IAS Interview Question : “ଜଣେ ବ୍ୟକ୍ତି ଆଠ ଦିନ ପର୍ଯ୍ୟନ୍ତ ନ ଶୋଇ କିପରି ରହି ପାରିବ ?” ଆପଣ ଜାଣିଛନ୍ତି କି ଏହାର ଉତ୍ତର ?

ପାଠ ପଢି ଜଣେ ବଡ ଅଧିକାରୀ ହେବାକୁ ପ୍ରତ୍ଯେକ ବ୍ୟକ୍ତି ଇଚ୍ଛା ରଖିଥାଏ । ସାରା ଦେଶରେ ପ୍ରତି ବାସର ଲକ୍ଷ ଲକ୍ଷ ପିଲା ପ୍ରତିଯୋଗୀତା ପରୀକ୍ଷା ଗୁଡିକ ପାଇଁ ପ୍ରସ୍ତୁତି କରିଥାନ୍ତି । ପ୍ରତ୍ଯେକ ପରୀକ୍ଷାରେ ଭାରତ ଓ ବିଶ୍ଵ ଇତିହାସ ସହ ଜଡିତ ଅନେକ ପ୍ରଶ୍ନ ପଚରା ଯାଏ ।

ଅନେକ ସମୟରେ ସେହି ପ୍ରଶ୍ନ ଗୁଡିକର ଉତ୍ତର ଦେବା ମୁସ୍କିଲ ହୋଇଥାଏ । ପ୍ରତ୍ଯେକ ବର୍ଷ ଲକ୍ଷ ଲକ୍ଷ ପିଲା ପ୍ରୟାସ କରନ୍ତି କିନ୍ତୁ ସେମାନଙ୍କୁ ମଧ୍ୟରୁ ବହୁତ କମ ପିଲା ହିଁ ସଫଳତା ପାଇଥାନ୍ତି । ଆଜି ଆମେ ଆପଣଙ୍କୁ ଆଇଏଏସ ସାକ୍ଷାତକାରରେ ପଚରା ଯାଉଥିବା କିଛି ପ୍ରଶ୍ନର ଉତ୍ତର ଦେବାକୁ ଯାଉଛୁ । ଯଦି କେଉଁ ଇଣ୍ଟରଭ୍ୟୁରେ ଆପଣଙ୍କୁ ଏପରି ପ୍ରଶ୍ନ ପଚରା ଯାଏ ତେବେ ଆପଣ ସହଜରେ ତାହାର ଉତ୍ତର ଦେଇ ପାରିବେ ।

ପ୍ରଶ୍ନ: ଭାରତରେ ପାକିସ୍ଥାନ ନାମକ ସ୍ଥାନ କେଉଁଠାରେ ରହିଛି ?

ଉତ୍ତର: “ପଞ୍ଜାବ”ରେ ପାକିସ୍ଥାନ ନାମକ ଏକ ସ୍ଥାନ ଅଛି ।

ପ୍ରଶ୍ନ: ସୂର୍ଯ୍ୟଙ୍କ କିରଣରେ କେତୋଟି ରଙ୍ଗ ରହିଛି ?

ଉତ୍ତର: ସୂର୍ଯ୍ୟଙ୍କ କିରଣରେ ୭ଟି ରଙ୍ଗ ରହିଛି ।

ପ୍ରଶ୍ନ: ଗନ୍ଧର୍ବ ବିବାହ କଣ ଅଟେ ?

ଉତ୍ତର: ପ୍ରାଚୀନ ଭାରତୀୟ ସ୍ମୃତିକର ମାନେ ଯେଉଁ ଆଠ ପ୍ରକାର ବିବାହ ମାନ୍ୟ କରିଥିଲେ, ସେଥି ମାଧୟରୁ ଗନ୍ଧର୍ବ ବିବାହ ଅନ୍ଯତମ । ଏହି ବିବାହରେ ବର ଓ କନ୍ୟାଙ୍କୁ ବିବାହ ନିମନ୍ତେ ତାଙ୍କ ଅଭିଭାବକଙ୍କ ଠାରୁ ଅନୁମତି ନେବା ଆବଶ୍ୟକ ହୋଇ ନ ଥାଏ । ଯଦି ପୁଅ ଝିଅ ରାଜି ଅଛନ୍ତି ତେବେ ଯେକୌଣସି କ୍ଷେତ୍ରୀୟଙ୍କ ଘରୁ ଆଣିଥିବା ଅଗ୍ନିରେ ଯଜ୍ଞ କରି ପରସ୍ପର ଗଠବନ୍ଧନ ସହ ଯଜ୍ଞ କୁଣ୍ଡର ମାତ୍ର ୩ ଟି ଫେରା ଲଗାଇବା ମାତ୍ରେ ଏହି ବିବାହ ସମ୍ପନ୍ନ ହୋଇ ଯାଉଥିଲା । ଆପଣ ଏହାକୁ ପ୍ରେମ ବିବାହ ମଧ୍ୟ କହି ପାରିବେ ।

ପ୍ରଶ୍ନ: ଭାରତ ବ୍ଯତୀତ ଆଉ କେଉଁ ଦେଶର ରାଷ୍ଟ୍ରୀୟ ଫୁଲ ପଦ୍ମ ଅଟେ ?

ଉତ୍ତର: ଭାରତ ବ୍ଯତୀତ ଭିଏତନାମର ରାଷ୍ଟ୍ରୀୟ ଫୁଲ ମଧ୍ୟ ପଦ୍ମ ଅଟେ ।

ପ୍ରଶ୍ନ: ଆକବରଙ୍କ ନବରତ୍ନଙ୍କ ନାମ କଣ ?

ଉତ୍ତର: ୧- ରାଜା ବୀରବଲ, ୨- ମିୟା ତାନସେନ, ୩- ଅବୁଲ ଫଜଲ, ୪- ରାଜା ମାନସିଂହ, ୫- ରାଜା ତୋଡରମଲ, ୬- ମୂଲ୍ଲା ଦୋ ପ୍ୟାଜା, ୭- ଫକିର ଅଯୁଦ୍ଦିନ, ୮- ଅବଦୁଲ ରହୀମ ଖାନ-ଏ-ଖାନା, ୯- ଫକିର ଅଜିୟୋଦ୍ଦିନ ।

ପ୍ରଶ୍ନ: କେଉଁ ଦେଶରେ ପ୍ରତ୍ଯେକ ବର୍ଷ ରାଷ୍ଟ୍ରପତି ଚୟନ କରାଯାଏ ?

ଉତ୍ତର: ସ୍ଵିଜରଲ୍ୟାଣ୍ଡ

ପ୍ରଶ୍ନ: ଭଗବାନ ଶ୍ରୀରାମଙ୍କ ଭଉଣୀଙ୍କ ନାମ କଣ ଥିଲା ?

ଉତ୍ତର: ଶାନ୍ତି ଦେବୀ । ସେ ଭାଗବାନ ଶ୍ରୀରାମଙ୍କ ବଡ ଭଉଣୀ ତଥା ମହାରାଜା ଦଶରଥ ଓ ରାଣୀ କୌଶଲ୍ୟାଙ୍କ ପୁତ୍ରୀ ଥିଲେ ।

ପ୍ରଶ୍ନ: ଭିଟାମିନର ଆବିଷ୍କାର କିଏ କରିଥିଲେ ?

ଉତ୍ତର: Casimir Funk ଫଳ ଓ ପରିବରେ ଭିଟାମିନର ଆବିଷ୍କାର କରିଥିଲେ ।

ପ୍ରଶ୍ନ: ଆକବର ବାଦଶାହା ନୱାଜ ପଢିବାକୁ ଜାମା ମସଜିଦର ପୂର୍ବ ଦ୍ଵାର ପଟେ ଯାଇ କେଉଁ ଦ୍ଵାର ପଟେ ବାହାରୁ ଥିଲେ?

ଉତ୍ତର: ଆକବରଙ୍କ ସମୟରେ ଜାମା ମସଜିଦ ନ ଥିଲା ।

ପ୍ରଶ୍ନ: କେଉଁ ଦେଶର ରାଷ୍ଟ୍ରୀୟ ଧ୍ଵଜା ସିଧା ହେଉ ବା ବଙ୍କା ଏକ ସମାନ ରହିଥାଏ ?

ଉତ୍ତର: ଜାପାନ

ପ୍ରଶ୍ନ: ଭାରତର କେଉଁ ପ୍ରଧାନ ମନ୍ତ୍ରୀ କୁଆଁର ଥିଲେ ?

ଉତ୍ତର: ଅଟଳ ବିହାରୀ ବାଜପେୟୀ

ପ୍ରଶ୍ନ: ଜଣେ ବ୍ୟକ୍ତି ଆଠ ଦିନ ପର୍ଯ୍ୟନ୍ତ ନ ଶୋଇ କିପରି ରହିପାରେ ?

ଉତ୍ତର: ସେ ରାତିରେ ଶୋଇଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।