ଆପଣଙ୍କୁ ଅଚାନକ ଧନୀ କରିଦେବ ପାରା, ପାରାଙ୍କୁ ଦାନା ଖାଇବାକୁ ଦେଉଥିଲେ ଜାଣି ରଖନ୍ତୁ ଏହି ମହତ୍ବପୂର୍ଣ୍ଣ କଥା (Vastu Tips)

ଅନ୍ୟ ପକ୍ଷୀଙ୍କ ତୁଳନାରେ ପାରା ଅଧିକ ଶାନ୍ତ ହୋଇଥାଏ । ଆରାମ କରିବା ପାଇଁ ଉଚ୍ଚ ସ୍ଥାନ ସେମାନଙ୍କୁ ବେଶ ପସନ୍ଦ ହୋଇଥାଏ । ପାରା ଘରେ ବସା ବାନ୍ଧିଲେ ମଳତ୍ଯାଗ କରିବା ଯୋଗୁଁ ଲୋକେ ଏହା ପସନ୍ଦ କରନ୍ତି ନାହିଁ । ତେବେ ଅନେକ ଲୋକ ପରାଙ୍କୁ ଦାନା ଖୁଆଇବା ପସନ୍ଦ କରନ୍ତି । ତେବେ ଜ୍ଯୋତିଷ ଶାସ୍ତ୍ରରେ ପାରା ବିଷୟରେ କୁହାଯାଇଛି କି, ଏମାନେ ମାତା ଲକ୍ଷ୍ମୀଙ୍କ ଭକ୍ତ ଅଟନ୍ତି । ଘରେ ପାରାଙ୍କ ଆଗମନ ହେଲେ ଧନର ବୃଦ୍ଧି ଘଟିଥାଏ ।

ପାରା ମାନଙ୍କୁ ସବୁବେଳେ ଦାନା ଖାଇବାକୁ ଦେବା ଉଚିତ । ଯେତେ ଅଧିକ ପାରା ଘରକୁ ଆସିବେ ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ସେତେ ଅଧିକ ବୃଦ୍ଧି ପାଇବ । କିନ୍ତୁ ଗୋଟିଏ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ, ପାରାଙ୍କୁ କେବେବି ଘରେ ବସା ବାନ୍ଧିବାକୁ ଦିଅନ୍ତୁ ନାହିଁ । ଏଭଳି ହେଲେ ବିପରୀତ ପରିଣାମ ଭୋଗ କରିବାକୁ ପଡିଥାଏ ।

ଘରକୁ ଧନ ଆସିବା ସ୍ଥାନରେ ଅତ୍ୟଧିକ ଧନ ବ୍ୟୟ ହେବ । ଆପଣ ପାରାଙ୍କୁ ଯେଉଁ ଦାନା ଖାଇବାକୁ ଦେଉଥିଲେ ତାହା ମଧ୍ୟ ନିଷ୍ଫଳ ହୋଇଯିବ । ପାରାଙ୍କୁ ଦାନା ଦେବା ପୂଣ୍ୟ କାମ ହେଲେ ମଧ୍ୟ ଏଥିରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ପାରାଙ୍କୁ କେବେବି ଘରର ଛାତ ଉପରେ ଦାନା ଦିଅନ୍ତୁ ନାହିଁ । ବରଂ ଘରର ଅଗଣାରେ ଆପଣ ପାରାଙ୍କୁ ଦାନ ଖୁଆଇ ପାରିବେ ।

ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ପାରା ବୁଧ ଏବଂ ଛାତ ରାହୁକୁ ବୁଝାଏ । ପାରା ଛାତରେ ଦାନା ଖାଇବାକୁ ଆସିଲେ ବୁଧ ଏବଂ ରାହୁଙ୍କ ମେଳ ହୋଇଯାଏ । ପାରା ଛାତକୁ ଅପରିଷ୍କାର କରିଲେ ଏହାର ପ୍ରତିଫଳ ଆପଣଙ୍କୁ ମଧ୍ୟ ଓଲଟା ମିଳିବ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ କେଉଁ ବ୍ୟକ୍ତିଙ୍କ ଜାତକରେ ବୁଧ ଏବଂ ରାହୁଙ୍କ ମେଳ ହୋଇଥାଏ ସେଠାକାର ସ୍ଥିତି ଖରାପ ହୋଇଯାଏ ।

ଏପରି ମେଳ ହେଲେ ମଣିଷ ପାଗଳ ଭଳି ହୁଏ । ବ୍ୟକ୍ତି ଏତେ ପାଗଳ ହୋଇଯାଏ ଯେ, କିଛି ବି ଅପରାଧ କରି ବସେ । ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡେ । ଯଦି ପାରାଙ୍କୁ ଦାନା ଦେବା ପାଇଁ ଛାତ ବ୍ଯତୀତ ଆପଣଙ୍କ ଘରେ ଆଉ କୌଣସି ସ୍ଥାନ ନାହିଁ ତେବେ ଆପଣ ପାରାଙ୍କୁ ଦାନା ଦେବା ବନ୍ଦ କରନ୍ତୁ ନାହିଁ ।

ବରଂ ଛାତରେ ହିଁ ସେମାନଙ୍କୁ ଦାନା ଦିଅନ୍ତୁ ଓ ସେମାନେ ଖାଇ ସାରିବା ପରେ ଛାତରେ ପାଣି ପକାଇ ଭଲଭାବେ ଛାତକୁ ଧୋଇ ଦିଅନ୍ତୁ । ଯାହାଦ୍ୱାରା ଛାତ ଅପରିଷ୍କାର ହେବନାହିଁ କି ଆପଣଙ୍କ ରାହୁ ମଧ୍ୟ ବିଗିଡିବ ନାହିଁ । ପାରାକୁ ଦାନା ଖାଇବାକୁ ଦେବା ଦ୍ଵାରା ମାତା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି ଓ ଆପଣଙ୍କ ଉପରେ ଧନ ବର୍ଷା କରିଥାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।