ଚର୍ଚାରେ ଅଛନ୍ତି ବାଘା ବର୍ଡର ପର୍ଯ୍ୟନ୍ତ ‘ଅଭିନନ୍ଦନ’ଙ୍କ ସହିତ ଆସିଥିବା ଏହି ମହିଳା ଜଣକ, ଜାଣନ୍ତୁ କିଏ ସେ ?

ୱିଙ୍ଗ କମାଣ୍ଡର ଅଭିନନ୍ଦନ ନିଜ ଦେଶକୁ ଫେରିବା ଦ୍ଵାରା ସମସ୍ତେ ଖୁସି ଅଛନ୍ତି । ତାଙ୍କୁ ଦେଖିବା ପାଇଁ ଲୋକମାନେ ବାଘା ବର୍ଡରରେ ସକାଳୁ ଛିଡା ହୋଇଥିଲେ ଏବଂ ଯେମିତି ହିଁ ସେ ଆସିଲେ, ସମସ୍ତେ ଖୁସିରେ ନାଚିଲେ । ଅଭିନନ୍ଦନଙ୍କୁ ପାକିସ୍ତାନ ୬୦ ଘଣ୍ଟା ପରେ ଶୁକ୍ରବାର ଦିନ ରାତି ୯ ଟା ବାଜି ୧୦ ମିନିଟରେ ଅଟାରୀ ବର୍ଡରରେ ଛାଡି ଦେଇଥିଲେ ଏବଂ ପୁଣି ଯାଇ ୯ ଟା ବାଜି ୨୧ ମିନିଟରେ ଅଭିନନ୍ଦନ ଭାରତ ମାଟି ଉପରେ ଗୋଡ ରଖିଲେ । ଯାହାକି ଏକ ଐତିହାସିକ ସମୟ ଅଟେ ।

ଅଭିନନ୍ଦନ ଯେତେବେଳେ ସୀମା ପାର କରୁଥିଲେ ସେତେବେଳେ ତାଙ୍କ ସହିତ ଜଣେ ମହିଳା ଦେଖା ଦେଇଥିଲେ ଏବଂ କିଛି ପାକିସ୍ତାନୀ ଅଫିସର ବି ଥିଲେ । ଅଭିନନ୍ଦନଙ୍କ ସହିତ ଆସିଥିବା ଏହି ମହିଳାକୁ ଦେଖି ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠୁଛି କି ଏହି ମହିଳା ଜଣକ କିଏ ? ଅଭିନନ୍ଦନ ଯେତେବେଳ ବର୍ଡର ପାର କରୁଥିଲେ, ସେତେବେଳେ ପାକିସ୍ତାନ ବହୁତ ପ୍ରଚାର କରୁଥିଲା, ଯାହା ପାଇଁ ସେ ଇଣ୍ଟରନ୍ୟାସନାଲ ମିଡିୟାକୁ ବି ନିମନ୍ତ୍ରଣ ଦେଇଥିଲେ ।

କିନ୍ତୁ ଭାରତ ତରଫରୁ ଅଭିନନ୍ଦନଙ୍କର ଫଟୋ ଉଠାଇବା ପାଇଁ ମନା ହୋଇଥିଲା ଏବଂ ମିଡିୟାକୁ ୧ କିଲୋମିଟର ଦୂରରେ ହିଁ ଅଟକାଇ ଦିଆ ଯାଇଥିଲା ।

କିଏ ଅଟନ୍ତି ଏହି ମହିଳା ?

ଅଭିନନ୍ଦନଙ୍କ ସହିତ ବର୍ଡର ପର୍ଯ୍ୟନ୍ତ ଆସିଥିବା ଏହି ମହିଳାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । କେତେଜଣ କହୁଛନ୍ତି କି ଏହି ମହିଳା ଜଣକ ଅଭିନନ୍ଦନଙ୍କର ପତ୍ନୀ ଅଟନ୍ତି । କିନ୍ତୁ ଏମିତି କିଛି ନୁହେଁ । କହିବାକୁ ଗଲେ ଏହି ମହିଳା ପାକିସ୍ତାନର ବିଦେଶ କାର୍ଯ୍ୟଲୟରେ ନିର୍ଦେଶକ ଡା. ଫରିହା ବୁଗତୀ ଅଟନ୍ତି । ଡା. ଫରିହା ବୁଗତୀ ପାକିସ୍ତାନରେ ଭାରତର ମାମଲାକୁ ସମ୍ଭାଳିବାରେ ପ୍ରଭାରି ଅଟନ୍ତି ଏବଂ ସେଥିପାଇଁ ସେ ଅଭିନନ୍ଦନଙ୍କ ସହ ଆସିଥିଲେ ।

କୁଲଭୂଷଣ ମାମଲାରେ ବି ଅଟନ୍ତି ମୁଖ୍ୟ ଅଧିକାରୀ

ପାକିସ୍ତାନର ବନ୍ଦୀ ଥିବା ଭାରତୀୟ ନାଗରିକ କୁଲଭୂଷଣର ମାମଲାରେ ବି ମୁଖ୍ୟ ଅଧିକାରୀ ରୂପରେ ବି ଡା. ଫରିହା ବୁଗତୀ ଅଛନ୍ତି । ଗତ ବର୍ଷ ଡା. ଫରିହା ବୁଗତୀ କୁଲଭୂଷଣଙ୍କର ପରିବାରଙ୍କ ସହିତ ବି ଦେଖା ଯାଇଥିଲା । ବର୍ତ୍ତମାନ ପୁଣି ଥରେ ସେ ଚର୍ଚାରେ ଆସି ଯାଇଛନ୍ତି ।

ପାକିସ୍ତାନ ଡେରିରେ ଦେଲେ ଭାରତକୁ ଅଭିନନ୍ଦନ

ପାକିସ୍ତାନ ଅଭିନନ୍ଦନକୁ ଭାରତକୁ ଦେବା ପାଇଁ ଡେରି ଉପରେ ଡେରି କରୁଥିଲେ । ଏଥିରେ ପାକିସ୍ତାନର ବିଷୟରେ ଜଣା ପଡୁଥିଲା । ପାକିସ୍ତାନ ତରଫରୁ ଅଭିନନ୍ଦନଙ୍କୁ ରିହାଇରେ ଡେରିର କାରଣ ମେଡିକାଲ ଚେକଅପ ବୋଲି କୁହାଯାଇଛି, କିନ୍ତୁ ତାଙ୍କର ପୋଲ ସେତେବେଳ ଖୋଲିଲା ଯେତେବେଳ ଅଭିନନ୍ଦନ ନିଜ ଦେଶକୁ ଫେରିବାର କିଛି ସମୟ ପୂର୍ବରୁ ହିଁ ପାକିସ୍ତାନ ମିଡିୟା ଏକ ଭିଡିଓ ଭାଇରଲ କରିଥିଲେ, ଯାହାକି ପ୍ରଚାର ପାଇଁ କରା ଯାଇଥିଲା ।

ଆଗକୁ ଅପଡେଟ ପାଇଁ ପେଜକୁ ଲାଇକ କରନ୍ତୁ ।