ବୟସ ମାତ୍ର ଅଢେଇ ବର୍ଷ କିନ୍ତୁ ନିଜର ଅନନ୍ୟ ପ୍ରତିଭା ପାଇଁ India Book of Recordରେ କରିଛି ରେକର୍ଡ ! ଯାହାଙ୍କ ପ୍ରତିଭା ଦେଖିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ !

ନମସ୍କାର ବନ୍ଧୁଗଣ, ତେବେ ବେଳେବେଳେଆମ ସୋସିଆଲ ମିଡ଼ିଆ ରେ ଏମିତି କିଛି ଦେଖିବାକୁ ମିଳେ ଯାହା ବହୁତ ମନଲୋଭା ଦୃଶ୍ୟ ହୋଇ ଥାଏ ଏବଂ ତାହାକୁ ଦେଖିଲେ ମଧ୍ୟ ଆତ୍ମା କୁ ତୁପ୍ତି ମିଳି ଥାଏ ।ଖାସ କରି ଛୋଟ ଛୋଟ ଛୁଆ ମାନଙ୍କର କିଛି ଭିଡିଓ ଦେଖିଲେ ବହୁତ ସୁନ୍ଦର ଲାଗି ଥାଏ କାରଣ ସେମାନେ ସେତିକି ଚତୁର ହେବା ସହିତ ଚୁଲବୁଲି ମଧ୍ୟ ହୋଇ ଥାଆନ୍ତି ।କାରଣ ସେମାନେ ଯେପରି ବି ନାଚ ଗୀତ କରି ଥାଆନ୍ତୁ କିନ୍ତୁ ତାଙ୍କର କୁନି କୁନି ପାଦ କୁନି କୁନି ହାତ ରେ ତାଙ୍କର ଏପରି ଚୁଲବୁଲି କଥାରେ ଯିଏ ବି ତାହାକୁ ଦେଖିବ ସିଏ ପସନ୍ଦ କରିବ ।

କୁନି କୁନି ପିଲା ଙ୍କର ଏଭଳି ଭିଡ଼ିଓ ଦେଖି ମୁହଁ ରେ ମଧ୍ୟ ଟିକେ ହସ ଆସି ଥାଏ କାରଣ ଭିଡ଼ିଓ ଟି ସେତିକି ମଜାଦାର ହୋଇ ଥାଏ।ତେବେ ବର୍ତ୍ତମାନ ଏକ ଅଢେ଼ଇ ବର୍ଷ ର ଝିଅ ର ଭିଡିଓ ଖୁବ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି। ତେବେ ଆସନ୍ତୁ ସେ ବିଷୟରେ ଆଲୋଚନା କରି ନେବା।ତେବେ ଏହି ଅଢେ଼ଇ ବର୍ଷ ର ଝିଅ ଟି ହେଉଛନ୍ତି କଟକର ଏବଂ ନାମ ହେଉଛି ଆରଧ୍ୟା ଅନନ୍ୟା ତେବେ ସେ ଏତେ କମ ବୟସରୁ ଏତେ ବୁଦ୍ଧିମାନ ହୋଇ ଯାଇଛନ୍ତି ଯେ ଇଣ୍ଡିଆ ବୁକ ଅଫ ରେକର୍ଡ ରେ ତାଙ୍କ ନାଁ ଆସିଲାଣି।

ତେବେ ସେ ଏତେ ଛୋଟ ବୟସରୁ ସେ ପଣକିଆ ଠାରୁ ଆରମ୍ଭ କରି ଜାତୀୟ ପଶୁ,ଜାତୀୟ ପକ୍ଷୀ,ଜାତୀୟ ସଙ୍ଗୀତ ଠାରୁ ନେଇ ଦେଶର ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଆଦି ଙ୍କ ନାମ ସହ ସବୁ ରାଜ୍ୟ ର ରାଜଧାନୀ ଏବଂ ସବୁ ଜିଲ୍ଲା ,ମହାଦେଶ,ମହାସାଗର ଆଦି ର ନାମ ମଧ୍ୟ ସେ ଅତି ସହଜ ରେ କହି ଦେଉଛନ୍ତି। ଫୁଲ ଫଳ ର ନାମ ସହ ଆକୃତି ଏବଂ ସବୁ ରଙ୍ଗ ର ନାମ ମଧ୍ୟ କହି ପାରି ଦେଉଛନ୍ତି ଆରାଧ୍ୟା।

ତେବେ ତାଙ୍କ ବାପା ଏଥିପାଇଁ ବହୁତ ଖୁସି ହେବା ସହ ନିଜ ଝିଅକୁ ନେଇ ଗର୍ବିତ ମଧ୍ୟ। ସେ କହିଛନ୍ତି କି ଯଦି ବର୍ତ୍ତମାନ ତାକୁ କିଛି ପଚାରିବାରୁ ସେ ବଡ଼ ହେଲେ କଣ ହେବ ତେବେ ସେ ଡାକ୍ତର ହେବି ବୋଲି କହୁଛନ୍ତି କିନ୍ତୁ ବଡ଼ ହେଲେ ତାହା ଜଣାଯିବ। ତେବେ ସେମାନେ ଏହା ମଧ୍ୟ କହିଛନ୍ତି କି ସେ ୧.୫ ବର୍ଷ ରୁ ସେ ସବୁ କିଛି କହିବା ଆରମ୍ଭ କରି ଦେଇଥିଲା ତେବେ କୌଣସି କଥା କୁ ଚାରି ପାଂଚ ଥର କହି ଦେଲେ ସେ ମନ ରଖି ଦେଇଥାନ୍ତି।

ତେବେ ସେ କହିଛନ୍ତି କି ସେମାନେ ଆଶା ରଖିଛନ୍ତି କି ତାଙ୍କ ଝିଅ ବଡ଼ ହେଲେ କିଛି ନା କିଛି ବଡ଼ କାମ କରିବ।ତେବେ ଏତେ କମ ବୟସ ରୁ ଏତେ ପ୍ରତିଭା ଶାଳୀ ହେବା ଖୁବ ଭାଗ୍ୟ ର କଥା ତେବେ ଆରାଧ୍ୟା ବଡ଼ ହୋଇ ଆମ ଦେଶ ଓ ରାଜ୍ୟ ର ନାମକୁ ଉଚ୍ଚ ରେ ରଖିବେ ବୋଲି ସମସ୍ତଙ୍କ ଆଶା ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।