AAP ର ଏହି ୪୩ ବର୍ଷର ନେତ୍ରୀଙ୍କୁ ତାଙ୍କର ସ୍ଵାମୀ କାହିଁକି ଦେଲେ ଡିଭୋର୍ସ, ସାମ୍ନାକୁ ଆସିଲା ଏହି ବଡ କଥା

ଗୋଟିଏ ମଣିଷ ଜୀବନରେ ବହୁତ କିଛି ଘଟିଥାଏ । କିଛି ଏମିତି ଯେଉଁଥିରେ ସେ ନିଜେ ବି ଆଶ୍ଚର୍ଯ୍ୟ ହୋଇ ରହିଯାଏ । ଆଜି ପର୍ଯ୍ୟନ୍ତ ଆପଣ ବହୁତ ନେତା ବିଷୟରେ ତ ଶୁଣିଥିବେ ଯିଏକି କାହାର ନା କାହାର ସୁପାରିଶ ଦ୍ଵାରା ରାଜନୀତିରେ ଆସି କିଛି ପୋଜିସନ ପାଇଛନ୍ତି । କିନ୍ତୁ କିଛି ଏମିତି ଲୋକ ବି ଅଛନ୍ତି ଯେଉଁମାନେ ରାଜନୀତିରେ ନିଜର କାମ ଓ ପରିଶ୍ରମ ଦ୍ଵାରା ହିଁ ଏକ ଭଲ ପୋଜିସନ ହାସଲ କରନ୍ତି । ଆଜି ଆମେ ଆପଣଙ୍କୁ ଏକ ଏମିତି ହିଁ ରାଜନୀତିଜ୍ଞଙ୍କ ବିଷୟରେ କହିବୁ । କିନ୍ତୁ AAP ର ଏହି ୪୩ ବର୍ଷ ନେତ୍ରୀଙ୍କର ସ୍ଵାମୀ କାହିଁକି ଦେଲେ ତାଙ୍କୁ ଡିଭୋର୍ସ , ଏହା ପଛର କାରଣ କଣ ହୋଇପାରେ ।

ସ୍ଵାମୀ ଦେଲେ ନିଜର ୪୩ ବର୍ଷ ନେତାପତ୍ନୀଙ୍କୁ ଡିଭୋର୍ସ

Image courtesy: Google

ଭାରତର ରାଜନୀତିରେ ସେହି ମହିଳାମାନଙ୍କର ସଂଖ୍ୟା କମ ଅଟେ, ଯେଉଁମାନେ ରାଜନୀତିରେ ଶୀର୍ଷରେ ପହଞ୍ଚିଛନ୍ତି, କିନ୍ତୁ ଅଲକା ଲାମ୍ବା ଏକ ଏମିତି ନେତା ଅଟନ୍ତି ଯିଏକି ନିଜ ଦମରେ ଦେଶର ରାଜନୀତିରେ ସଫଳତା ହାସଲ କରି ନିଜର ପରିଚୟ କରିଛନ୍ତି । ଅଲକା ନିଜର ରାଜନୀତିର ଆରମ୍ଭ ଏକ ଛାତ୍ର ନେତା ରୂପରେ କରିଥିଲେ, ସେତେବେଳେ ସେ ମାତ୍ର ୧୯ ବର୍ଷର ଥିଲେ । ସେହି ସମୟରେ ସେ କଂଗ୍ରେସ ଷ୍ଟୁଡେଣ୍ଟ ୱିଂଗ ଏନଏସୟୁଆଈ କୁ ଜଏନ କରିଥିଲେ ।

ଏହା ପରେ ସେ ଏନଏସୟୁଆଈ ର ଅଧ୍ୟକ୍ଷ ହୋଇଗଲେ । ଛାତ୍ର ସଂଘ ନିର୍ବାଚନରେ ସେ ଭାରି ମାତ୍ରାରେ ବିଜୟୀ ହେଲେ ଓ ଏହି ନିର୍ବାଚନକୁ ଜିତିବା ପରେ ତାଙ୍କର ଏଣ୍ଟ୍ରି କଂଗ୍ରେସରେ ହୋଇଗଲା ଓ ଏହା ପରେ ସେ କଂଗ୍ରେସରେ ବି ବହୁତ ନାମ କରିଲେ । ୧୯୭୫ରେ ଜନ୍ମିତ ଅଲକା ଲାମ୍ବାଙ୍କର ଶିକ୍ଷା ବି ଦିଲ୍ଲୀର ସରକାରୀ ସ୍କୁଲରେ ହୋଇଛି । ଏହା ପରେ ଆଗକୁ ପଢିବା ପାଇଁ ଅଲକା ଦିଲ୍ଲୀର ଦୟାଲ ସିଂହ କଲେଜ ଓ ସେଣ୍ଟ ସ୍ଟୀଫନ କଲେଜ ଯାଇଥିଲେ । ସେ ଏମଏଡ ଓ ଏମଏସସି ର ଶିକ୍ଷା ବି ପୁରା କରିଛନ୍ତି ।

Image courtesy: Google

ନିଜର ଶିକ୍ଷା ପୁରା କରିବା ପରେ ଓ ରାଜନୀତିରେ ସଫଳ ହେବା ପରେ ଅଲକା ଲୋକେଶ କପୁର ନାମକ ଏକ ବ୍ୟକ୍ତି ସହ ବିବାହ କରିଥିଲେ । ପ୍ରଥମେ ପ୍ରଥମେ ସବୁ ଠିକ ଠାକ ଚାଲୁଥିଲା କିନ୍ତୁ କିଛି ଦିନ ପରେ ଦୁଇ ଜଣଙ୍କ ମଧ୍ୟରେ ବିବାଦ ଦେଖାଦେଲା । ଶେଷରେ ଗୋଟିଏ ବର୍ଷ ପରେ ୨୦୦୩ରେ ଲୋକେଶ ଅଲକା ଙ୍କୁ ଡିଭୋର୍ସ ଦେଇଦେଲେ ।

ଲୋକେଶଙ୍କ ଅନୁସାରେ ତାଙ୍କର ପତ୍ନୀ ତାଙ୍କୁ ଓ ତାଙ୍କର ପରିବାରକୁ ପ୍ରତାଡିତ କରୁଥିଲେ ଓ ତାଙ୍କ ପରିବାର ଲୋକମାନଙ୍କ ସହ ରାଜନୀତି କରିବାକୁ ଲାଗିଥିଲେ ଓ ତାଙ୍କ ଘର ଲୋକମାନଙ୍କର ଅବସ୍ଥା ଖରାପ କରି ଦେଇଥିଲେ

Image courtesy: Google

ଏହି କାରଣରୁ ଲୋକେଶ ଚିଡି ଯାଇ ଅଲକା ଙ୍କୁ ଡିଭୋର୍ସ ଦେଲେ, କିନ୍ତୁ ଏହି ସମସ୍ତ କଥା ଉପରେ ଅଲକାଙ୍କର କହିବା ଅଟେ କି ତାଙ୍କର ସ୍ଵାମୀ ମିଛ କହୁଛନ୍ତି । ସେ କେବେ ବି ଏହା କରି ପାରିବେ ନାହିଁ । ତାଙ୍କ ଉପରେ ମିଥ୍ୟା ଆରୋପ ଲଗା ଯାଉଛି ।

ପରେ ଜୟେନ କରିଲେ AAP

Image courtesy: Google

ବର୍ଷ ୨୦୧୪ରେ ଅଳକା ଆମ ଆଦମୀ ପାର୍ଟୀ (AAP) ଜଏନ କରିଥିଲେ । କହିବାକୁ ଗଲେ ବର୍ତ୍ତମାନ ଅଲକା ସିଂଗଲ ଅଛନ୍ତି ଓ ଆମ ଆଦମୀ ପାର୍ଟୀ ପାଇଁ କାମ କରୁଛନ୍ତି । ଅଲକା ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି । ଅଲକାଙ୍କୁ ସାମାଜିକ କାମ କରିବାକୁ ପସନ୍ଦ ଲାଗେ ଓ ସେ କେତେକ NGO ସହ ବି ଯୋଡି ହୋଇଛନ୍ତି । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।