ଅଦାଲତର ନିଷ୍ପତି ଶୁଣି କାନ୍ଦିବାକୁ ଲାଗିଲେ ନିର୍ଭୟାଙ୍କ ମା, କାନ୍ଦି କାନ୍ଦି କହିଲେ ହୃଦୟକୁ ଛୁଇଁ ଯାଉଥିବା ଏହି କଥା

୨୦୧୨ରେ ଦିଲ୍ଲୀ ସାମୁହିକ ବଳାତ୍କାର ମାମଲା ଭାରତର ରାଜଧାନୀ ଦିଲ୍ଲୀରେ ୧୬ ଡିସେମ୍ବର ୨୦୧୨ରେ ହୋଇଥିବା ଏକ ବଳାତ୍କାର ତଥା ଏକ ହତ୍ୟାର ଘଟଣା ଥିଲା । ଯାହା ସଂଚାର ମାଧ୍ୟମରେ ତ୍ଵରିତ ହସ୍ତକ୍ଷେପ କାରଣରୁ ପ୍ରକାଶରେ ଆସିଥିଲା । ୩୦ ଡିସେମ୍ବର ୨୦୧୨ରେ ନିର୍ଭାୟଙ୍କ ଶବକୁ ଦିଲ୍ଲୀ ଆଣି ପୋଲିସର ସୁରକ୍ଷାରେ ଅନ୍ତିମ ସଂସ୍କାର କରାଗଲା ।

୮ ବର୍ଷ ପରେ ନ୍ୟାୟ ପାଇଁ ଏଠି ସେଠି ବୁଲୁଥିବା ନିର୍ଭୟାଙ୍କ ମା’ଙ୍କୁ ଶେଷରେ ୧୮ ଫେବୃୟାରୀ ଦିନ ନ୍ୟାୟ ମିଳି ହିଁ ଗଲା । କୋର୍ଟରେ ଶୁଣାଣି ପୂର୍ବରୁ ନିର୍ଭୟାଙ୍କ ମା ଆଶା ଦେବୀ କହିଥିଲେ କି ତାଙ୍କୁ ଆଜି ହେବାକୁ ଥିବା ଶୁଣାଣିକୁ ନେଇ ପୁରା ଆଶା ଅଛି କି ତାଙ୍କୁ ଆଜି ନ୍ୟାୟ ମିଳିଯିବ ଓ ଏତେ ସବୁ ହେବା ସତ୍ତ୍ୱେ ବି ସେ ଆଜି ପର୍ଯ୍ୟନ୍ତ ହାର ମାନି ନାହାନ୍ତି ।

ଏହା ପୂର୍ବରୁ ସୁପ୍ରୀମ କୋର୍ଟ କହିଥିଲେ କି ତଳ ଅଦାଲତ ଦ୍ଵାରା ଚାରି ଜଣ ଆରୋପିଙ୍କୁ ଅଲଗା ଅଲଗା ଦେବାର ଆଦେଶ ତାଙ୍କ ନିଷ୍ପତିରେ ବାଧା ଆସିବ ନାହିଁ । କହିଦେଉଛୁ କି ଏହି ମାମଲାରେ ନିର୍ଭୟାଙ୍କ ମାତା ପିତା ଓ ଦିଲ୍ଲୀ ସରକାରଙ୍କ ଦ୍ଵାରା ଡେଥ ୱାରେଣ୍ଟ ଜାରି କରିବା ପାଇଁ ଅର୍ଜି ଦିଆ ଯାଇଥିଲା । ୧୮ ଫେନୃୟାରି ରେ ପଟିୟାଲା ହାଇକୋର୍ଟ ଚାରି ଜଣ ଆରୋପିଙ୍କ ବିରୁଦ୍ଧରେ ତୃତୀୟ ଥର ଡେଥ ୱାରେଣ୍ଟ ଜାରି କରିଛନ୍ତି ।

କାନ୍ଦି କାନ୍ଦି କହିଲେ ଏହି କଥା

ଆଜି ପଟିୟାଲା ହାଇକୋର୍ଟରେ ଶୁଣାଣି ପରେ ଆଡିଶନଲ ସେଶନ ଜଜ ଚାରି ଜଣ ଆରୋପିଙ୍କୁ ୩ ମାର୍ଚ୍ଚ ସକାଳ ୬.୦୦ ଟା ସମୟରେ ଫାସିର ଆଦେଶ ଦେଇଛନ୍ତି । ଏହି ନିଷ୍ପତି ଶୁଣି ନିର୍ଭୟାଙ୍କ ମା’ ଆଶା ଦେବୀ ନିଜକୁ ଅଟକାଇ ପାରିଲେ ନାହିଁ ଓ ତାଙ୍କ ଆଖିରୁ ଲୁହ ଝରି ଆସିଲା । ଏହି ନିଷ୍ପତିକୁ ଶୁଣି ନିର୍ଭୟାଙ୍କ ମା କହିଲେ କି ଭଗବାନଙ୍କ ଘରେ ଡେରି ଅଛି କିନ୍ତୁ ଅନ୍ଧକାର ନାହିଁ ।