା ଟେଲିଭିଜନ ପ୍ରକାର ଉପରେ ନିର୍ଭର କରି ଅନେକ କାରଣ ଥାଇପାରେ । ଏକ କ୍ୟାଥୋଡ୍ ରେ ଟ୍ୟୁବ୍ ଇଲେକ୍ଟ୍ରନ୍ ବିମ୍ କୁ ଆବଶ୍ୟକ ଶକ୍ତି ସ୍ତରକୁ ବୃଦ୍ଧି କରିବା ପ୍ରକ୍ରିୟାରେ ଏକ ଉଚ୍ଚ ଚାଳିତ ଟ୍ରାନ୍ସଫର୍ମର ବ୍ୟବହାର କରେ । କେସିଙ୍ଗ୍ କିମ୍ବା ଇନସୁଲେସନ୍ ରେ ଯେ କୌଣସି ଖାଲ ଏକ ବୈଦୁତିକ ଚାର୍ଜ ସୃଷ୍ଟି କରିପାରେ, ଯାହା ବିସ୍ଫୋରଣ ପରି ଦେଖାଯାଏ ।

ଏକ ଟ୍ୟୁବ୍ ଟେଲିଭିଜନ ବିସ୍ଫୋରଣ କରିପାରିବ କି?

କ୍ୟାଥୋଡ୍ ରେ ଟେଲିଭିଜନରେ ଏକ ଶୂନ୍ୟସ୍ଥାନ ମଧ୍ୟ ରହିଥାଏ, ତେଣୁ ଶୂନ୍ୟସ୍ଥାନର କାରଣ ଭ୍ୟାକୁମ ରେ ପ୍ରେସର ସୃଷ୍ଟି କରିପାରେ । ଭ୍ୟାକୁମ ପ୍ରେସର ଏହି ଟ୍ୟୁବ୍ ଯାହା ପୁରାତନ CRT ଟେଲିଭିଜନର ପରଦା ପଛରେ ଥାଏ । ଏହି ଚାପ ଏକ ଇମ୍ପ୍ଲୋସନ୍ ସୃଷ୍ଟି କରେ ଯାହା ବହୁତ ଉଚ୍ଚ ହୋଇପାରେ ଏବଂ ଖଣ୍ଡ ଖଣ୍ଡ କରିପାରେ । ତେବେ ଏହି କ୍ୟାଥୋଡ଼ ରେ ଟ୍ୟୁବ ଟିଭି ସ୍କ୍ରିନ ଫାଟିବା ପୂର୍ବରୁ ସ୍କ୍ରିନ ଦୁର୍ବଳ ହେବା ର ସଂକେତ ମଧ୍ୟ ମିଳେ ।

ଟିଭି ସ୍କ୍ରିନ ରେ କିଛି ଚିହ୍ନ ଦେଖା ଯାଏ । ତେବେ ଏଭଳି କେସ ବହୁତ କମ ଘଟେ । ପ୍ରାୟ ୦.୦୩% ଟିଭି ରେ ଗୋଟିଏ ପୁରୁଣା ଟିଭି ଏଭଳି ବିସ୍ଫୋରଣ ହୋଇ ଫାଟିଥାଏ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।