ଆପଣଙ୍କ ମସ୍ତିଷ୍କକୁ ଖରାପ କରୁଛି ଏହି ୫ଟି ଜିନିଷ, ଆଜି ହିଁ ଖାଇବା ଛାଡି ଦିଅନ୍ତୁ ନହେଲେ…

ବର୍ତ୍ତମାନ ସମୟରେ ପ୍ରତ୍ୟେକ ବ୍ୟକ୍ତି ସଫଳତା ପାଇବା ପାଇଁ ଚେଷ୍ଟା କରୁଛି । ଏହି ସଫଳତା ପାଇବା ପାଇଁ ମଣିଷ ବହୁତ କଷ୍ଟ ଓ ପ୍ରୟାସ କରୁଛି, ହେଲେ କେତେକ ସ୍ଥାନରେ ମଣିଷ ତାର ଦୁର୍ବଳ ବୁଦ୍ଧି ଯୋଗୁ ହାରିଯାଉଛି । ମଣିଷର ସ୍ମରଣ ଶକ୍ତି ଦୁର୍ବଳ ହୋଇଯିବାରୁ ସେ ସଫଳତା ହାସଲ କରିପାରୁ ନାହିଁ । ଏହି ସତେଜ ବୁଦ୍ଧି ପାଇଁ ଲୋକମାନେ ବହୁତ ଟଙ୍କା ଖର୍ଚ୍ଚ କରି ବିଭିନ୍ନ ପ୍ରକାରର ଜିନିଷ ସେବନ କରନ୍ତି ।

ହେଲେ ସେମାନେ ଅନ୍ୟତରଫରୁ ଏମିତି ସବୁ ଜିନିଷର ସେବନ କରନ୍ତି ଯାହାଦ୍ୱାରା ମଣିଷର ସ୍ମରଣ ଶକ୍ତି ଧୀରେ ଧୀରେ ଦୁର୍ବଳ ହୋଇଯାଇଥାଏ । ତେଣୁ ଆଜି ଆମେ ଏମିତି କିଛି ଜିନିଷ ବିଷୟରେ କହିବୁ ଯାହାଦ୍ୱାରା ଆପଣଙ୍କ ସ୍ମରଣ ଶକ୍ତି ଦୁର୍ବଳ ହୋଇଥାଏ, ତେଣୁ ଆଜି ଠାରୁ ଏହି ସବୁ ଜିନିଷକୁ ଛାଡନ୍ତୁ ।

google

୧. ଯଦି ଆପଣ ଅଧିକ ତେଲ ଭଜା ଜିନିଷ ଖାଉଛନ୍ତି ତେବେ, ଏହାକୁ ଶୀଘ୍ର ଛାଡନ୍ତୁ । କାରଣ ଏହି ସବୁ ଜିନିଷ ଆପଣଙ୍କ ସ୍ମରଣ ଶକ୍ତି ଦୁର୍ବଳ କରିଥାଏ ଓ ଏହା ସହିତ ଏହି ତେଲ ଭଜା ଜିନିଷର ସେବନ କରିଲେ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ ।

୨. ଯଦି ଆପଣଙ୍କୁ ଚୁଇଙ୍ଗମର ଅଭ୍ୟାସ ଅଛି ତେବେ, ଏହାକୁ ଶୀଘ୍ର ଛାଡନ୍ତୁ । କାରଣ ଏହା ଆପଣଙ୍କ ମସ୍ତିସ୍କକୁ ଦୁର୍ବଳ କରିଥାଏ । ଏହାର ଅଧିକ ସେବନ ଦ୍ଵାରା ଆପଣଙ୍କ ମାନସିକ କ୍ଷମତା ଦୁର୍ବଳ ହୋଇଥାଏ ।

୩. ଯଦି ଆପଣ ପିଜା ଓ ବର୍ଗର ପରି ଫାଷ୍ଟଫୁଡ ଖାଦ୍ୟର ସେବନ କରୁଛନ୍ତି, ତେବେ ଏହା ଦ୍ଵାରା ଆପଣଙ୍କ ସ୍ମରଣ ଶକ୍ତି ଦୁର୍ବଳ ହୋଇପାରେ । ଏହାର ସେବନ ଦ୍ଵାରା ମଣିଷର ଆଇକ୍ୟୁ ଲେବଲ ଦୁର୍ବଳ ହେବାକୁ ଲାଗିଥାଏ ।

୪. ଯେଉଁ ମାନେ ଅଧିକ ମିଠା ଜାତୀୟ ଖାଦ୍ୟ ଖାଉଛନ୍ତି, ସେମାନେ ଏହି ଅଭ୍ୟାସକୁ ଶୀଘ୍ର ଛାଡନ୍ତୁ । ମିଠା ଖାଦ୍ୟ ଆପଣଙ୍କ ଭାବିବାର କ୍ଷମତାକୁ ପ୍ରଭାବିତ କରିଥାଏ । ଏହା ସହିତ ଅଧିକ ମିଠାର ସେବନ ଦ୍ଵାରା ମସ୍ତିସ୍କର ଭାବନାତ୍ମକ ଓ ସୁଜନାତ୍ମକ କ୍ଷମତା ଦୁର୍ବଳ ହୋଇଥାଏ ।

୫. ଡବା ବାଲା ଖାଦ୍ୟର ସେବନ କରନ୍ତୁ ନାହିଁ । କାରଣ ଏହି ସବୁ ଜିନିଷରେ ବହୁତ ମାତ୍ରାରେ କେମିକାଲ ର ବ୍ୟବହାର କରାଯାଇଥାଏ । ଏହା ଆପଣଙ୍କ ସ୍ମରଣ ଶକ୍ତିକୁ ଦୁର୍ବଳ କରିଥାଏ ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।