NASA ଦେଲା ଭୟଙ୍କର ତଥ୍ୟ ! ଏହି ମସିହା ବେଳକୁ ଓଡ଼ିଶାର ପାରାଦୀପକୁ ଗିଳି ଦେଇଥିବ ସମୁଦ୍ର

ସମୁଦ୍ର ଗର୍ଭରେ ଲୀନ ହେବାକୁ ଯାଉଛି ଏହି ୧୨ଟି ସହର ଓ ଏହି ୧୨ଟି ଯାକ ସହର ରହିଛି ଆମ ଦେଶ ଭାରତ ମଧ୍ୟରେ । ଭାରତର ଏହି ୧୨ଟି ସହର ଉପରେ ଏବେ ମାଡି ଆସୁଛି ବିପଦ । ଏପରି ଏକ ଚେତାବନୀ ନେଇ ଆସିଛି ନାସାର ଜଳବାୟୁ ପରିବର୍ତ୍ତନ ବିଭାଗ ।

ଆଉ ମାତ୍ର ଅଣାଅଶୀ ବର୍ଷ ତଥା ୨୧୦୦ ମସିହା ବେଳକୁ ଦେଖା ଦେବ ଏହି ବିପଦ। ଭାରତର ତିନୋଟି ସହର, ସମୁଦ୍ରର ତିନି ଫୁଟ ପାଣି ତଳେ ରହି ଯିବାର ସମ୍ଭାବନା ଅଛି । ନାସାର ସି ଲେବଲ ପ୍ରୋଜେକସନ ଟୁର ମାଧ୍ୟମରେ ଜଳବାୟୁ ପରିବର୍ତ୍ତନ ଗବେଷଣା ନେଇ ଆସିଛି ଏଭଳି ଏକ ଚାଞ୍ଚଲ୍ୟକର ତଥ୍ୟ । ଜାତିସଙ୍ଘ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ କମିଟି ମଧ୍ୟ ଏଭଳି ଆକଳନ କରିଛନ୍ତି ।

ଯେଉଁ ୧୨ ଗୋଟି ସହର ବୁଡିଯିବା ନେଇ ତଥ୍ୟ ପ୍ରକାଶ ପାଇଛି ସେଗୁଡିକ ମଧ୍ୟରେ ରହିଛି ଧାମନଗର, କୋଚି, ବେଙ୍ଗାଲୁର, ଚେନ୍ନାଇ, ବିଶାଖାପାଟନା ଓ ମୁମ୍ବାଇ ଆଦି ମୁଖ୍ୟ ସହର ରହିଛି । ଆଉ ଏହା ମଧ୍ୟରେ ଆମ ଓଡିଶାର ଗୋଟିଏ ସହର ମଧ୍ୟ ସାମିଲ ଅଛି । ତାହା ହେଉଛି ପାରାଦ୍ଵୀପ । ପାରାଦ୍ଵୀପରେ ଏକ ଦଶମିକ ନଅ ତିନି ଫୁଟ ପର୍ଯ୍ୟନ୍ତ ଜଳ ସ୍ତର ବୃଦ୍ଧି ପାଇବା ବୋଲି ଆଶଙ୍କା ରହିଛି । ଅଧିକ ବିପଦ ଥିବା ସହର ମଧ୍ୟରେ ରହିଛି ପାରାଦ୍ଵୀପ ।

ପାରାଦ୍ଵୀପରେ ରହିଛି ବହୁତ ଅଧିକ ବିପଦ ଏବଂ ଗବେଷକଙ୍କ ତଥ୍ୟ ଅନୁସାରେ ତାପମାତ୍ରା ଏତେ ବୃଦ୍ଧି ପାଇବ ଯେ ମଣିଷ ଏବଂ ଜୀବ ଜଗତ ବଞ୍ଚିବା କଷ୍ଟକର ହୋଇ ପଡିବ । ୨୧୦୦ ବା ଏକୋଇଶ ମସିହା ବେଳକୁ ପୃଥିବୀର ହାରାହାରି ତାପମାତ୍ରା ଦୁଇ ଡିଗ୍ରୀ ବୃଦ୍ଧି ପାଇବ । ୧୮୫୦ ରୁ ୧୯୦୦ ମସିହା ମଧ୍ୟରେ ପୃଥିବୀର ତାପମାତ୍ରା ଏକ ଦଶମିକ ଏକ ଡିଗ୍ରୀ ବୃଦ୍ଧି ପାଇବା ବେଳେ ୨୦୪୦ ବେଳକୁ ଏହା ଆହୁରି ଏକ ଦଶମିକ ୫ ପ୍ରତିଶତ ବଢିଯିବ ।

ଫଳରେ ଅସମୟରେ ପାଣିପାଗରେ ପରିବର୍ତ୍ତନ ଲକ୍ଷ କରାଯିବ । ଅତ୍ୟଧିକ ତାପମାତ୍ରା ଯୋଗୁଁ ବରଫ ସବୁ ତରଲି ଯାଇ ଅନେକ ପ୍ରକାର ବିପର୍ଯ୍ୟୟ ସୃଷ୍ଟି କରିବ । ଆଗକୁ ଏହି ସବୁ ଘଟିବାର ଆଶଙ୍କା ରହିଛି ଏବଂ ଏହି ସବୁର ପ୍ରତିଫଳନ ମଧ୍ୟ ଆମେ ଏବେ ଠାରୁ ଦେଖିବାକୁ ପାଉଛୁ । ଏହି ଆକଳନ ଉପରେ ଆପଣଙ୍କର କଣ ମତ ରହିଛି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।