ପାଇଲଟ ଅଭିନନ୍ଦନଙ୍କୁ ପାକିସ୍ଥାନୀ ମେଜର କରିଥିଲେ ଏହି ସବୁ ପ୍ରଶ୍ନ, ବନ୍ଧୁ ହୋଇ ଜାଣିବାକୁ ଚାହିଁଥିଲେ ଭାରତର ମିସନ ବିଷୟରେ, କଣ କଣ ପଚାରିଥିଲେ ଦେଖନ୍ତୁ

ଜାମ୍ମୁ କାଶ୍ମିର ର ପୁଲବାମା ରେ CRPF ଙ୍କ ଉପରେ ହୋଇଥିବା ଆତଙ୍କି ଆକ୍ରମଣ ପରେ ପାକିସ୍ଥାନ ଠାରୁ ପ୍ରତିଶୋଧ ନେବା ପାଇଁ ଲୋକମାନେ କ୍ରୋଦ୍ଧରେ ଥିଲେ । ଯାହାର ପ୍ରତିଶୋଧ ଭାରତୀୟ ବାୟୁସେନା 26 ଫେବୃୟାରୀ କୁ ଭୋର 3.30 ରେ ପାକିସ୍ଥାନ ରେ ପଶି ଜୈସ ର ଆତଙ୍କି ଆଡ୍ଡା ଗୁଡିକୁ ଧ୍ଵଂସ କରି ନେଇଥିଲା । ଜଣାଇ ଦେଉଛୁ କି ପାକିସ୍ଥାନ ଉପରେ ହୋଇଥିବା ଏହି ଆକ୍ରମଣ ପରେ ପାକିସ୍ଥାନ ହଡବଡ ହୋଇ ଉଠିଥିଲା, ଯାହା ପରେ ଦ୍ଵିତୀୟ ଦିନ ତାର ନିଜର ଲଢେଇ ବିମାନକୁ ଭାରତ ରେ ଆକ୍ରମଣ କରିବା ପାଇଁ ପଠାଇଥିଲା ।

କିନ୍ତୁ ଭାରତୀୟ ବାୟୁସେନା ପାକିସ୍ଥାନ ର ବିମାନକୁ ତଡି ଦେଇଥିଲେ, ଓ ସେହି ସବୁରେ ଭାରତର ମିଗ-21 ବିମାନ କ୍ରାଶ ହୋଇ ପାକିସ୍ଥାନ ସୀମାରେ ଯାଇ ଗଳିଥିଲା । ଭାରତର ମିଗ୍-୨୧ ବିମାନ ନଷ୍ଟ ହେବା ପରେ ଯୁଦ୍ଧ ବିମାନରୁ ପାରାଚୁଟ ମାଧ୍ୟମରେ ଅବତରଣ କରିଥିଲେ ପାଇଲଟ । ହେଲେ ପାଇଲଟ ଅଭିନନ୍ଦନ ବର୍ଦ୍ଧମାନ ପାକିସ୍ତାନ ମାଟିରେ ପଡି ଯାଇଥିଲେ ।

ପାକ ସେନା ତୁରନ୍ତ ପାଇଲଟଙ୍କୁ କବଜାକୁ ନେଇଯାଇଥିଲା । ଶତ୍ରୁ ପକ୍ଷ ହାତରେ ଧରା ପଡିଥିଲେ ମଧ୍ୟ ଅସୀମ ଧୈର୍ଯ୍ୟ ଓ ସାହାସର ନିଦର୍ଶନ ଦେଖାଇଥିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ । ହଡବଡେଇ ଯାଇ ହତାଶ ହୋଇନଥିଲେ, ଶତ୍ରୁ ପକ୍ଷ ଆଗରେ ଜୀବନ ଭିକ୍ଷା କରିନଥିଲେ । ଭାରତୀୟ ଯବାନଙ୍କ ଟାଣ ପଣ ଓ ନିର୍ଭୀକତାର ବଡ ଉଦାହରଣ ଦେଖାଇଥିଲେ ଅଭିନନ୍ଦନ ।

ପାକିସ୍ଥାନୀ ମେଜରଙ୍କ ଅସଲ ଚେହେରା

ତାଙ୍କର ପ୍ରଶ୍ନ ପଚାଇବାର ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି । ଯେଉଁଥିରେ ମେଜର ଅଭିନନ୍ଦନ ବିନା କୌଣସି ଡରରେ ତାଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେଉଛନ୍ତି । ଏହି ଭିଡିଓ ରେ ଦେଖା ଯାଉଛି କି କେମିତି ପ୍ରଥମେ ମେଜର ତାଙ୍କ ସହିତ ବନ୍ଧୁ ଭଳି ବ୍ୟବହାର କରିଥିଲେ । ତାଙ୍କର ହାଲ-ଚାଲ ପଚାରି ବୁଝିଥିଲେ ଓ ସ୍ୱାସ୍ଥ୍ୟ ବିଷୟରେ ପଚାରିଥିଲେ ଓ କିଛି ସମୟ ପରେ ଅଭିନନ୍ଦନଙ୍କ ଠାରୁ ତାଙ୍କର ମିସନ ଓ ଗୁପ୍ତସୂଚନା ନେବାକୁ ଚାହିଁଥିଲେ । ଏହା ମେଜର ର ସେହି ରୂପ ଥିଲା ଯାହା ପାକିସ୍ଥାନର ପ୍ରକୃତ ରୂପ ଅଟେ । କିନ୍ତୁ ଅଭିନନ୍ଦନ ନିର୍ଭୟର ସହିତ ମେଜରଙ୍କ ପ୍ରଶ୍ନର ଉତ୍ତର ଦେବାକୁ ମନା କରି ଦେଇଥିଲେ ।

ମେଜର ଅଭିନନ୍ଦନଙ୍କୁ ପଚାରିଥିଲେ ଏହି 7ଟି ପ୍ରଶ୍ନ

ପ୍ରଶ୍ନ -1 ପାକ ମେଜର : ତୁମ ନାମ କଣ ?

ଉତ୍ତର – ଅଭିନନ୍ଦନ: ମୋର ନାମ ବିଙ୍ଗ କମାଣ୍ଡର ଅଭିନନ୍ଦନ ଅଟେ ।

ପ୍ରଶ୍ନ-2 ପାକ ମେଜର: ଆଶା କରୁଛି କି ତୁମ ସହିତ ଏଠାରେ ଭଲ ବ୍ୟବହାର କରାଯାଉଛି ।

ଉତ୍ତର- ଅଭିନନ୍ଦନ : ହଁ, ମୋ ସହିତ ଭଲ ବ୍ୟବହାର କରାଯାଉଛି । ମୋର ଏହି ବୟାନ ଭାରତ ଫେରିବା ପରେ ମଧ୍ୟ ବଦଳିବ ନାହିଁ । କ୍ୟାପଟେନ ମୋତେ ଭିଡରୁ ବଞ୍ଚାଇଲେ । ଆପଣ ସମସ୍ତେ ଭଲ ଲୋକ ଅଟନ୍ତି । ମୁଁ ଚାହୁଁଛି ଭାରତୀୟ ସେନା ବି ଏହି ପ୍ରକାର ବ୍ୟବହାର କରିବେ ।

ପ୍ରଶ୍ନ -3 ପାକ ମେଜର : କେଉଁଠାରେ ରୁହ ?

ଉତ୍ତର – ଅଭିନନ୍ଦନ: ମୁଁ ଏହା କହି ପାରିବି ନାହିଁ । ଦକ୍ଷିଣ ଭାରତରେ ଏକ ସ୍ଥାନରେ ରୁହେ ।

ପ୍ରଶ୍ନ -4 ପାକ ମେଜର : କଣ ତୁମେ ବାହା ହୋଇଛ ?

ଉତ୍ତର – ଅଭିନନ୍ଦନ: ହଁ, ମୁଁ ବାହା ହୋଇଛି ।

ପ୍ରଶ୍ନ -5 ପାକ ମେଜର : ଚା’ ପସନ୍ଦ ହେଲା ?

ଉତ୍ତର – ଅଭିନନ୍ଦନ: ବହୁତ ଭଲ ଥିଲା । ଥ୍ୟାଙ୍କ ୟୁ ।

ପ୍ରଶ୍ନ -6 ପାକ ମେଜର : କେଉଁ ବିମାନ ଉଡାଉଥିଲ ?

ଉତ୍ତର – ଅଭିନନ୍ଦନ: ସରି, ମୁଁ ଏହା ମଧ୍ୟ କହି ପାରିବି ନାହିଁ । କିନ୍ତୁ ବିମାନର ଭଗ୍ନାଶ ରୁ ଆପଣଙ୍କୁ ଜଣା ପଡିଥିବ ।

ପ୍ରଶ୍ନ -7 ପାକ ମେଜର : ତୁମର ମିସନ କଣ ଥିଲା ?

ଉତ୍ତର – ଅଭିନନ୍ଦନ: ସରି ମେଜର, ମୁଁ ଏହା ମଧ୍ୟ କହି ପାରିବି ନାହିଁ ।

ଜଣାଇ ଦେଉଛୁ କି ଜିନେବା ସନ୍ଧି ଅନୁସାରେ ଯୁଦ୍ଧବନ୍ଦିଙ୍କୁ କୌଣସି ପ୍ରକାରର କ୍ଷତି ପହଞ୍ଚାଇ ଯାଇପାରିବ ନାହିଁ ଓ ତାଙ୍କୁ ଏକ ନିର୍ଦ୍ଧିଷ୍ଟ ସମୟ ଭିତରେ ତାଙ୍କ ଦେଶକୁ ପଠାଇବାର ନିୟମ ଅଛି । ଯାହା ପରେ ପାକିସ୍ଥାନର ବିଦେଶ ମନ୍ତ୍ରୀ ଶାହ ମହମୁଦ କୁରେଶୀଙ୍କର ବୟାନ ବି ସାମ୍ନାକୁ ଆସିଛି ଯେଉଁଥିରେ ସେ କହିଲେ କି ସେ ପାଇଲଟଙ୍କୁ ମୁକୁଳାଇ ଭାରତ ପଠାଇବାକୁ ପ୍ରସ୍ତୁତ ଅଛନ୍ତି । ଖବର ଅନୁସାରେ ମେଜର ଅଭିନନ୍ଦନ ଆଜି ଦିନ 12ଟା – 1 ଟା ମଧ୍ୟରେ ଇଣ୍ଡିଆକୁ ଫେରିବେ ।

ପୋଷ୍ଟଟିକୁ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।