ସ୍ଵାମୀ ସ୍ତ୍ରୀ ଠାରୁ କଣ ଚାହେଁ ? ଥରେ ନିଶ୍ଚୟ ପଢନ୍ତୁ ବୈବାହିକ ଜୀବନ ହେବ ସୁଖମୟ

ମା, ଭଉଣୀ, ଝିଅ, ଘରଣୀ ଆଦି ନାରୀର ବିଭିନ୍ନ ରୂପ ରହିଛି ଓ ତାର ପ୍ରତ୍ଯେକ ରୂପରେ ନାରୀ ସଂସାରକୁ ସୁନ୍ଦର କରି ଗଢି ତୋଳିଥାଏ । କିନ୍ତୁ ତାର ପାରିବାରିକ ଜୀବନର କେନ୍ଦ୍ରରେ ଥାଆନ୍ତି ତାର ସ୍ଵାମୀ । ସ୍ବାମୀଙ୍କ ମାଧ୍ୟମରେ ହିଁ ଅନେକ ପାରିବାରିକ ସମସ୍ଯାର ସମାଧାନ ହୋଇଥାଏ ।

ସ୍ତ୍ରୀ ପାଇଁ ତା ସ୍ଵାମୀ ହିଁ ସବୁକିଛି ହୋଇଥାନ୍ତି । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ପ୍ରେମ ହିଁ ତାଙ୍କ ସଂସାର ଗାଡିକୁ ଆଗେଇ ନେଇଥାଏ । ସ୍ତ୍ରୀ ର ସବୁ ସୁଖ ଦୁଃଖ ଓ ଇଛା ଆକାଂକ୍ଷାକୁ ପୂରଣ କରିବାକୁ ଯଥା ସମ୍ଭବ ଚେଷ୍ଟା କରିଥାନ୍ତି ତା ସ୍ଵାମୀ । କିନ୍ତୁ ଆପଣ କଣ ଜାଣିଛନ୍ତି କି, ଜଣେ ସ୍ତ୍ରୀ ଠାରୁ ତା ସ୍ଵାମୀ କଣ ଚାହାନ୍ତି ? ଯଦି ଜାଣି ନାହାନ୍ତି ତେବେ ଶେଷ ପର୍ଯ୍ୟନ୍ତ ପଢନ୍ତୁ ଆମେ ଆପଣଙ୍କୁ ଆଜି ଜଣେଇବାକୁ ଯାଉଛୁ କି ସ୍ଵାମୀ ତା ସ୍ତ୍ରୀ ଠାରୁ କଣ ଚାହେଁ ।

ସାବିତ୍ରୀ ବ୍ରତଦିନ ନୂଆ ଶାଢୀ ଓ ଶଙ୍ଖା ପିନ୍ଧି ଠାକୁରଙ୍କୁ ପୂଜା କରି ମୁଣ୍ଡିଆ ମାରିବା ପରେ ଆପଣ ସ୍ବାମୀଙ୍କୁ ମଧ୍ୟ ମୁଣ୍ଡିଆ ମାରିଥାନ୍ତି । କିନ୍ତୁ କାହିଁକି କେବଳ ସାବିତ୍ରୀ ବ୍ରତରେ ହିଁ ସ୍ବାମୀଙ୍କୁ ଏ ସମ୍ମାନ ଦିଆଯାଏ ଓ ଅନ୍ୟ ଦିନ କାହିଁକି ନୁହେଁ ? ହିନ୍ଦୁ ଧର୍ମରେ ସ୍ବାମୀଙ୍କୁ ଦେବତା ସଦୃଶ ମାନାଯାଏ । ସ୍ବାମୀଙ୍କୁ ପ୍ରଣାମ କରିବା ଦ୍ଵାରା ସମ୍ପର୍କରେ ପ୍ରେମ ବଢିଥାଏ । ଏହିପରି ଦେଖାଣିଆ ରୀତିନୀତି ନୁହେଁ, ବରଂ ସ୍ଵାମୀ ତା ସ୍ତ୍ରୀ ଠାରୁ ଚାହାନ୍ତି ଆନ୍ତରିକ ସମ୍ମାନ । ତେବେ ସ୍ବାମୀଙ୍କୁ ସମ୍ମାନ ଦେବାର ଆଉ ଏକ ସୋପାନ ହେଉଛି ସ୍ବାମୀଙ୍କ କଥା ଶୁଣିବା ।

ତା ପରେ ସ୍ଵାମୀ ଚାହାନ୍ତି ତାଙ୍କ ସ୍ତ୍ରୀ ସବୁବେଳେ ରୁଚିସମ୍ପନ୍ନ ଦେଖାଯାଉ । ଏହାର ଅର୍ଥ ନୁହେଁ କି ସବୁବେଳେ ମେକଅଫ ହୋଇ ଘରେ ବସି ରହିବା । ବରଂ ପରିଷ୍କାର ପରିଚ୍ଛନ୍ନ ବସ୍ତ୍ର ପିନ୍ଧିବା ସହ ମତରେ ସିନ୍ଦୁର ଲଗାଇବା ଆଦି ଦେଖିଲେ ସ୍ବାମୀଙ୍କୁ ଖୁବ ଭଲ ଲାଗେ । ସିନ୍ଦୁର ସ୍ବାମୀଙ୍କ ମନୋବଳକୁ ବଢେଇ ଥାଏ । ସେହିପରି ସ୍ଵାମୀ ଚାହାନ୍ତି ତାଙ୍କ ସ୍ତ୍ରୀ ର କଥାବାର୍ତ୍ତା ଓ ବ୍ଯବହାର ମଧୁର ରହୁ ବୋଲି । ଏହାସହ ସ୍ବାମୀଙ୍କ ମଜା ଉଡେଇବା ଓ କୌଣସି କଥାରେ ତାଙ୍କୁ ଆକ୍ଷେପ କରି କହିବା ଏହି ସବୁ ସ୍ଵାମୀଙ୍କୁ ବିଲକୁଲ ଭଲ ଲାଗେ ନାହିଁ ।

ଯଦି ସ୍ବାମୀଙ୍କ କୌଣସି କଥା ଆପଣଙ୍କୁ ଭଲ ଲାଗିନାହିଁ ତେବେ ତାହା ଏକାନ୍ତରେ ଆପଣ ତାଙ୍କ ସହ ସମାଧାନ କରିପାରିବେ । ନିଜକୁ ଶାନ୍ତ ରଖିବା ହିଁ ସମସ୍ଯାର ସମାଧାନ ଅଟେ । ଇଟା ସିମେଣ୍ଟରେ ତିଆରି ଘରକୁ ଜଣେ ଗୃହିଣୀ ପ୍ରୀତିର ପରଶ ଦେଇ ଘର ଭଳି ଗଢିଥାଏ । ସେଥିପାଇଁ ସ୍ଵାମୀ ସବୁବେଳେ ଚାହାନ୍ତି କି ତାଙ୍କ ସ୍ତ୍ରୀ ଘରକୁ ଘର ଭଳି ରଖନ୍ତୁ । ଘରେ ସବୁବେଳେ ସୁଖ ଶାନ୍ତି ବଜାୟ ରହୁ ଏହା ହିଁ ସ୍ତ୍ରୀ ଠାରୁ ଆଶା କରେ ତା ସ୍ଵାମୀ ।

ସେଥିପାଇଁ ସ୍ଵାମୀ ଯେତିକି ସମୟ ଘରେ ରହିବେ ଯେପରି ଶାନ୍ତିରେ ରହିବେ ସେୟା ହିଁ ସେ ଆଶା କରନ୍ତି । ସ୍ବାମୀଙ୍କ ସମସ୍ତ ପରିସ୍ଥିତି ଓ ସକ୍ଷମତାକୁ ତାଙ୍କ ସ୍ତ୍ରୀ ବୁଝି ସେହି ଅନୁସାରେ ଘର ଚଳେଇ ନେଉ ବୋଲି ସ୍ଵାମୀ ସବୁବେଳେ ଚାହାନ୍ତି । ସେଥିପାଇଁ ସବୁବେଳେ ସ୍ବାମୀଙ୍କ ପକେଟକୁ ଚାହିଁ ଖର୍ଚ୍ଚ କରିବାକୁ ଚେଷ୍ଟା କରିବା ଉଚିତ । ଆପଣଙ୍କୁ ଆମ ପୋଷ୍ଟ କିପରି ଲାଗିଲା କମେଣ୍ଟ କରି ଜଣେଇବେ ଓ ଏହିପରି ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ ମଧ୍ୟ କରନ୍ତୁ ।