ଅଭିଶାପ ମିଳିବା କାରଣରୁ ୧୨ ବର୍ଷ ପର୍ଯ୍ୟନ୍ତ ଚାଷୀ ଘରେ ରହିଥିଲେ ମା ଲକ୍ଷ୍ମୀ, ପଢନ୍ତୁ ଧନତେରସର ଏହି ପୌରାଣିକ କଥା

ଧନତେରସ ର ପର୍ବ କାର୍ତ୍ତିକ କୃ୍ଷ୍ଣ ପକ୍ଷ ର ତ୍ରୟୋଦଶୀ ତିଥି ଦିନ ପାଳନ କରାଯାଇଥାଏ ଓ ଏହି ପର୍ବ ଦିନ ଧନର ଦେବୀ ମାତା ଲକ୍ଷ୍ମୀ ଓ ଧନର ଦେବତା କୁବେରଙ୍କର ପୂଜା ଅର୍ଚନା କରାଯାଇଥାଏ । ଧନତେରସ ଦିନ ଲୋକମାନଙ୍କ ଦ୍ଵାରା ସୁନା, ଚାନ୍ଦି, ବାସନ ଓ ବିଭିନ୍ନ ପ୍ରକାରର ଜିନିଷ କ୍ରୟ କରାଯାଇଥାଏ ଓ ଘରେ ଦୀପ ବି ଜଳାଯାଇଥାଏ । କହିବାକୁ ଗଲେ ଧନତେରସ ପର୍ବ ବିଭିନ୍ନ ପୌରାଣିକ କଥା ସହ ଜଡିତ ଅଟେ ଓ ଏହି କଥା ମଧ୍ୟରୁ ଗୋଟିଏ କଥା ମାତା ଲକ୍ଷ୍ମୀ ଓ ଏକ କୃଷକର ଅଟେ ।

ଧନତେରସ ପାଳନ କରିବା ସହିତ ଜଡିତ କଥା

ଧନତେରସ କଥା ଅନୁସାରେ ଥରେ ଭଗବାନ ବିଷ୍ଣୁ ମୃତ୍ୟୁଲୋକ ଯିବା ପାଇଁ ବିଚାର କରିଲେ । ଏହି କଥାକୁ ଜାଣିବା ପରେ ମାତା ଲକ୍ଷ୍ମୀ ବି ବିଷ୍ଣୁଙ୍କ ସହିତ ମୃତ୍ୟୁଲୋକ ଯିବା ପାଇଁ ଆଗ୍ରହ କରିଲେ । ଏହା ପରେ ବିଷ୍ଣୁ ମାତା ଲକ୍ଷ୍ମୀଙ୍କୁ କହିଲେ କି, ଯଦି ତୁମେ ମୋର ଗୋଟିଏ କଥା ମାନିବ ତେବେ ମୁଁ ତୁମକୁ ନିଜ ସହିତ ମୃତ୍ୟୁଲୋକ ନେଇଯିବି । ଏହା କହି ବିଷ୍ଣୁ ମାତା ଲକ୍ଷ୍ମୀଙ୍କୁ ପୃଥିବୀ ପୃଷ୍ଠକୁ ନେଇ ଆସି ଗୋଟିଏ ଜାଗାରେ ଛିଡା କରାଇ ଦେଇ କହିଲେ କି, ଏହି ଜାଗାରେ ଛିଡା ହୋଇରୁହ ।

ମୁଁ ଦକ୍ଷିଣ ଦିଗକୁ ଯାଉଛୁ । ତୁମେ ମୋର ପିଛା କରିବ ନାହିଁ । ବିଷ୍ଣୁଙ୍କର ଯିବା ପରେ ମାତା ଲକ୍ଷ୍ମୀ ଅପେକ୍ଷା କରି ପାରିଲେ ନାହିଁ ଓ ସେ ବି ଦକ୍ଷିଣ ଦିଗ ଆଡକୁ ଯିବାକୁ ଲାଗିଲେ । ଦକ୍ଷିଣ ଦିଗକୁ ଯିବା ସମୟରେ ମାତା ଲକ୍ଷ୍ମୀଙ୍କୁ ଏକ ବଗିଚା ନଜର ଆସିଲା ଓ ସେ ସେହି ବଗିଚାରୁ କିଛି ଫୁଲ ତୋଳି ନେଲେ । ସେହି ଫୁଲ ଦ୍ଵାରା ସେ ନିଜର ଶୃଙ୍ଗାର କରିବାକୁ ଲାଗିଲେ ।

ଏହା ପରେ କିଛି ବାଟ ଯିବା ପରେ ମାତା ଲକ୍ଷ୍ମୀଙ୍କୁ ଗୋଟିଏ ଆଖୁ ଜମି ନଜର ଆସିଲା ଓ ମାତା ଲକ୍ଷ୍ମୀ ସେହି ଆଖୁ ଜମିରୁ କିଛି ଆଖୁ ଭାଙ୍ଗି ଖାଇବାକୁ ଆରମ୍ଭ କଲେ । ଏହା ମଧ୍ୟରେ ବିଷ୍ଣୁ ବି ସେହି ସ୍ଥାନରେ ଆସି ଉପସ୍ଥିତ ହୋଇଗଲେ ଓ ଏହି ସବୁ ଦେଖି ସେ ରାଗି ଯାଇ ମାତା ଲକ୍ଷ୍ମୀଙ୍କୁ ଅଭିଶାପ ଦେଲେ କି ଯେଉଁ ଚାଷୀର ଜମିରୁ ତୁମେ ଚୋରୀ କରିଛ, ସେହି ଚାଷୀର ତୁମେ ୧୨ ବର୍ଷ ପର୍ଯ୍ୟନ୍ତ ସେବା କରିବ ।

ଏହା ପରେ ଲକ୍ଷ୍ମୀ ସେହି ଗରିବ ଚାଷୀ ଘରେ ରହିବାକୁ ଲାଗିଲେ । ଦିନେ ମାତା ଲକ୍ଷ୍ମୀ ଚାଷୀର ପତ୍ନୀକୁ କହିଲେ କି ସକାଳେ ସ୍ନାନ କରି ମାତା ଲକ୍ଷ୍ମୀଙ୍କ ପୂଜା କରି ଯାହା ଚାହୁଁଛ ତାହା ମାଗି ନିଅ । ଏହା ପରେ ଚାଷୀର ପତ୍ନୀ ମାତା ଲକ୍ଷ୍ମୀଙ୍କ ପୂଜା କରିଲେ ଓ ତାଙ୍କୁ ଧନ ମାଗିଲେ । ଯାହା ପରେ ଚାଷୀ ଘରେ ଧନ ଭରପୁର ହୋଇଗଲା । ଏହପରି ୧୨ ବର୍ଷ ବିତିଗଲା ପରେ ଭଗବାନ ବିଷ୍ଣୁ ମାତା ଲକ୍ଷ୍ମୀଙ୍କୁ ନେବା ପାଇଁ ଆସିଲେ ।

କିନ୍ତୁ ଚାଷୀ ମାତା ଲକ୍ଷ୍ମୀଙ୍କୁ ଛାଡିବା ପାଇଁ ମନା କରି ଦେଲେ । ସେତେବେଳେ ମାତା ଲକ୍ଷ୍ମୀ ଚାଷୀକୁ କହିଲେ କି ସେ କାର୍ତ୍ତିକ କୃ୍ଷ୍ଣ ପକ୍ଷ ର ତ୍ରୟୋଦଶୀ ତିଥି ଦିନ ତୁମେ ନିଜ ଘରେ ଏକ ଦୀପ ଜଳାଇ ମୋର ପୂଜା କରିବ । ପୂଜା କରିବା ସମୟରେ ଧନ ଦ୍ଵାରା ଭରପୁର ଏକ କଳସ ପୂଜା ସ୍ଥଳରେ ରଖିବ । ଏହି କଳସରେ ମୋର ବାସ ହେବ ଓ ମୁଁ ସର୍ବଦା ତୁମ ପାଖରେ ରହିବି । ମା’ ଲକ୍ଷ୍ମୀଙ୍କ କଥା ଅନୁସାରେ ଚାଷୀ ଜଣକ ସେହିପରି କଲା ଓ ତା’ର ଘର ସଦା ସର୍ବଦା ଧନରେ ପରିପୂର୍ଣ୍ଣ ହୋଇଗଲା ।