Breaking News: ଏହି ଜାଗାରେ ବଢିଲା ଆଉ 2 ସପ୍ତାହ ପାଇଁ ବଢିଲା ଲକଡାଉନ, ମାନିବାକୁ ହେବ ଏହି ସବୁ ନିୟମ

ନମସ୍କାର ବନ୍ଧୁଗଣ । କୋରୋନା ମହାମାରୀ ଯୋଗୁ ପୁରା ରାଜ୍ୟରେ ଲକ ଡାଉନ ଜାରି ରହିଛି । ଏଥିପାଇଁ ଅନେକ ସାଧାରଣ ଜନତା ମାନଙ୍କ ଠାରୁ ଆରମ୍ଭ କରି ବ୍ୟବସାୟ କରୁଥିବା ଲୋକ ମାନେ ମଧ୍ୟ ଅନେକ ସମସ୍ୟାର ସମୁଖୀନ ହେଉଛନ୍ତି ।

କିନ୍ତୁ ବର୍ତ୍ତମାନ ଏକ ନୂଆ ଖବର ଆସି ପହଞ୍ଚିଛି । ଖବର ଅନୁସାରେ ପଶ୍ଚିମ ବଙ୍ଗରେ କୋରୋନା ସଂକ୍ରମଣ ଅଧିକ ବଢୁଥିବାରୁ ସେଠିକାର ସରକାର ମମତା ବାନାର୍ଜୀ ଲକ ଡାଉନକୁ ଆଉ ଦୁଇ ସପ୍ତାହ ବଢାଇ ଦେଇଛନ୍ତି । ଏହି ଲକ ଡାଉନ ଜୁଲାଇ ମାସ ୧ ତାରିଖ ଯାଏଁ ବଢାଇ ଦିଆ ଯାଇଛି । ଏଥିପାଇଁ କିଛି ନୂଆ ନିୟମ ଲାଗୁ କରା ଯାଇଛି ଯାହାକୁ ୪ ଭାଗରେ ବଣ୍ଟା ଯାଇଛି । ଅନେକ କ୍ଷେତ୍ରରେ କଟକଣା କୋହଳ କରା ଯାଇଛି । ଦୋକାନ ବଜାର ଖୋଲା ଯିବାର ଘୋଷଣା କରା ଯାଇଛି ।

ଏହା ସହ ଯେଉଁ ମାନେ କମ୍ପାନୀରେ ଅଛନ୍ତି ସେମାନେ ୫୦% କର୍ମଚାରୀ ମାନଙ୍କୁ ନେଇ କାମ କରି ପାରିବେ । ଯେଉଁମାନେ କାମରେ ନିଯୁକ୍ତି ଥିବେ ସେମାନେ କୋରୋନା ଟୀକା ନେଇଥିବା ନିହାତି ଜରୁରୀ ହୋଇଥିବ । ଏହା ସହ ବାର ଓ ରେଷ୍ଟୁରାଣ୍ଟ ଓ ହୋଟେଲ ମଧ୍ୟ ଦିନ ୧୨ଟାରୁ ସନ୍ଧ୍ୟା ୮ତା ଯାଏଁ ଖୋଲାଯିବ ବୋଲି କୁହା ଯାଇଛି ।

ଜୁନ ୧୬ରୁ ସରକାରୀ ଅଫିସ ୨୫% କର୍ମଚାରୀଙ୍କୁ ନେଇ ଖୋଲାଯିବ । ଘରୋଇ ଅଫିସ ଗୁଡ଼ିକ ଦିନ ୧୦ଟାରୁ ୪ଟା ଯାଏଁ ୨୫% ଲୋକଙ୍କ ମଧ୍ୟରେ ଖୋଲା ରହିବ । ରାଜ୍ୟରେ ରାତି ୯ଟାରୁ ସକାଳ ୬ଟା ଯାଏଁ ନାଇଟ କରଫୁ ବଳବତ୍ତର ରହିବ । ଲୋକାଲ ଟ୍ରେନ ଓ ବସ ଆଦି ଗଣ ପରିଷେବା ବନ୍ଦ କରା ଯାଇଛି ।

ସକଳ ୭ଟାରୁ ଦିନ ୧୧ଟା ଯାଏଁ ସାଧାରଣ ଦୋକାନ ବଜାର ଖୋଲା ରହିବ ବୋଲି ଘୋଷଣା କରା ଯାଇଛି । ସକାଳ ୮ଟାରୁ ସନ୍ଧ୍ୟା ୭ଟା ଯାଏଁ ସପିଙ୍ଗ ମଲ ୨୫% କର୍ମଚାରୀ ମାନଙ୍କୁ ନେଇ ଖୋଲା ରହିବ ।

ଏହି ସବୁକୁ କିଭଳି ଭାବେ ନିୟନ୍ତ୍ରଣ କରାଯାଇ ପାରିବ ତାହାକୁ ନେଇ ଏକ କମିଟି ଗଠନ କରା ଯାଇଛି । ସପିଙ୍ଗ ମଲରେ ୩୦% ଗ୍ରାହକ ମାନଙ୍କୁ ନେଇ କାର୍ଯ୍ୟକାରୀ ହେବ । କୌଣସି କର୍ମଚାରୀ କୋରୋନା ଟୀକା ନ ନେଇଥିଲେ ସେମାନଙ୍କୁ କୌଣସି କ୍ଷେତ୍ରରେ ପ୍ରବେଶ କରାଯିବ ନିଷେଧ କରା ଯାଇଛି ।

ପଶ୍ଚିମବଙ୍ଗରେ ଏହି ନୂଆ କଟକଣା କୋହଳ କରାଯାଇ ଥିବାରୁ ହୁଏ ତ ଅନେକ ଲୋକ ମାନେ ଆଶ୍ଵସ୍ତି ପାଇବେ । ତେଣୁ ପ୍ରତେକ ବ୍ୟକ୍ତି ଏହି ନୂଆ ନିୟମକୁ ମାନିବା ଉଚିତ । ଏହି ନୂଆ ନିୟମ ପଶ୍ଚିମବଙ୍ଗର ଆର୍ଥିକ ଓ ସାମାଜିକ ପରିସ୍ଥିତିକୁ ଆଖି ଆଗରେ ରଖି ନିଷ୍ପତି ନିଆ ଯାଇଛି ।

ତେବେ ଫ୍ରେଣ୍ଡ୍ସ ଏଥିରେ ଆପଣଙ୍କ ମତ କଣ ଆମ ରାଜ୍ୟରେ କଣ ଲକଡାଉନ ବଢାଯିବା ଉଛି କି ନୁହେଁ କମେନ୍ଟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ