ଖରାପ ରୁ ଖରାପ ଭାଗ୍ୟକୁ ବି ଚମକାଇ ଦେବ ଗଣେଶଙ୍କର ଏହି ଉପାୟ, କେବଳ କରିବାକୁ ହେବ ଏହି କାମ

ଏହି ଦୁନିଆରେ କିଛି ଲୋକମାନେ ଏମିତି ଥାନ୍ତି ଯେଉଁମାନଙ୍କର ଭାଗ୍ୟ ସବୁବେଳେ ଖରାପ ରହିଥାଏ । ସେ କେତେ ବି ଚେଷ୍ଟା କରିଲେ ମଧ୍ୟ ନିଜର ଏହି ଦୁର୍ଭାଗ୍ୟରୁ ପିଛା ଛଡାଇ ପାରନ୍ତି ନାହିଁ । ଏହି ଖରାପ ଭାଗ୍ୟ ତାଙ୍କର ସମସ୍ତ କାମକୁ ଖରାପ କରିଦିଏ କିମ୍ବା ସେଥିରେ ବାଧା ଉତ୍ପନ୍ନ କରି ଦେଇଥାଏ । ଆଜି ଆମେ ଆପଣଙ୍କ ପାଇଁ ଦୁର୍ଭାଗ୍ୟକୁ ସୋଭାଗ୍ୟରେ ପରିବର୍ତ୍ତନ କରିବାର ଏକ ନୂଆ ଉପାୟ ନେଇ ଆସିଛୁ । ଆମର ଏହି ଉପାୟ ଗଣେଶଙ୍କ ସହ ଜଡିତ ଅଟେ ।

ଗଣେଶଙ୍କର ଦିନ ବୁଧୁବାର ହୋଇଥାଏ ସେଥିପାଇଁ ଆପଣ ଏହି ଦିନରେ ହିଁ ଏହି ଉପାୟକୁ କରିବେ । ଏହି ଉପାୟ ୨୧ ଦିନ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ଆପଣଙ୍କୁ କିଛି ବିଶେଷ ସାମଗ୍ରୀ ଦରକାର । ଯେପରି କି – ତମ୍ବା ପାତ୍ର, ନଡିଆ, ଗଙ୍ଗା ପାଣି, ଆମ୍ବ ପତ୍ର, ପୂଜାର ନାଲି ସୂତା ଓ ସାବୂତ ସୁପାରୀ । ଏହି ଉପାୟକୁ କରିବା ପାଇଁ ବୁଧବାର ଦିନ ସକାଳେ ସ୍ନାନ କରି ପ୍ରସ୍ତୁତ ହୋଇ ଯାଆନ୍ତୁ ।

ଏହା ପରେ ଗଣେଶଙ୍କ ସାମ୍ନାରେ ଘିଅର ଦୀପ ଲଗାନ୍ତୁ । ବର୍ତ୍ତମାନ ତମ୍ବା ପାତ୍ରରେ ପାଣି ଢାଳି ଏଥିରେ କିଛି ବୁନ୍ଦା ଗଙ୍ଗାପାଣି ମିଶାଇ ଦିଅନ୍ତୁ । ଏହା ପରେ ଆମ୍ବର ୫ଟି ପତ୍ର ନେଇ ଏହି ପାତ୍ରର ଆଖପାଖରେ ଏମିତି ଲଗାନ୍ତୁ କି ପତ୍ରର ଅଧା ଅଂସ ପାଣିରେ ଏବଂ ଆଉ ଅଧା ଅଂଶ ବାହାରେ ଥିବ । ବର୍ତ୍ତମାନ ଏହା ଉପରେ ଏକ ନଡିଆ ରଖି ଦିଅନ୍ତୁ । ଏହିଭଳି ଭାବରେ ଏହା ଏକ କଳସ ହୋଇଯିବ ଓ ଏହାକୁ ନାଲି ସୂତାରେ ବାନ୍ଧି ଦିଅନ୍ତୁ ।

ବର୍ତ୍ତମାନ ୨୧ ଟି ସୁପାରି ନିଅନ୍ତୁ ଓ ପୂଜା ଘରେ ଗଣେଶଙ୍କ ସାମ୍ନାରେ ରଖି ଦିଅନ୍ତୁ ଓ ଗଣେଶଙ୍କର ଆରତୀ କରନ୍ତୁ । ଏହା ପରେ ଗଣେଶଙ୍କ ସାମ୍ନାରେ ପ୍ରାର୍ଥନା କରନ୍ତୁ । ଏହା ପରେ ଏହି କଳସ ପାଣିର କିଛି ବୁନ୍ଦା ଘରେ ପକାଇ ଦିଅନ୍ତୁ । କିନ୍ତୁ ଧ୍ୟାନ ରଖିବେ କି ସେହି ପାଣିକୁ ଆପଣ ୨୧ ଦିନ ପର୍ଯ୍ୟନ୍ତ ଘରର ଚାରିଆଡେ ପକାଇବେ । ଯଦି ପାଣି ସମାପ୍ତ ହୋଇଯାଏ ତେବେ ଏଥିରେ ଆଉ ପାଣି ମିଶାଇ ପାରିବେ ।

କିନ୍ତୁ ୨୧ ଦିନ ପର୍ଯ୍ୟନ୍ତ ଏହାକୁ ଗଣେଶଙ୍କ ନିକଟରେ ହିଁ ରଖିବେ । ଅନ୍ୟ ପଟେ ୨୧ ଟି ସୁପାରିକୁ ସବୁଦିନ ଭାଙ୍ଗି ୨୧ ଦିନ ପର୍ଯ୍ୟନ୍ତ ଖାଆନ୍ତୁ । ଏହାକୁ ଆପଣ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ବି ଦେଇ ପାରିବେ । ଯଦି ଆପଣ ଏହି ଉପାୟକୁ ପୁରା ବିଧି ସହ କରୁଛନ୍ତି ତେବେ ଆପଣଙ୍କୁ ଶୁଭ ପରିଣାମ ନଜର ଆସିବ । କିନ୍ତୁ ଧ୍ୟାନ ରଖିବେ କି ଏହା ମଧ୍ୟରେ ଆପଣ ନନଭେଜ, ମଦ ଇତ୍ୟାଦିର ସେବନ କରିବେ ନାହିଁ ।