ଆଉ ଫାଙ୍କି ପାରିବେନି Sumit, ତପସ୍ଵିନୀଙ୍କୁ ଭରଣପୋଷଣ ଦେବା ବାବଦରେ ହାଇକୋର୍ଟ ଦେଲେ କିଛି ଏଭଳି ରାୟ

ତପସ୍ଵିନୀଙ୍କୁ ଏଥର ପ୍ରତି ମାସ ୧୭ ହଜାର ଟଙ୍କା ଦେବେ ସୁମିତ । ତଳକୋର୍ଟଙ୍କ ରାୟ କାଏମ ରଖିଛନ୍ତି ହାଇକୋର୍ଟ । ତପସ୍ଵିନୀଙ୍କ ଭରଣପୋଷଣ ବାବଦକୁ ପ୍ରତି ମାସ ୧୦ ତାରିଖ ସୁଦ୍ଧା ତପସ୍ଵିନୀଙ୍କୁ ଦେବାକୁ ହେବ ୧୭ ହଜାର ଟଙ୍କା । ବ୍ରହ୍ମପୁରର ଚର୍ଚ୍ଚିତ ଦମ୍ପତ୍ତି ସୁମିତ ଏବଂ ତପସ୍ଵିନୀ ବିବାଦ ମାମଲାରେ ହାଇକୋର୍ଟରୁ ତପସ୍ଵିନୀଙ୍କୁ ମିଳିଛି ବଡ ଆଶ୍ଵସ୍ତି । ତଳକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିବା ସୁମିତ ସାହୁଙ୍କୁ ହାଇକୋର୍ଟରୁ ନିରାଶ ହେବାକୁ ପଡିଛି ।

ଭରଣପୋଷଣ ବାବଦକୁ ଟଙ୍କା ଦେବା ନେଇ ତଳକୋର୍ଟଙ୍କ ରାୟକୁ ହାଇକୋର୍ଟ କାଏମ ରଖିଥିବା ବେଳେ ପ୍ରତି ମାସ ୧୦ ତାରିଖ ସୁଦ୍ଧା ଏହି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ପୂର୍ବରୁ ତଳକୋର୍ଟ ତପସ୍ଵିନୀଙ୍କୁ ଭରଣପୋଷଣ ବାବଦକୁ ତାଙ୍କ ଦେବା ପାଇଁ କହିଥିଲେ । କିନ୍ତୁ କେଉଁ ବାବଦରେ ତଳକୋର୍ଟ ତପସ୍ଵିନୀଙ୍କୁ ଟଙ୍କା ଦେବା ପାଇଁ କହିଲେ ବୋଲି ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ସୁମିତ । ଏମିତିକି ବିବାହ ବିଚ୍ଛେଦ ନେଇ ମାମଲା ଚାଲିଥିବା କଥା ମଧ୍ୟ କହିଥିଲେ ସୁମିତ ସାହୁ ।

କିନ୍ତୁ ଏହିସବୁ ଭିତରେ ତଳକୋର୍ଟଙ୍କ ନିଷ୍ପତ୍ତିକୁ କାଏମ ରଖିଛନ୍ତି ହାଇକୋର୍ଟ । ତେବେ ଆସନ୍ତା ଫେବୃୟାରୀ ୧୫ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି । ସୁମିତ କେଉଁ ଆଧାରରେ ମାମଲା କରିଥିଲେ ତାହାର ଏକ କପି ପାଇବା ପାଇଁ ତପସ୍ଵିନୀଙ୍କ ଓକିଲ ହାଇକୋର୍ଟଙ୍କୁ ଅପିଲ କରିଥିଲେ । ମାନନୀୟ କୋର୍ଟ ଏହାକୁ ଗ୍ରହଣ କରି ତାଙ୍କୁ ଏହାର କପି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତଳକୋର୍ଟ କୋର୍ଟ ଯାହା ନିର୍ଦ୍ଦେଶ ଦେଇଥିଲେ କି ସୁମିତ ତପସ୍ଵିନୀଙ୍କୁ ୧୭ ହଜାର ଟଙ୍କା ଦେବେ ଏହାକୁ ଅବମାନନା କରିଛନ୍ତି ସୁମିତ । ଏନେଇ ତପସ୍ଵିନୀଙ୍କ ପକ୍ଷରୁ ମଧ୍ୟ ଏକ ପିଟିସନ ଫାଇଲ କରାଯାଇଥିଲା । ସୁମିତ ମାସକୁ ପ୍ରାୟ ୭୦ ରୁ ୮୦ ହଜାର ଟଙ୍କା ରୋଜଗାର କରୁଛନ୍ତି ଓ ଏହାସହ ତାଙ୍କର ଅନ୍ୟ ପ୍ରାଇଭେଟ ପ୍ରାକ୍ଟିସ ମଧ୍ୟ ରହିଛି । ତେଣୁ ତପସ୍ଵିନୀଙ୍କୁ ୧୭ ହଜାର ଟଙ୍କା ଦେବା ସୁମିତଙ୍କ ପାଇଁ ବହୁତ କମ୍ ଏବଂ ସେ ସହଜରେ ଏହା ଦେଇପାରିବେ ବୋଲି ତପସ୍ଵିନୀଙ୍କ ଓକିଲ କହିଛନ୍ତି ।

ତେଣୁ ଏହି ମାମଲାରେ ଏହି ମାସିକ ଭରଣପୋଷଣ ଟଙ୍କାକୁ ବଢାଯାଉ ବୋଲି ପ୍ରୟାସ କରିବେ ତପସ୍ଵିନୀଙ୍କ ଓକିଲ । କାରଣ ତପସ୍ଵିନୀ ମଧ୍ୟ ଯେପରି ଜଣେ ଡାକ୍ତରଙ୍କ ସ୍ତ୍ରୀ ଭାବେ ସମାନ ଷ୍ଟାଟସରେ ରହିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।