ହାଇ ବ୍ଲଡ ପ୍ରେସରର କାରଣ ଅଟେ ଏହି ୫ଟି ଖରାପ ଅଭ୍ୟାସ, ଜାଣନ୍ତୁ କେମିତି ବଞ୍ଚିବେ ଏଥିରୁ

ହାଇ ବ୍ଲଡ ପ୍ରେସରର ସମସ୍ୟା ବର୍ତ୍ତମାନ ସମସ୍ତଙ୍କ ମଧ୍ୟରେ ବହୁତ ହିଁ ସାଧାରଣ ସମସ୍ୟା ହୋଇ ଯାଇଛି । କାରଣ ପ୍ରାୟତଃ ବ୍ୟକ୍ତି ହାଇ ବ୍ଲଡ ପ୍ରେସର ରୋଗରେ ପୀଡିତ ଅଟନ୍ତି । ହାଇ ବ୍ଲଡ ପ୍ରେସର କାରଣରୁ ଆପଣ ଅନ୍ୟ କେତେକ ରୋଗରେ ବି ପୀଡିତ ହୋଇ ପାରନ୍ତି । ଆପଣଙ୍କର ହୃଦୟ ସମ୍ବନ୍ଧିତ ରୋଗର ମୁଖ୍ୟ କାରଣରୁ ଗୋଟିଏ କାରଣ ଅଟେ ହାଇ ବ୍ଲଡ ପ୍ରେସର । ସେଥିପାଇଁ ଜରୁରୀ ଅଟେ କି ଆପଣ ନିଜର ହାଇ ବ୍ଲଡ ପ୍ରେସରକୁ କଣ୍ଟ୍ରୋଲରେ ରଖିବାକୁ ଚେଷ୍ଟା କରନ୍ତୁ ।

କିନ୍ତୁ ଆପଣଙ୍କ ସବୁଦିନର ଦୈନିକ ଦିନଚର୍ଯ୍ୟା ଓ ଆପଣଙ୍କ କିଛି ଭୁଲ ଅଭ୍ୟାସ ଆପଣଙ୍କ ହାଇ ବ୍ଲଡ ପ୍ରେସର ର କାରଣ ହୋଇପାରେ । ତେବେ ଆସନ୍ତୁ ଜାଣିବା କିଛି ଏମିତି ଅଭ୍ୟାସ ବିଷୟରେ, ଯାହାକୁ ନଜର ଅନ୍ଦାଜ କରିବା ଉଚିତ ।

ତମ୍ବାଖୁର ଅଭ୍ୟାସ

ତମ୍ବାଖୁର ସେବନ କରିବା ଦ୍ଵାରା ବି ଆପଣଙ୍କ ଶରୀର ଉପରେ ହାଇ ବ୍ଲଡ ପ୍ରେସର ପ୍ରଭାବ ପଡିଥାଏ । ଏହା ଆପଣଙ୍କ ହାଇ ବ୍ଲଡ ପ୍ରେସରର ସମ୍ଭାବନାକୁ ଆହୁରି ବି ବଢାଇ ଦେଇ ଥାଏ । ଧୂମ୍ରପାନ ଓ ତମ୍ବାଖୁର ସେବନ କେବଳ କ୍ୟାନ୍ସର ଭଳି ରୋଗ ନୁହେଁ, ଏହା ଛଡା ଅନ୍ୟ କେତେକ ରୋଗ ଓ ହାଇ ବ୍ଲଡ ପ୍ରେସରକୁ ବି ବଢାଇ ଦିଏ । ସେଥିପାଇଁ ଯଦି ଆପଣଙ୍କୁ ଧୂମ୍ରପାନ କିମ୍ବା ତମ୍ବାଖୁର ଅଭ୍ୟାସ ଅଛି ତେବେ ଏହି ଅଭ୍ୟାସକୁ ଜଲ୍ଦି ବନ୍ଦ କରି ଦିଅନ୍ତୁ ।

ଚିନ୍ତା

ଆଜିକାଲିର ଲାଇଫ ଷ୍ଟାଇଲରେ ଚିନ୍ତା ଏକ ସାଧାରଣ ସମସ୍ୟା ଅଟେ । ପିଲାମାନଙ୍କ ଠାରୁ ନେଇ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ ରହୁଛନ୍ତି । ଚିନ୍ତା ପଛରେ ବହୁତ କାରଣ ଅଛି, ଯେମିତି କି କାମର ପ୍ରେସର, କୌଣସି କଥାକୁ ନେଇ ଚିନ୍ତା କରିବା, ପଢା ଓ ଅନ୍ୟ କେତେକ ଜିନିଷକୁ ନେଇ ଚିନ୍ତା କରିବା ଇତ୍ୟାଦି । ଚିନ୍ତା କାରଣରୁ ବ୍ୟକ୍ତି ସବୁଠୁ ଅଲଗା ଓ ହଜି ହଜି ରହିଥାଏ ।

କିନ୍ତୁ କଣ ଆପଣ ଜାଣିଛନ୍ତି କି ଆପଣଙ୍କ ଅତ୍ୟଧିକ ସମୟ ଚିନ୍ତାରେ ରହିବା ଆପଣଙ୍କ ହାଇ ବ୍ଲଡ ପ୍ରେସରର କାରଣ ହୋଇପାରେ । ସେଥିପାଇଁ ଯୋଗ ଓ ସଠିକ ଖାଦ୍ୟପେୟ ସହିତ ଚିନ୍ତା ମୁକ୍ତ ରହିବାକୁ ଚେଷ୍ଟା କରନ୍ତୁ ।

ଶାରୀରିକ ଗତିବିଧି ନ କରିବା

ଯଦି ଆପଣ ଶାରୀରିକ ଗତିବିଧି କମ କରୁଛନ୍ତି, ତେବେ ଏହା ଆପଣଙ୍କ ଓଜନକୁ ବଢାଇ ପାରେ । କିନ୍ତୁ କେବଳ ଏତିକି ନୁହେଁ, ଏହା ଆପଣଙ୍କ ହାଇ ବ୍ଲଡ ପ୍ରେସର  ପାଇଁ ବି ଦାୟୀ ହୋଇଥାଏ । ସେଥିପାଇଁ ଜରୁରୀ ଅଟେ କି ଆପଣ ସବୁଦିନ କମ ସେ କମ ୩୦ ମିନିଟ ବ୍ୟାୟାମ କରନ୍ତୁ, ଯାହା ଦ୍ଵାରା ଆପଣଙ୍କ ହାଇ ବ୍ଲଡ ପ୍ରେସର ସହିତ ଅନ୍ୟ ରୋଗ ଗୁଡିକ ବି ଦୂର ହୋଇଯିବ । ଗୋଟିଏ ଦିନରେ ୩୦ ମିନିଟ ବ୍ୟାୟାମ ଆପଣଙ୍କୁ ସୁସ୍ଥ ଓ ଫିଟ ରଖିବାରେ ସାହାର୍ଯ୍ୟ କରିଥାଏ ।

ମଦ ଓ କ୍ୟାଫୀନ

ଚା ଓ କଫିରେ କ୍ୟାଫୀନର ମାତ୍ରା ମିଳିଥାଏ । ଚା ପ୍ରାୟତଃ ଲୋକମାନଙ୍କ ଦିନଚର୍ଯ୍ୟାର ଏକ ମୁଖ୍ୟ ଅଂଶ ହୋଇଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହା ଆପଣଙ୍କ ରକ୍ତଚାପର ମୁଖ୍ୟ କାରଣ ଅଟେ । ଯଦି ଆପଣ ଚା କିମ୍ବା କଫିର ସେବନ କରିବାକୁ ଚାହୁଁଛନ୍ତି ତେବେ ବହୁତ ଅଳ୍ପ ପରିମାଣରେ ସେବନ କରନ୍ତୁ । କାରଣ ବହୁତ ଅଧିକ କ୍ୟାଫୀନ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ । ସେହିଭଳି ମଦ୍ୟପାନ ବି ବ୍ଲଡ ପ୍ରେସରକୁ ବଢାଇଥାଏ । ଏହା ଛଡା ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବି ହାନିକାରକ ଅଟେ ।

ଅଧିକ ଲୁଣର ସେବନ

ହାଇ ବ୍ଲଡ ପ୍ରେସର ରୋଗୀମାନଙ୍କୁ ସର୍ବଦା ଲୁଣର ସେବନ କମ କରିବା ପାଇଁ ଉପଦେଶ ଦିଆ ଯାଇଥାଏ । କାରଣ ଲୁଣ ଅଧିକ ସେବନ କରିବା ଦ୍ଵାରା ଆପଣଙ୍କ ପ୍ରତି ହାଇ ବ୍ଲଡ ପ୍ରେସର ଡର ଦୁଇଗୁଣା ହୋଇଯାଏ । ସେଥିପାଇଁ କମ ଲୁଣ ବାଲା ଖାଦ୍ୟ ସେବନ କରିବାକୁ ଚେଷ୍ଟା କରନ୍ତୁ ଓ ଖାଦ୍ୟରେ ଅତିରିକ୍ତ ଲୁଣ ଦେବାର ଅଭ୍ୟାସ ଛାଡି ଦିଅନ୍ତୁ ।