ଆଦି ଶଙ୍କରାଚାର୍ଯ୍ୟ କିଏ ଏବଂ ହିନ୍ଦୁ ଧର୍ମ ବା ସନାତନ ସଂସ୍କୃତିରେ ଶଙ୍କରାଚାର୍ଯ୍ୟଙ୍କ ମହତ୍ତ୍ୱ କ’ଣ ରହିଛି ?

ବନ୍ଧୁଗଣ ଜାନୁଆରୀ 22ରେ ଅଯୋଧ୍ୟାରେ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା ଉଶ୍ଚବ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଜୋରସୋରର ଚାଲିଛି ପ୍ରସ୍ତୁତି । ଏହି ସମାରୋହରେ ଯୋଗ ଦେବା ପାଇଁ ଦେଶର ନାମିଦାମି ଲୋକଙ୍କ ଠାରୁ ଆରମ୍ଭ କରି ସାଧୁ ସନ୍ଥଙ୍କୁ ନିମନ୍ତ୍ରଣ କରାଯାଇଛି । ବର୍ତ୍ତମାନ ଗୋଟେ କଥାକୁ ନେଇ ଚର୍ଚ୍ଚା ହେଉଛି ଯେ ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହେବେନି ବୋଲି ନିସ୍ପତି ନେଇଛନ୍ତି 4 ଜଣ ଶଙ୍କରାଚାର୍ଜ୍ୟ ।

ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଭୁଲ ରୀତିନୀତିରେ ହେଉଥିବାରୁ ଶଙ୍କରାଚାର୍ଜ୍ୟ ମାନେ ଅଯୋଧ୍ୟା ଯାଉ ନ ଥିବା ଦର୍ଶାଇଛନ୍ତି । ଆଜି ଆମେ ଜାଣିବା ଶଙ୍କରାଚାର୍ଜ୍ୟ କିଏ ଓ ଏମାଙ୍କର ହିନ୍ଦୁ ଧର୍ମ ସହ କଣ ମହତ୍ଵ ରହିଛି । ଏହି 4 ଜଣ ଶଙ୍କରାଚାର୍ଜ୍ୟ ହେଉଛନ୍ତି ଦେଶର 4ଟି ପ୍ରମୁଖ ମଠର ମଠାଧିଶ । ଉତ୍ତରଖଣ୍ଡ, ଓଡିଶା, କର୍ଣ୍ଣାଟକ ଓ ଗୁଜୁରାଟରେ ରହିଛି ଏହି 4ଟି ପ୍ରମୁଖ ମଠ ।

ଉତ୍ତରାଖଣ୍ଡର ବଦ୍ରିନାଥରେ ଜ୍ୟୋର୍ତିମଠ ରହିଥିବା ବେଳେ ଓଡିଶାର ପୁରୀରେ ରହିଛି ଗୋବର୍ଦ୍ଧନ ମଠ । ସେହିପରି ଦକ୍ଷିଣ ଭାରତର ରାମେଶ୍ଵରମରେ ସୃଙ୍ଗେରୀ ମଠ ଓ ଗୁଜୁରାଟର ଦ୍ଵାରକା ଧାମରେ ରହିଛି ସାରଦା ମଠ । ସନାତନ ଧର୍ମରେ ମଠର ମହତ୍ଵ ରହିଛି ଯେ ଗୁରୁ ତାଙ୍କ ଶିଷ୍ୟଙ୍କୁ ଶିକ୍ଷା, ଦିକ୍ଷା, ଉପଦେଶ ପ୍ରଦାନ କରନ୍ତି । ଦେଶର ପ୍ରମୁଖ 4ଟି ମଠର 4ଜଣ ମଠାଧୀଶଙ୍କୁ ଶଙ୍କରାଚାର୍ଜ୍ୟ କୁହାଯାଏ ।

ପ୍ରକୃତରେ ଶଙ୍କରାଚାର୍ଜ୍ୟ ଏକ ଆଖ୍ୟା ବା ଉପାଧୀ । ଯାହା ଆଦି ଶଙ୍କରାଚାର୍ଜ୍ୟଙ୍କ ଠାରୁ ଆସିଛି । ଅଷ୍ଟମ ସପ୍ତାଦ୍ଦିର ମହାନ ଦାର୍ଶନିକ ଓ ଧର୍ମ ଗୁରୁ ଥିଲେ ଆଦି ଶଙ୍କରାଚାର୍ଜ୍ୟ । ତାଙ୍କୁ ସନାତନ ବା ହିନ୍ଦୁ ଧର୍ମର ଶ୍ରେଷ୍ଠ ଗୁରୁ ବୋଲି ମାନ୍ୟତା ଦିଆଯିବା ସହ ଜଗତଗୁରୁ ବୋଲି ସମ୍ବୋଧନ କରାଯାଏ । 788 ଖ୍ରୀଷ୍ଟାବ୍ଦରେ କେରଳର କାଲୋଡି ଗାଁରେ ବୈଶାଖ ମାସରେ ଶଙ୍କର ଜନ୍ମଗ୍ରହଣ କରିଥିଲେ । ଯିଏକି 16 ବର୍ଷରେ ବେଦକୁ ଆୟତ୍ତ କରିଥିଲେ ।

ତାଙ୍କର ଉଦ୍ଦେଶ୍ୟ ଥିଲା ଯେ ତାଙ୍କର ନିର୍ଗୁଣ ଓ ଅଦ୍ଵାତ ଦର୍ଶନକୁ ପ୍ରଚାର ପ୍ରସାର କରିବା । ତାଙ୍କର ଦର୍ଶନ ଅନୁଯାୟୀ ଭଗବାନ ଓ ମଣିଷ ଭିନ୍ନ ନୁହନ୍ତି । ସେ ଭାରତର ଚାରି କୋଣକୁ ଯାତ୍ରା କରିଥିଲେ । ତାଙ୍କର ଶିକ୍ଷା ଓ ଦର୍ଶନକୁ ଆଗକୁ ନେବା ପାଇଁ 4ଟି ମୁଖ୍ୟ ସ୍ଥାନରେ 4ଟି ମଠ ସ୍ଥାପନ କରିଥିଲେ । ଏହି ମଠର ପ୍ରମୁଖଙ୍କୁ ଶଙ୍କରାଚାର୍ଜ୍ୟ କୁହାଗଲା । ଆଦି ସଙ୍କରଙ୍କ ଠାରୁ ଏହି ଉପାଧିର ଆରମ୍ଭ ହୋଇଥିଲା ଓ ଶଙ୍କର ଆଦି ଶଙ୍କରାଚାର୍ଜ୍ୟ ଭାବେ ପରିଚିତ ହୋଇଥିଲେ ।

ମଠ ସ୍ଥାପନ ପରେ ସେ ନିଜର 4ଜଣ ପ୍ରମୁଖ ଶିଷ୍ୟଙ୍କୁ ମଠାଧୀଶ ଭାବେ ଆସନ କରାଇଥିଲେ । ଆଉ ସେବେ ଠାରୁ ଶଙ୍କରାଚାର୍ଜ୍ୟର ପରମ୍ପରା ଚାଲି ଆସୁଛି । ହିନ୍ଦୀ ଶାସ୍ତ୍ରର ସରକ୍ଷଣ ଓ ବାଖ୍ୟା କରିବାରେ ମଠାଧୀଶ ଶଙ୍କରାଚାର୍ଜ୍ୟଙ୍କର ରହିଛି ଗୁରୁତ୍ବପୂର୍ଣ୍ଣ ଅବଦାନ । ଗୋଟେ ଗୋଟେ ମଠକୁ ବେଦର ସରକ୍ଷଣ ଓ ବୈଦିକ ସାହିତ୍ୟକୁ ଜୀବନ୍ତ କରି ରଖିବାର ଦାୟିତ୍ଵ ଦେଇଯାଇଛନ୍ତି ଆଦି ଶଙ୍କରାଚାର୍ଜ୍ୟ । ଏଣୁ ପୁରୀ ମଠରେ ରୁକଦେବ, ଗୁଜୁରାଟରେ ସାମଦେବ, କର୍ଣ୍ଣାଟକରେ ୟର୍ଜୁବେଦ ଓ ଉତ୍ତରଖଣ୍ଡରେ ଅର୍ଥବବେଦର ସରକ୍ଷଣ ଦାୟିତ୍ଵ ଦିଆଯାଇଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।