ଅଚାନକ ରାସ୍ତା ଉପରେ ବୁଲିବାକୁ ଲାଗିଲେ ପଲ-ପଲ ବାଘ, ଲୋକ ଧ୍ୟାନ ନଦେଇ କରିବାକୁ ଲାଗିଲେ ରେକର୍ଡ, Video ନ ଦେଖିଲେ ବିଶ୍ଵାସ କରି ପାରିବେନି

ଜଙ୍ଗଲ କାଟି ତା ମଧ୍ୟରେ ରାସ୍ତା ବନାଇବା, ଚାଷ ଜମି ତିଆରି କରିବା ଓ ଜଙ୍ଗଲର ଅତି ପାଖରେ ଜନବସତି ସ୍ଥାପନ କରିବା ଏହିପରି ବିଭିନ୍ନ କାରଣରୁ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି ।

ଯାହାର ଫଳ ସ୍ୱରୂପ ବନ୍ୟଜନ୍ତୁଙ୍କୁ ଜନବସତି ଓ ଜନ ଚଳାଚଳ ସ୍ଥାନ ଗୁଡିକରେ ଦେଖିବାକୁ ମିଳୁଛି । ଏହିପରି ଏକ ଘଟଣା ମହାରାଷ୍ଟ୍ରର ଏକ ସ୍ଥାନରେ ଦେଖିବାକୁ ମିଳିଛି, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଘଟଣାଟି ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାର ତାଡୋବା ଅଞ୍ଚଳର । ସେଠାରେ ଏହିପରି ତାଜୁବ ଦୃଶ୍ୟ ଦେଖିବାକୁ ମିଳିଛି । ସେଠାକାର ରାସ୍ତାର ଦୁଇ ପାର୍ଶ୍ଵରେ ରହିଛି ଜଙ୍ଗଲ ।

ତେବେ ସେଠାରେ ଦୁଇଟି ବାଘଙ୍କୁ ରାସ୍ତା କଡ଼ରେ ଆରାମରେ ଚାଲୁ ଥିବାର ଦେଖିବାକୁ ମିଳିଛି । ବାଘ ଦୁଇଟି ଦିନ ସମୟରେ ଜଙ୍ଗଲରୁ ବାହାରି ରାସ୍ତା ପାଖରେ ବୁଲା ବୁଲି କରୁଥିଲେ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ସେହି ସମୟରେ ରାସ୍ତାରେ ଯାଉଥିବା ଲୋକମାନେ ମଧ୍ୟ ଆରାମରେ ସେମାନଙ୍କ ସାମନାରେ ଠିଆ ହୋଇ ରହିଥିଲେ ।

ସେହି ସମୟରେ ତାଙ୍କ ମଧ୍ୟରୁ ଏକ ବାଇକ୍ ଚାଳକ ସେହି ବାଘ ମାନଙ୍କର ଭିଡିଓ କ୍ୟାମେରାରେ ସୁଟିଂ କରି ନେଇଥିଲେ । କେବଳ ଅଳ୍ପ ମାତ୍ର ଫୁଟ୍ ର ଦୁରତାରେ ବାଘ ଦୁଇଟି ଥିଲେ ମଧ୍ୟ ଲୋକ ମାନେ ନିର୍ଭୟରେ ସେମାନଙ୍କ ସାମନାରେ ଥିବା ଦେଖିବାକୁ ମିଳିଥିଲା । ବାଘ ଦୁଇଟି ଙ୍କୁ ଦେଖିବା ପାଇଁ ରାସ୍ତାରେ ଯାଉଥିବା ପ୍ରତ୍ୟେକ ଲୋକ ଟିକେ ଅଟକି ଯାଉଥିଲେ ।

ଖାଲିରେ ବାଘ ଦେଖିବା ମଣିଷ ପାଇଁ ଭୟାନକ ହୋଇଥିଲେ ମଧ୍ୟ ବାଘ ଦୁଇଟି ଙ୍କ ହାବଭାବ ରୁ ଲାଗୁ ନ ଥିଲା ସେମାନେ କାହାର କ୍ଷତି କରିବାକୁ ଚାହୁଁଛନ୍ତି । ସେଥିପାଇଁ ଲୋକମାନେ ମଧ୍ୟ ନିର୍ଭୟରେ ସାମାନ୍ୟ ଜାଗ୍ରତ ରହି ସେମାନଙ୍କୁ ଦେଖିବାକୁ ଠିଆ ହୋଇ ରହିଥିଲେ । ଏହି ନିଆରା ଦୃଶ୍ୟ ଯଦି କେହି କ୍ୟାମେରାରେ କଏଦ କରି ନ ଥାଆନ୍ତା, ତା ହେଲେ ଆପଣଙ୍କ ପାଇଁ କେବଳ କାନରେ ଶୁଣି ବା ପଢ଼ି ବିଶ୍ବାସ କରିବା କଷ୍ଟକର ହୋଇ ଥାଆନ୍ତା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।