ସମସ୍ତ କଏନ କୁ ନେଇ RBI ଜାରିକଲେ ନିଷ୍ପତି, ନମାନିଲେ ମିଳିବ ଏହି ଦଣ୍ଡ…

ବିମୁଦ୍ରାକରଣର ୨ ବର୍ଷ ପରେ ମଧ୍ୟ, କେଉଁଠି ୧୦ ଟଙ୍କିଆ କଏନ ଅଚଳ ହୋଇ ଗଲାଣି ତ ପୁଣି କେଉଁଠି ୧ ଟଙ୍କିଆ ବାଲା ଛୋଟିଆ କଏନ ଲୋକେ ନେବାକୁ ରୋକଠୋକ୍ ମନା କରି ଦେଉଛନ୍ତି । ଆଜି ବି ବଜାରରେ କଏନ ଗ୍ରହଣକୁ ନେଇ ଅରାଜକତା ଦେଖାଦେଉଛି । ବ୍ୟାଙ୍କ ତରଫରୁ ଏସଂକ୍ରାନ୍ତରେ ଅନେକ ଗାଇଡ ଲାଇନ୍ ଜାରି କରା ଯାଇଅଛି ।  ତଥାପି ଲୋକେ ତାକୁ ଗ୍ରହଣ କରିବାକୁ ରାଜି ନୁହଁନ୍ତି । ତେବେ ଏଭଳି ପରିସ୍ଥିତିରେ ସାଧାରଣ ଜନତା ବହୁତ ଅସୁବିଧାର ସମ୍ମୁଖୀନ  ହେଉଛନ୍ତି ତା ସହିତ ବ୍ୟାଙ୍କକୁ ବି ଅନେକ ଅସୁବିଧାର ସାମ୍ନା କରିବାକୁ ପଡୁଛି ।

କିନ୍ତୁ କେହି ଏହାକୁ ମାନିବାକୁ ସଂପୂର୍ଣ୍ଣ ନାରାଜ । ବ୍ୟବସାୟୀ କହୁଛନ୍ତି ଗ୍ରାହକ ନେଉ ନାହାନ୍ତି, ଗ୍ରାହକ କହୁଛନ୍ତି ବ୍ୟବସାୟୀ ନେଉନାହାନ୍ତି, । କଏନକୁ ଏବେ ଦେଖିବା ମାତ୍ରେ ନାକ ଟେକୁଛନ୍ତି ଉଭୟ ଗ୍ରାହକ ଓ ବ୍ୟବସାୟୀ କହୁଛନ୍ତି ବ୍ୟାଙ୍କ ନେଉନାହିଁ । କେବଳ ଓଡିଶା ନୁହେଁ ଦେଶର ଅଧିକାଂଶ ରାଜ୍ୟରେ କଏନ ପ୍ରଚଳିତ ନେଇ ଅନିଶ୍ଚତତା ଦେଖିବାକୁ ମିଳୁଛି । ଏଭଳି ସ୍ଥିତିରେ ବ୍ୟାଙ୍କ କହିଛି ଏହା ଏକ ଗୁଜବ ଅଟେ, କୌଣସି ବି କଏନ ଅଚଳ ହୋଇନାହିଁ ।

ସହର ହେଉ ଅବା ଗାଁ ଗହଳି ସବୁଠି କଏନ୍ ଅଚଳ ହୋଇଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ବଜାରରେ ଖୁଚୁରା ଗ୍ରହଣ କରିବାକୁ ରାଜି ହେଉ ନାହାନ୍ତି ଉଭୟ ଦୋକାନୀ ଓ ଗ୍ରାହକ । ଏହା ଦ୍ଵାରା ଖୁଚୁରା ବ୍ୟବସାୟୀ ବେଶୀ ପ୍ରଭାବିତ ହୋଇଛନ୍ତି । ବ୍ୟାଙ୍କ କର୍ତୃପକ୍ଷ ଏହାକୁ ନେଇ ସ୍ପଷ୍ଟିକରଣ ରଖିଛନ୍ତି ।  ବ୍ୟାଙ୍କର କହୁଛି ଏହା ଏକ ଗୁଜବ ଅଟେ, କେହି ଏହାକୁ ବିଶ୍ୱାସ ନକରି ସମସ୍ତେ କଏନ ଗ୍ରହଣ କରନ୍ତୁ । ନଚେତ୍ ଏହା ପାଇଁ ଆଇନ ଅନୁସାରେ ଦଣ୍ଡ ଭୋଗିବାକୁ ପଡିପାରେ ।

ଆପଣ ଜାଣିବା ପାଇଁ ଆମେ କହି ରଖୁଛୁ କି, କଏନ ଗ୍ରହଣ କରିବାକୁ ଯଦି କୌଣସି ବ୍ୟକ୍ତି ମନା କରୁଛନ୍ତି ଆପଣ ତାଙ୍କ ବିରୁଦ୍ଧରେ ପୁଲିସରେ ଅଭିଯୋଗ କରିପାରିବେ, ସେହି ବ୍ୟକ୍ତିଙ୍କୁ ସାତ ବର୍ଷ କାଳ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ ।

ରିଜର୍ଭ ବ୍ୟାଙ୍କର ପ୍ରବକ୍ତା କହିଛନ୍ତି କି, ଯାହା ସବୁ କଏନ ଜାରି ହୋଇଛି , ସବୁ କିଛି ରିଜର୍ଭ ବ୍ୟାଙ୍କର ନିୟମ ଅନୁସାରେ ଜାରି ହୋଇଛି । ଏଥିପାଇଁ ବଜାରରେ ଉପଲବ୍ଧ ସମସ୍ତ କଏନ ବୈଧ ଅଟେ । ଯଦି କେହି ବ୍ୟକ୍ତି ଏହି କଏନ ଗ୍ରହଣ କରୁନାହାଁନ୍ତି  କିମ୍ବା କୌଣସି ବ୍ୟାଙ୍କ ଏହାକୁ ଗ୍ରହଣ କରିବାକୁ ମନା କରୁଛନ୍ତି ତେବେ ପୋଲିସକୁ ଏହାର ସୂଚନା ଦିଅନ୍ତୁ , କାରଣ ଏହା ଏକ ଅପରାଧ ଅଟେ । ଗତ କିଛି ମାସରୁ ଜୋରସୋରରେ ଚର୍ଚ୍ଚା ହେଉଛି କଏନ ସବୁ ଅଚଳ ହୋଇଗଲାଣି ବୋଲି । ଏହା ସଂପୂର୍ଣ୍ଣ ଏକ ଗୁଜବ ଅଟେ, ଏଥିପ୍ରତି ଆପଣ ସମସ୍ତେ ସଚେତନ ହୁଅନ୍ତୁ ।