AC ମେକାନିକ୍‌ଙ୍କ କଳା କାରନାମା, ମହିଳାଙ୍କ ଗାଧୁଆ ଘରେ ରେକର୍ଡିଂ ମୋଡ୍‌ରେ ରଖିଲେ ମୋବାଇଲ୍, ତା’ ପରେ…

ଆଜିର ଆଧୁନିକ ଯୁଗରେ ମଣିଷ ଟେକ୍ନୋଲୋଜି ଉପରେ ଯେତେ ନିର୍ଭରଶୀଳ ହୋଇପଡୁଛି, ମଣିଷର ମଣିଷ ଉପରୁ ସେତେ ଭରସା ଉଠିବାରେ ଲାଗିଛି । ଦୈନନ୍ଦିନ ଜୀବନରେ ସୁବିଧା ଓ ସଉକ ପାଇଁ ମଣିଷ ଆଜି ଅନେକ ପ୍ରକାରର ଜିନିଷ ଉଦ୍ଭାବନ କରିସାରିଛି ।

ମୋବାଇଲ ଫୋନ ମଣିଷର ସବୁଠୁ ଶ୍ରେଷ୍ଠ ଉଦ୍ଭାବନ ଗୁଡିକ ମଧ୍ୟରୁ ଗୋଟିଏ । ଏହାଦ୍ବାରା ସବୁ କାର୍ଯ୍ୟ ସହଜ ଏବଂ ସୁବିଧାରେ ହୋଇପାରୁଛି । ହେଲେ ମଣିଷ ଏହି ମୋବାଇଲ ଫୋନର ଦୁରୁପଯୋଗ କରିବାକୁ ମଧ୍ୟ ପଛେଇ ନାହିଁ । ମୋବାଇଲ ଫୋନ ମାଧ୍ୟମରେ ଅନେକ ଅ-ପ-ରା-ଧ ଘ-ଟୁ-ଥି-ବା ଖବର ଆମେ ପ୍ରତ୍ଯେକ ଦିନ ଶୁଣିବାକୁ ପାଉଛୁ । ଏବେ ଏହିପରି ଏକ କାରନାମା ଦେଖିବାକୁ ମିଳିଛି ସାଲେପୁର ବଜାରରେ ଥିବା ଏକ ହୋଟେଲରେ ।

ଏସି ସଜାଡିବାକୁ ଯାଇ ଏସି ମେକାନିକ ରଚିଛନ୍ତି ଏଭଳି କା-ଣ୍ଡ । ତେବେ ଏସି ମେକାନିକଙ୍କ ନାମରେ ନିକଟସ୍ଥ ଥାନାରେ ଅ-ଭି-ଯୋ-ଗ ହୋଇଛି । ଖବର ଅନୁସାରେ ସାଲେପୁର ବଜାରରେ ଥିବା ହୋଟେଲ ରୁ-ମ-ରେ ଜଣେ ମହିଳା କର୍ମଚାରୀ କିଛି ଦିନ ହେବ ଭ-ଡା ନେଇ ରହୁଥିଲେ । ରୁମ ର ଏସି ଖରାପ ହୋଇଯିବାରୁ ଜଣେ ମେକାନିକଙ୍କୁ ଏସି ସଜାଡିବା ପାଇଁ ଡକା ଯାଇଥିଲା । ମେକାନିକଙ୍କ ନାମ ହେଉଛି କିଶୋର ନାୟକ ।

ତାଙ୍କ ଘର ହେଉଛି ସାଲେପୁର ଥାନା ଅନ୍ତର୍ଗତ କୁସୁମ୍ବୀ ଗ୍ରାମରେ । ମେକାନିକ ଜଣକ ଏସି ସଜାଡିବା ବେଳେ ଅତ୍ୟନ୍ତ କୌଶଳ ଭାବେ ମହିଳା ବ୍ଯାଙ୍କ କର୍ମଚାରୀଙ୍କ ବାଥ୍ରୁମରେ ଗୋଟିଏ ମୋବାଇଲ ଫୋନ ରେକଡିଂ ମୋଡ୍ ରେ ରଖି ଦେଇଥିଲେ । ଏହା ପରେ ମହିଳା ଜଣକ ବାଥରୁମକୁ ଗାଧୋଇବାକୁ ଯାଇଥିବା ସମୟରେ ସେହି ସମୟର ସମସ୍ତ ଦୃଶ୍ୟ ସେହି ଫୋନରେ ରେକଡିଂ ହୋଇଥିଲା ।

ତେବେ ଏହି ସମସ୍ତ ରେକଡିଂ ହେଉଥିବା ସମୟରେ ହିଁ ବ୍ଯାଙ୍କ କର୍ମଚାରୀ ମହିଳା ଜଣକ ଏହି ଫୋନକୁ ଦେଖି ନେଇଥିଲେ ଓ ସାଲେପୁର ଥାନାରେ ଏହାକୁ ନେଇ ମେକାନିକଙ୍କ ବି-ରୋ-ଧ-ରେ ଲିଖିତ ଅ-ଭି-ଯୋ-ଗ ମଧ୍ୟ ଦେଇଛନ୍ତି । ଏହା ସହ ତ-ଦ-ନ୍ତ ପାଇଁ ମୋବାଇଲରେ ରେକଡିଂ ହୋଇଥିବା ସମସ୍ତ ଘଟଣା ମଧ୍ୟ ସେ ଥାନା ଅଧିକାରୀଙ୍କୁ ଦେଇଛନ୍ତି ।

ତେବେ ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଏସି ମେକାନିକଙ୍କୁ ଥାନାରେ ଅଟକ ରଖିବା ସହ ମୋବାଇଲ ଜବତ କରି ତାଙ୍କୁ ପଚରାଉଚରା କରୁଥିବା ସୂଚନା ମିଳିଛି । ଏହି ଘଟଣାରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାଇବେ ଓ ଏହିପରି ଅପଡେଟ ପାଇବାକୁ ଚାହୁଁଥିଲେ ଆମ ପେଜ୍ କୁ ଲାଇକ ମଧ୍ୟ କରନ୍ତୁ ।