ଏଠି ଅଚାନକ ହିଁ ପଥର ହୋଇଗଲେ ସବୁ ମନୁଷ୍ୟ ଓ ପଶୁ, ସତ୍ୟତା ଜାଣିଲେ ଥରି ଉଠିବେ

ଇତିହାସ ନିଜ ମଧ୍ୟରେ ହିଁ ଏକ ବହୁତ ବଡ ରହସ୍ୟ ଅଟେ । ଯାହା ବିଷୟରେ ଯେତେ ବି ଜାଣିବେ ତାହା ବହୁତ କମ ଅଟେ । ଆଜି ଆମେ ଆପଣଙ୍କୁ ଏକ ଏମିତି ଅଦ୍ଭୁତ ଜାଗା ବିଷୟରେ କହିବାକୁ ଯାଉଛୁ ଯାହାର ସତ୍ୟତା ଜାଣିଲେ ଆପଣ ଚମକି ଯିବେ । ଆମେ କଥା ହେଉଛୁ ପୋମ୍ପଈ ନାମକ ସହର ବିଷୟରେ । ଯେଉଁଠି ରହୁଥିବା ମନୁଷ୍ୟ ଓ ପଶୁମାନେ ଅଚାନକ ପଥର ହୋଇଗଲେ ଓ ସେହି ସମସ୍ତ ପଥର ରୂପୀ ମନୁଷ୍ୟ ଓ ପଶୁମାନେ ଆଜି ବି ସେହି ସହରରେ ମିଳିଥାନ୍ତି ।

ତାଙ୍କୁ ଦେଖି ଏମିତି ଲାଗିଥାଏ କି, ଯେମିତି ସେମାନେ ମଣିଷ ନୁହନ୍ତି ବରଂ ସତରେ ପଥରର କୌଣସି ମୂର୍ତି ଅଟନ୍ତି । ୧୯୪୦ ବର୍ଷ ପୂର୍ବେ ଏଠି ମନୁଷ୍ୟ ବସବାସ କରୁଥିଲେ । କିନ୍ତୁ ବର୍ଷ ୭୯ରେ ଏଠି ଏକ ଏମିତି ଭୟାନକ ଘଟଣା ଘଟିଲା କି ଅଚାନକ ପୁରା ସହର ନଷ୍ଟ ହୋଇଗଲା । ଏହି ସ୍ଥାନରୁ ବୈଜ୍ଞାନିକମାନଙ୍କୁ କିଛି ଏମିତି ବି ପ୍ରମାଣ ମିଳିଛି, ଯାହାର ଆଧାରରେ କହି ହେବ କି ବୋଧେ ସେହି ସମୟରେ ଏଠାରେ କୌଣସି ମଣିଷ ବଞ୍ଚି ନଥିବେ ।

ପୋମ୍ପଈ ସହର ପାଖାପାଖି ୧୭୦ ଏକର ପର୍ଯ୍ୟନ୍ତ ବ୍ୟାପିଛି । ଏଠିକାର ଅବସ୍ଥାକୁ ଦେଖି କୁହାଯାଏ କି ଏହି ସହରରେ ପାଖାପାଖି ୧୧ ହଜାରରୁ ୧୫ ହଜାର ଲୋକ ରହୁଥିଲେ । କିଛି ବର୍ଷ ପୂର୍ବେ ଏହି ସ୍ଥାନକୁ ଖୋଳିବା ପରେ ପୁରାତତ୍ୱ ବିଭାଗକୁ ଏକ ଘୋଡାର ଶରୀର ଓ ତାହାର କବଚ ମିଳିଥିଲା । ଯାହାକି ପଥର ହୋଇ ଯାଇଥିଲା । ଏହା ଛଡା ଏଠି ଏକ ମଣିଷର ମୁଣ୍ଡ ବି ମିଳିଥିଲା, ଯାହା କାଚରେ ତିଆରି ହୋଇଥିଲା ।

କହିବାକୁ ଗଲେ ପୋମ୍ପଈର ପାଖାରେ ଥିବା ନ୍ୟାପଲ୍ସର ଏକ ଖାଡିରେ ଏକ ଜ୍ୱାଳାମୁଖୀ ଅଛି, ଯାହାର ନାମ ମାଉଂଟ ବସୁବୀୟସ ଅଟେ । ୭୯ରେ ଏଠାରେ ଜ୍ୱାଳାମୁଖୀ ଅଚାନକ ଫାଟି ଯାଇଥିଲା ଯେଉଁ କାରଣରୁ ଭାରି ମାତ୍ରାରେ ଲାର୍ଭା, ପାଉଁଶ ଓ ଗ୍ୟାସ ବାହାରିଥିଲା । ଏହା ଦ୍ଵାରା ପୁରା ସହର ବର୍ବାଦ ହୋଇଗଲା । ପୋମ୍ପଈର ଲୋକମାନେ ସହର ଛାଡିବା ପୂର୍ବରୁ ଜ୍ୱାଳାମୁଖୀର ଲାର୍ଭା ଏହି ସହରରେ ପହଞ୍ଚି ସାରିଥିଲା ।

ଏହି କାରଣରୁ ଏହି ଅଞ୍ଚଳ ଏତେ ଗରମ ହୋଇଗଲା କି ଲୋକମାନଙ୍କ ରକ୍ତ ବହୁତ ଗରମ ହୋଇଗଲା ଓ ମୁଣ୍ଡ ଫାଟିବାକୁ ଲାଗିଲା । ଏହା ସହିତ ଲାର୍ଭାର ସଂସ୍ପର୍ଶରେ ଆସିବା ଦ୍ଵାରା ଲୋକମାନଙ୍କ ମୃତ୍ୟୁ ହୋଇଗଲା । ପରେ ଯେତେବେଳେ ତାପମାତ୍ରା ତଳକୁ ଖସିବାରୁ ଲାର୍ଭା କଠିନ ହେବାରେ ଲାଗିଲା ତେବେ ମନୁଷ୍ୟର ଶରୀର ବି ପଥର ହୋଇଗଲା । ପୋମ୍ପଈ ଛଡା ଜ୍ୱାଳାମୁଖୀ ଅନ୍ୟ ଏକ ଛୋଟ ସହରକୁ ବି ବର୍ବାଦ କରି ଦେଇଥିଲା, ଯାହାର ନାମ ହର୍କୁଲେନିୟମ ଥିଲା ।

କୁହାଯାଏ କି ଯେତେବେଳେ ଜ୍ୱାଳାମୁଖୀ ଫାଟିଲା, ତେବେ ନିଜର ଜୀବନ ବଞ୍ଚାଇବା ପାଇଁ ପାଖାପାଖି ୩୦୦ ଲୋକମାନେ ଏଠି ଏକ ବୋଟହାଉସରେ ପସି ଯାଇଥିଲେ, କିନ୍ତୁ ଭୟଙ୍କର ଗରମ ଓ ଲାର୍ଭା କାରଣରୁ ସମସ୍ତଙ୍କର ଭୟଙ୍କର ରୂପରେ ମୃତ୍ୟୁ ହୋଇଗଲା । ବର୍ଷ ୧୯୮୦ରେ ତାଙ୍କର ପଥର ରୂପୀ ଶବ ଏହି ସ୍ଥାନରୁ ମିଳିଥିଲା । ପୋମ୍ପଈ ଓ ହର୍କୁଲେନିୟମ ଦୁଇଟି ସହର ବର୍ତ୍ତମାନ ଯୂନେସ୍କୋର ପୂର୍ବଜଙ୍କ ସୂଚୀରେ ସାମିଲ ଅଛି ।