ଯେତେବେଳେ ଅଚାନକ ବିଦ୍ୟାଳୟରେ ପହଞ୍ଚି ଗଲେ ଗଣଶିକ୍ଷା ମନ୍ତ୍ରୀ Sameer Das, ତା’ପରେ କ’ଣ ହେଲା ଦେଖନ୍ତୁ ଏହି Video ରେ

କରୋନା ମହାମାରୀ ଯୋଗୁଁ ଦୀର୍ଘ ଦିନ ଧରି ବିଦ୍ୟାଳୟ ଗୁଡିକ ବନ୍ଦ ରହିବା ପରେ ବର୍ତ୍ତମାନ କୋଭିଡ କଟକଣା ମଧ୍ୟରେ ସ୍କୁଲ ଗୁଡିକୁ ନବମ ଓ ଦଶମ ଶ୍ରେଣୀଙ୍କ ପାଇଁ ଖୋଲା ଯାଇଛି । ସ୍କୁଲ ଖୋଲିବା ପରେ ଶ୍ରେଣୀ ଗୃହ ପାଠ ପଢା ଖୁବ ଜୋରସୋରରେ ଆରମ୍ଭ ହୋଇ ଯାଇଛି । ତେବେ କୋରାପୁଟରେ ଏକ ବିଦ୍ୟାଳୟରେ ପାଠ ପଢା କେମିତି ଚାଲିଛି ଓ ଛାତ୍ରୀ ମାନେ କେମିତି ପାଠ ପଢୁଛନ୍ତି ତାହା ତଦାରଖ କରିବା ପାଇଁ ଓଡିଶାର ଶିକ୍ଷା ମନ୍ତ୍ରୀ ହଠାତ ଯାଇ ପହଞ୍ଚି ଯାଇଥିଲେ ।

କୁମ୍ଭାର ଯେପରି କଞ୍ଚା ଥିବା ଅବସ୍ଥାରେ ହିଁ ମାଟିକୁ ଇଚ୍ଛା ମୁତବକ ଆକାର ଦେଇ ଗଢିଥାଏ, ସେହିପରି ସ୍କୁଲ ସମୟରୁ ହିଁ ପିଲାଙ୍କୁ ଉଚିତ ଶିକ୍ଷା ପ୍ରାପ୍ତ ହେଲେ ଯାଇ ସେମାନେ ଭବିଷ୍ୟତରେ ସଫଳ ବ୍ୟକ୍ତି ଭାବେ ନିଜକୁ ପ୍ରତିଷ୍ଠିତ କରିପାରିବେ । ସେଥିପାଇଁ ସମୟ ସମୟରେ ପିଲାଙ୍କ ଶିକ୍ଷାବସ୍ଥାର ଯାଞ୍ଚ କରିବା ଓ ସେମାନଙ୍କୁ ଆବଶ୍ଯକୀୟ ସମସ୍ତ ଶିକ୍ଷା ଦେବା ନିହାତି ଆବଶ୍ୟକ ଅଟେ ।

ତେବେ ଆମ ଶିକ୍ଷା ମନ୍ତ୍ରୀ ବୋଧହୁଏ ଏହି କଥା ବେଶ ଭଲ ଭାବେ ବୁଝିଛନ୍ତି । ସେଥିପାଇଁ ସରପ୍ରାଇଜ ଭାବେ ଯାଇ ପହଞ୍ଚି ଥିଲେ କୋରାପୁଟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ । ପିଲାଙ୍କୁ କିପରି ପାଠପଢା ଯାଉଛି ତାହା ତଦାରଖ କରିବା ପାଇଁ ସେ ଛାତ୍ର ହୋଇ ମଧ୍ୟ ବସିଥିଲେ ଓ ଶିକ୍ଷୟତ୍ରୀଙ୍କୁ ପ୍ରଶ୍ନ ମଧ୍ୟ ପଚାରିଥିଲେ ।

ଏହାସହ ଶିକ୍ଷକ ହୋଇ ଛାତ୍ରୀ ମାନଙ୍କୁ ମଧ୍ୟ ଶିକ୍ଷା ଦେଇଥିଲେ ଓ ଶିକ୍ଷୟତ୍ରୀଙ୍କୁ ସାହାଯ୍ୟ ମଧ୍ୟ କରିଥିଲେ ପିଲାଙ୍କୁ ସରଳ ଭାବେ ବୁଝାଇ ଦେବାରେ । ଛାତ୍ରୀ ମାନଙ୍କୁ ମନ ଲଗାଇ ପାଠ ପଢିବାକୁ ଉତ୍ସାହିତ କରିବା ସହ ଅଧିକ ନମ୍ବର ରଖିଥିବା ଛାତ୍ରୀଙ୍କୁ ତାଙ୍କ ତରଫରୁ ଏକ ଛୋଟ ଗିଫ୍ଟ ମଧ୍ୟ ପ୍ରଦାନ କରିବେ ବୋଲି ସେ ଛାତ୍ରୀ ମାନଙ୍କୁ କଥା ମଧ୍ୟ ଦେଇଛନ୍ତି ।

ଏହାସହ ବହି କିଣିବାକୁ ଅକ୍ଷମ ଥିବା ଛାତ୍ରୀଙ୍କୁ ମଧ୍ୟ କିପରି ସୁଲଭ ଦରରେ ବହି ମିଳିବ ସେ ନେଇ ମଧ୍ୟ ଛାତ୍ରୀ ମାନଙ୍କୁ ବୁଝିଅ ଦେଇଥିଲେ ଶିକ୍ଷା ମନ୍ତ୍ରୀ । ଏଥିରେ ଆପଣଙ୍କ ମତାମତ ଆମକୁ କମେନ୍ଟ କରିବେ, ଏହା ସହିତ ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ସେୟାର କରିବାକୁ ଭୁଲିବେନି ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ ମଧ୍ୟ କରନ୍ତୁ ।