କେବେ ବହୁତ ଧନୀ ଥିଲେ ଏହି ୯ ଟି ଦେଶ, ହେଲେ ଏହି ବଡ କାରଣରୁ ହେଇଗଲେ ଗରିବ

କୌଣସି ବି ଦେଶକୁ ନିଜର ଆର୍ଥିକ ସ୍ଥିତି ମଜବୁତ କରିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡିଥାଏ । ଏଥିରେ ବହୁତ ବର୍ଷର ସମୟ ବି ଲାଗିଥାଏ । କିନ୍ତୁ ଯଦି ଅବସ୍ଥା ଆପଣଙ୍କର ଅନୁରୂପ ନ ହୋଇଥାଏ ତେବେ ଏକ ଭଲ ସମୃଦ୍ଧ ଦେଶ ବି କମଜୋର ପଡିଯାଏ । ଏମିତିରେ ଆସନ୍ତୁ ଏହି ୯ ଟି ଦେଶ ବିଷୟରେ ଜାଣିବା ଯେଉଁ ଦେଶମାନେ ପୂର୍ବେ ବହୁତ ଧନୀ ଥିଲେ କିନ୍ତୁ ବର୍ତ୍ତମାନ ବହୁତ ଗରିବ ହୋଇ ଯାଇଛନ୍ତି ।

ଥାଇଲ୍ୟାଣ୍ଡ :

କହିବାକୁ ଗଲେ ଏହି ଦେଶ ପୂରାପୂରି ଗରିବ ନୁହେଁ  । କିନ୍ତୁ ଏହାର ଜୀଡୀପୀ ୱର୍ଲ୍ଡ ଏବରେଜ ଠାରୁ ବହୁତ କମ ଅଟେ । ତଥାପି ଏହାର ଉତ୍ତରପୂର୍ବ ଓ ଦକ୍ଷିଣର ଅଞ୍ଚଲକୁ ଅଧିକ ଗରିବ କୁହାଯାଏ । ୧୬ ଓ ୧୭ ତମ ଶତାବ୍ଦୀର କଥା କହିଲେ ଥାଇଲ୍ୟାଣ୍ଡର ଅୟୁଥ୍ଯା ସାମ୍ରାଜ୍ୟ ଏକ ସମୟରେ ଇଣ୍ଟରନ୍ୟାସନାଲ ବିଜନେସର ମୁଖ୍ୟ କେନ୍ଦ୍ର ଥିଲା । ଏହାର ମୁଖ୍ୟ ବିଜନେସ ଚୀନ ଓ ଜାପାନ ସହ ହେଉଥିଲା ।

କିନ୍ତୁ ୧୮ ତମ ଶତାବ୍ଦୀ ପରେ ଏହାର ଅର୍ଥବ୍ୟବସ୍ଥା ଖରାପ ହେବାକୁ ଲାଗିଲା । ୧୭୬୫ରେ ବର୍ମା ସେନାର ଆଟାକ କାରଣରୁ ଏହି ଦେଶ ବର୍ବାଦ ହୋଇଗଲା ।

ମାଲି :

ଏହା ବିଶ୍ଵର ସବୁଠୁ ଗରିବ ଦେଶ ସୁଚିରେ ଆସିଥାଏ । ଏଠିକାର ଲୋକମାନେ ନିଜର ଜୀବନ ଜାପାନ କରିବା ପାଇଁ ଚାଷ କରିଥାନ୍ତି । ଯେଉଁଥିରୁ ବହୁତ କଷ୍ଟରେ ଏମାନଙ୍କର ଜୀବିକା ଚାଲିଥାଏ । କିନ୍ତୁ ୧୦ ବର୍ଷ ପୂର୍ବେ ଏଠି ଏକ ବଡ ସାମ୍ରାଜ୍ୟ ଥିଲା । ଏଠି ୧୩୧୨ – ୧୩୧୭ରେ ମୁସା ନାମକ ଏକ ଶାସକର ରାଜ ଥିଲା ଯିଏକି ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଥିଲା । ମାଲିରେ ସୁନା ତିଆରି କରାଯାଇ କେତେକ ଦେଶରେ ବିକ୍ରି କରାଯାଉଥିଲା । କିନ୍ତୁ ଏହା ପରେ ଏହାର ଅବସ୍ଥା ଧୀରେ ଧୀରେ ଖରାପ ହୋଇ ଚାଲିଲା ।

ଟର୍କୀ :

ଏହି ଦେଶ ଗରିବ ତ ନୁହେଁ କିନ୍ତୁ ଯୂରୋପିୟନ ଦେଶ ଗୁଡିକ କାରଣରୁ ଏହାର ଜୀଡୀପୀ କମ ଅଟେ । ୧୬ତମ ଶତାବ୍ଦୀର କଥା କହିଲେ ଏହି ଦେଶ ପଶ୍ଚିମ ଯୂରୋପ ଦେଶ ମାନଙ୍କ ମଧ୍ୟରେ ସବୁଠୁ ଅଧିକ ଧନୀ ଥିଲା । ପୁଣି ୧୭୦୦ରେ ଯୂରୋପ ଏହାକୁ ନିଜ ଅଧୀନରେ ନେଇଲା । ଏହା ପରେ ପ୍ରଥମ ବିଶ୍ଵ ଯୁଧ୍ୟ ପରେ ଏହି ଦେଶ କମଜୋର ପଡିଗଲା ।

ଲାତିବିୟା :

କୃଷି, ଟିମ୍ବର, ମାଂସ, କ୍ଷୀର ଓ ଲହୁଣୀ ଭଳି କାରୋବାର କାରଣରୁ ଏହି ଦେଶ ବହୁତ ଧନୀ ଥିଲା । କିନ୍ତୁ ଦ୍ଵିତୀୟ ବିଶ୍ଵ ଯୁଧ୍ୟ ପରେ ଏହାର ସ୍ଥିତି କମଜୋର ହୋଇଗଲା ।

କ୍ୟୁବା :

କମ୍ଯୁନିସ୍ଟ ରାଜ ଓ ଆମେରିକୀ ବିଦେଶୀମାନଙ୍କ କାରଣରୁ ଏହାର ଅବସ୍ଥା କମଜୋର ହୋଇଯାଇଛି । ୧୯୫୯ରେ ଏହି ଦେଶ ଆମେରିକାର ସବୁଠୁ ଅଧିକ ଜୀଡୀପୀ ବାଲା ଦେଶ ଥିଲା । ଏଠି ଲୋକମାନଙ୍କ ପାଖରେ ସବୁଠୁ ଅଧିକ କାର ଓ ଟେଲୀଫୋନ ରହୁଥିଲା । କିନ୍ତୁ ପରେ ବଢୁଥିବା ଜୁଆ ଖେଳ, ଅପରାଧ, ଡ୍ରଗ୍ସ ଓ ବେଶ୍ୟାବୃତ୍ତି କାରଣରୁ ଏହି ଦେଶ କମଜୋର ହୋଇଗଲା ।

ଈରାକ :

୬୦ ଓ ୭୦ ଦଶକରେ ଈରାକର ସ୍ଥିତି ବିକଶିତ ଦେଶରେ ସାମିଲ ଥିଲା । ଏଠିକାର ତେଲ ଓ ଗ୍ୟାସର ଭଣ୍ଡାର ଏହାର ଜୀଡୀପୀକୁ ୧୯୫୦ରେ ଭଲ ରଖିଥିଲା । କିନ୍ତୁ ୧୯୭୯ରେ ସଦ୍ଦାମ ହୁସୈନଙ୍କ ସତ୍ତା ଆସିବା ପରେ ଓ ୮ ବର୍ଷ ପଡୋଶୀ ଦେଶ ଇରାନ ସହ ଯୁଧ୍ୟ କାରଣରୁ ଏହା ଅର୍ଥ ବ୍ୟବସ୍ଥା କମଜୋର ହୋଇଗଲା ।

ଜିମ୍ବାବେ :

ଅଧିକ ନେଚରଲ ସୋର୍ସ ଓ ଚାଷ କାରଣରୁ ୧୯୮୦ରେ ଜିମ୍ବାବେ ଏକ ଭଲ ପରିସ୍ଥିତିରେ ଥିଲା । କିନ୍ତୁ ୧୯୯୦ ପରେ ଏହାର ଅବସ୍ଥା ଖରାପ ହେବାକୁ ଲାଗିଲା । ଏହା ପରେ ୨୦୦୦ରେ ପ୍ରେସିଡେଂଟ ମୁଗାବେ ଦେଶର ଚାଷ ଜମିକୁ ନିଜ କସ୍ଟଡୀରେ ନେବା ଆରମ୍ଭ କରିଦେଲେ ଓ ଦେଶର ଦରିଦ୍ରତା ବଢିଗଲା ।

ନାଊରୁ :

ଉର୍ବରକ ଫାସଫେଟ କାରଣରୁ ୧୯୭୦ରେ ଏହି ଦେଶ ବହୁତ ଧନୀ ଥିଲା । କିନ୍ତୁ ପରେ ଏହି ଫାସଫେଟ ଭଣ୍ଡାର ଶେଷ ହେବାକୁ ଲାଗିଲା ଓ ଟଙ୍କାର ଅଭାବରେ ଏହି ଦେଶ କରଜରେ ବୁଡି ଗଲା ।

ବେନେଜୁଏଲା :

ତେଲ ଉପରେ ନିର୍ଭର ରହୁଥିବା ଏହି ଦେଶ ଏକ ଜମାନାରେ ବହୁତ ଭଲ ଅର୍ଥବ୍ୟବସ୍ଥା ବାଲା ଦେଶ ଥିଲା । କିନ୍ତୁ ଏହି ଦେଶର ସ୍ଥିତି ସେତେବେଳେ ଧୀରେ ଧୀରେ କମଜୋର ହେବାକୁ ଲାଗିଲା, ଯେତେବେଳେ ୨୦୧୪ରେ କୋମୋଡଟୀର ଦାମ ତଳକୁ ଖସିବାକୁ ଲାଗିଲା ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।