ଅଧିକ ଅଳସୁଆ ଅଟନ୍ତି ଏହି ୪ଟି ରାଶିର ଲୋକ, ଏହା ମଧ୍ୟରେ ଆପଣ ନାହାଁତି ତ, ଦେଖନ୍ତୁ

ସବୁ ରାଶିର କିଛି ନା କିଛି ଭଲ ଅବଶ୍ୟ ଥାଏ, ଯାହାକି ତାଙ୍କୁ ଅନ୍ୟ ମାନଙ୍କ ଠାରୁ ଅଲଗା କରିଥାଏ । କିନ୍ତୁ କିଛି ରାଶିଙ୍କର ସ୍ଵଭାବ ବହୁତ ଅଳସୁଆ ହୋଇଥାଏ । ଏମାନଙ୍କର କାମ ବସି ବସି ହୋଇଯାଏ ତ ଏମାନେ ହାତ ପର୍ଯ୍ୟନ୍ତ ବି ଉଠାଇ ନଥାନ୍ତି । ଏମାନଙ୍କର ଏହି ସ୍ଵଭାବ ଦ୍ଵାରା ତାଙ୍କୁ ପଛରେ ହିଁ ପଶ୍ଚାତାପ କରିବାକୁ ପଡେ । ଆଜିର ଏହି ପୋଷ୍ଟରେ ଆମେ ସେହି ରାଶିଙ୍କ ବିଷୟରେ ଜାଣିବା ଯାହାଙ୍କର ଜାତକରେ ଅଳସୁଆ ଗୁଣ ଥାଏ ।

ମୀନ ରାଶି (୧୯ ଫେବୃୟାରୀ – ୨୦ମାର୍ଚ୍ଚ)

Image courtesy: Google

ମୀନ ରାଶିର ଲୋକମାନେ ବହୁତ କ୍ରିଏଟିବ ହୋଇଥାନ୍ତି । ଏମାନେ ନିଜର କ୍ରିଏଟିବିଟି ର ବ୍ୟବହାର କାମରୁ ବଞ୍ଚିବା ପାଇଁ କୌଣସି ନା କୌଣସି ଶଟକଟ ଖୋଜିବାରେ କରିଥାନ୍ତି । କାମ ଅଧିକ ହୋଇଗଲେ ଏମାନଙ୍କର ରାଗ ବି ବଢିଯାଏ । ଏହି ଲୋକମାନଙ୍କୁ ବହୁତ ଅଳସୁଆ ବୋଲି କୁହାଯାଏ ।

ମେଷ ରାଶି (୨୧ ମାର୍ଚ୍ଚ – ୧୯ ଏପ୍ରିଲ)

Image courtesy: Google

ଏହି ରାଶିର ଲୋକମାନେ ଅଳସୁଆର ରାଜା ହୋଇଥାନ୍ତି । ଏମାନେ ନିଜ ବୁଦ୍ଧିର ଭଲ ସଦୁପୋଯୋଗ କରନ୍ତି କିନ୍ତୁ ଯେତେବେଳେ ନିଜ ଶରୀରକୁ ବ୍ୟବହାର କରିବାକୁ ପଡେ, ଏମାନେ ସେଥିରୁ ବଞ୍ଚନ୍ତି । ଏମାନେ ଇଚ୍ଛା କରନ୍ତି କି ବସି ବସି ଏମାନଙ୍କର ସବୁ କାମ ହୋଇଯାଉ । ଏମାନେ ନା ନିଜେ ଖୁସିରେ ରୁହନ୍ତି ନା ଅନ୍ୟ କାହାକୁ ଖୁସିରେ ରହିବାକୁ ଦିଅନ୍ତି । ଏମାନେ ରାତି ଦିନ ଶୋଇବାରେ ସମୟ କାଟି ଦିଅନ୍ତି ।

ବୃଷ ରାଶି (୨୦ ଏପ୍ରିଲ – ୨୧ ମେ)

Image courtesy: Google

ଏହି ରାଶିର ଲୋକମାନେ ପାଗଳ ସଦୃଶ ହୋଇଥାନ୍ତି, କିନ୍ତୁ କେବଳ ବେକାର ଜିନିଷକୁ ନେଇ । ପରିଶ୍ରମରୁ ଏମାନେ ଦୂରରେ ରୁହନ୍ତି । ଏମାନେ ଜାଣିଶୁଣି ମୁଣ୍ଡ ସେହିଠାରେ ଲଗାନ୍ତି ଯେଉଁଠି ତାଙ୍କୁ କଷ୍ଟ କରିବାକୁ ପଡିବ ନାହିଁ । କିନ୍ତୁ କାମ ଅଧିକ ଆସିଲେ ଏମାନେ ସେଠାରୁ ପଳାନ୍ତି । ଏମାନେ ଶାରୀରିକ ଶ୍ରମର କାମକୁ କୌଣସି ନା କୌଣସି ବାହାନାରେ ଟାଳି ଦିଅନ୍ତି ।

ସିଂହ ରାଶି (୨୩ ଜୁଲାଇ – ୨୨ ଅଗଷ୍ଟ)

Image courtesy: Google

ଏହି ରାଶିର ଲୋକମାନଙ୍କର ଶରୀରର ପ୍ରତି ଭାଗରେ ଅଳସୁଆ ପଣ ଭରି ରହିଥାଏ । ଏମାନେ ସବୁ କାମକୁ କରିବା ପାଇଁ ଅଗାକୁ ଆସନ୍ତି କିନ୍ତୁ ଅଳସୁଆ କାରଣରୁ ଏମାନେ ପଛକୁ ଫେରି ଯାଆନ୍ତି । ଏମାନେ ମନର ରାଜା ହୋଇଥାନ୍ତି । ଏମାନେ ସବୁବେଳେ କଷ୍ଟକର କାମରୁ ଦୂରରେ ରୁହନ୍ତି । କଥାବାର୍ତ୍ତା କରିବାରେ ଏମାନେ ନମ୍ବର ୧ ଅଟନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।