ଆପଣଙ୍କ ଜୀବନ କେତେ ମୂଲ୍ଯବାନ ? ଏହାକୁ ଥରେ ପଢି ନିଅନ୍ତୁ ଜୀବନ ବଦଳିଯିବ

ଆଜି ଆମେ ଏପରି ଏକ କାହାଣୀ କହିବୁ ଯାହାକି ଆପଣ ମାନେ ବୁଝି ପାରିବେ ମନୁଷ୍ୟ ଜୀବନ କେତେ ମୂଲ୍ୟବାନ ଅଟେ ।  ଥରେ ଗୋଟିଏ ଲୋକ ବସିଥିଲା ବେଳେ କିଛି ଚିନ୍ତା କରୁଥିଲା ବେଳେ ତାଙ୍କର ,ମନ କୁ ଗୋଟିଏ କଥା ଆସିଲା । ମୁଁ ଏହି ଦୁନିଆକୁ କାହିଁକି ଆସିଛି ଓ ମୋର ଏହି ଦୁନିଆକୁ ଆସିବାର ମୂଳ ଲକ୍ଷ କଣ ଅଟେ । ଏବଂ ମୋର ଜୀବନର ମୂଲ୍ୟ କଣ ଅଟେ । ସେ ଏହାର ଉତ୍ତର ପାଇବା ପାଇଁ ଗୌତମ ବୁଦ୍ଦ ପାଖକୁ ଗଲେ ଓ ତାଙ୍କୁ ପଚାରିଲେ ମୋର ଜୀବନର ଲକ୍ଷ କଣ ଏବଂ ମୁଁ ଏହି ଦୁନିଆ କେଉଁଥି ପାଇଁ ଆସିଛି ।

ଏହାର ଉତ୍ତରରେ ଗୌତମ ବୁଦ୍ଧ ଗୋଟିଏ ପଥର ଦେଲେ । ସେହି ପଥର ବହୁତ ଚମକୁ ଥିଲା ତାଙ୍କୁ ଦେଲେ ଓ କହିଲେ ଏହି ପଥରଟିକୁ ନିଅ ଓ ଏହାର ମୂଲ୍ୟ ବଜାରରେ ଯାଇ ପଚାରିବ କିନ୍ତୁ ଏହାକୁ କେବେ ହେଲେ ବିକ୍ରି କରିବା ନାହିଁ । ଏହାକୁ ନିଶ୍ଚିନ୍ତ ରୂପେ ଫେରାଇ ଆଣିବ ।

ଏହା ପରେ ସେ ବଜାରକୁ ଗଲେ ସେଠାକୁ ଏକ ଆମ୍ବ ଦୋକାନୀକୁ ଯାଇ ସେହି ପଥର ଟିକୁ ଦେଖାଇ କହିଲେ ଏହାର ମୂଲ୍ୟ କେତେ ହେବ । ଏହାପରେ ସେହି ଆମ୍ବ ବିକାଳି କହିଲେ ଏହି ପଥର ବଦଳରେ ମୁଁ ତୁମକୁ ଦଶଟି ଆମ୍ବ ଦେଇପାରିବି । ଏହାପରେ ସେ ସେଠାରୁ ଆଉ ଟିକେ ଆଗକୁ ଗଲେ ଓ ଆଉ ଜଣେ ପାରିବା ଦୋକାନୀକୁ ଯାଇ ପଚାରିଲେ ଏହି ପଥରର ମୂଲ୍ୟ କଣ ହେବ ।

ଏହାପରେ ସେହି ଦୋକାନୀ ଜଣକ କହିଲେ ଏହି ପଥର ପାଇଁ ମୁଁ ତୁମକୁ ଆଳୁ ବସ୍ତା ଦେଇପାରିବି । ସେ ଏହି କଥା ଶୁଣି ଭାବିଲା ଏହି ପଥର ବହୁତ ମୁଲ୍ୟବାନ ଅଟେ । ତେଣୁ ଏହାପରେ ସେ ଆଉ ଟିକେ ଆଗକୁ ଗଲେ ଓ ସେହି କଥାକୁ ଆଉ ଥରେ ଯାଇ ଏକ ଗହଣା ଦୋକାନରେ ଯାଇ ପଚାରିଲେ ।

ସେହି ପଥର ବହୁତ ଜୋରରେ ଚମକୁ ଥିଲା ସେ ଏହାକୁ ଦେଖି ଗହଣା ଦୋକାନୀ ଜଣକ କହିଲେ ମୁଁ ଏହି ପଥରର ମୂଲ୍ୟ ଏକ ଲକ୍ଷ ଟଙ୍କା ଦେଇ ପାରିବି । ଏହାପରେ ସେହି ଲୋକ ଭାବିବାକୁ ଲାଗିଲାକି ଏହି ପଥର କଣ ଏତେ ମୁଲ୍ୟବାନ ଅଟେ । ସେହି ବ୍ୟକ୍ତି ଜଣକ ଗୌତମ ବୁଦ୍ଧଙ୍କ ପାଖକୁ ଫେରି ଆସୁଥିଲେ ଏହା ଗହଣା ଦୋକାନୀ ଦେଖି ତାଙ୍କ ପାଖକୁ ଆସିଲା ଏବଂ କହିଲା ଏହି ପଥର ବଦଳରେ ମୁଁ ଆପଣଙ୍କୁ ଦୁଇ ଲକ୍ଷ ଟଙ୍କା ଦେବୀ ।

ଏହାପରେ ସେ ତାଙ୍କୁ କିଛି ନକହି ସେଠାରୁ ଆଗକୁ ଆସିଲେ । ଏହା ଦେଖି ସେହି ଗହଣା ଦୋକାନୀ କହିଲେ ଏହି ପଥର ବହୁତ ମୁଲ୍ୟବାନ ଅଟେ । ଏହି ପଥର ମତେ ଦିଅ ଓ ମୁଁ ଏହି ପଥର ପାଇଁ ସବୁ କିଛି ଆପଣଙ୍କୁ ଦେଇଦେବି । ଏହାପରେ ସେହି ବ୍ୟକ୍ତି ଜଣକ ଭାବିଲା ଓ ଆଶ୍ଚର୍ଯ୍ୟ ମଧ୍ୟ ହୋଇଗଲା । ସେ ଆଉ କିଛି କଥା କହିବା ପୂର୍ବରୁ ସେ ଗୌତମ ବୁଦ୍ଧଙ୍କ ପାଖକୁ ଚାଲିଗଲେ ।

ସେଠାକୁ ଯାଇ ସେହି ପଥର ଫେରାଇ ଦେଲେ ଓ ସବୁ କଥା କହିଲେ । ଗୌତମ ବୁଦ୍ଧ ସବୁ କଥା ଶୁଣି ସାରି କହିଲେ କି ଏହି ସଂସାରରେ ତମ ଜୀବନ ଏହି ପଥର ପରି । କାରଣ ଏହି ପଥରକୁ ଯେପରି ଜଣେ କାରିଗରୀ ହିରାକୁ ସୁନ୍ଦର କରି ଗଢି ଥାଏ ସେହିପରି ତୁମ ଜୀବନ । ହୀରା ସବୁଠୁ ଅଧିକ ଚମକୁ ଥାଏ କିନ୍ତୁ କାରିଗରୀ ଏହାକୁ ସୁନ୍ଦର ରୂପରେ ଗଢିଥାଏ । ଏହି ସଂସାରରେ ତୁମ ଜୀବନକୁ ତୁମେ ହିଁ ସୁନ୍ଦର କରିପାରିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।